ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ଓଡ଼ିଶା ନବିନ ଓଡିଶା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଯୁବ ଓଡ଼ିଶା ନବିନ ଓଡିଶା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ବନ୍ଧୁଗାଁ ତା ୧୩/୧୨/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ମିନି ଷ୍ଟାଡିୟମ ପଡିଆରେ ବ୍ଲକ ସ୍ତରୀୟ ଆମ ଓଡ଼ିଶା ନବିନ ଓଡିଶା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଶ୍ୱଜିତ ଅଭିନୀତ ସେଠୀଙ୍କ ଅଧ୍ୟକ୍ଷତା ଓ ତତ୍ତ୍ଵାବଧାନରେ ଆମ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଛି।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଓ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା , ବ୍ଲକ ବିଜେଡ଼ି ସଭାପତି ବାଲା ନାଗ, ଏସଡିସି ସଦସ୍ୟ ଲଡୁ ହୁଲୁକା, ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଈଶ୍ୱର ଚନ୍ଦ୍ର ମୁଦୁଲି,ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ଗାରିଡି ପଞ୍ଚାୟତ ସରପଞ୍ଚ ମତି ମାଣ୍ଡିଙ୍ଗି , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ କୁମାର ସ୍ୱାଇଁ,କୁମ୍ଭାରିପୁଟ କଲେଜ ପ୍ରିନ୍ସପାଲ ସରଜ୍ କୁମାର ତରାଇ , ନିଲାବାଡି କନ୍ୟା ଆଶ୍ରମ ପ୍ରଧାନ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ, ବିଜେଡ଼ି ବରିଷ୍ଟ କର୍ମୀ ଗୋପିନାଥ ବିଡ଼ିକା ଉପସ୍ଥିତ ରହି ଥିଲେ। ଚାରି ଦିନ ଧରି ଏହି କ୍ରୀଡ଼ା ଉତ୍ସବରେ, କବାଡି, ଭଲି ବଲ, ଫୁଟ ବଲ ଓ କ୍ରିକେଟ ଖେଳ ଗୁଡିକରେ ୪୬ ଟିମ୍ ଙ୍କୁ ନେଇ ଖେଳ ଗୁଡିକ ଆୟୋଜନ କରାଯାଇଥିଲା। ଉକ୍ତ ଖେଳ ଗୁଡିକରେ ବିଜୟୀ ଟିମ ଓ ଉପ ବିଜେତା ଟିମ ଗୁଡ଼ିକୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରି ଉତ୍ସାହିତ କରି ଥିଲେ। ପ୍ରତ୍ୟେକ ଖେଳର ବିଜୟୀ ଟିମକୁ ୨୦ ହଜାର ଟଙ୍କା ସହିତ ବିଜୟୀ ଟ୍ରଫି ଗୁଡିକ ପ୍ରଦାନ କରିଥିଲେ । ରନର୍ଶ ଅଫ ଟିମଙ୍କୁ ୧୫ ହଜାର ଟଙ୍କା ଏବଂ ପ୍ରଥମ ଓ ରନର୍ଶ ଟିମଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ନଗଦ ଟଙ୍କା ଅର୍ଥ ପ୍ରଦାନ କରାଯାଇଥିଲା। କ୍ରିକେଟ ଖେଳରେ ଡୁମାଡଙ୍ଗର ଗ୍ରାମର ଷ୍ଟାର ଯୁବ ଟିମ ବିଜୟୀ ହୋଇଥିବା ବେଳେ ରନର ଅଫ ଟିମ ଭାବେ ନିଲାବାଡ଼ି ଗ୍ରାମର ଯୁବ ଟିମ ରହିଥିଲେ ।ଭୋଲି ବଲ ଖେଳରେ ସାନସରପଲ୍ଲୀ ଗ୍ରାମର ମାଆ ଅଗ୍ନି ଗାଙ୍ଗମା ଯୁବ ଟିମ ବିଜୟୀ ହୋଇଥିବା ବେଳେ ରନର୍ଷ ଟିମ ଭାବେ ବନ୍ଧୁଗାଁ ଡି ଟିମ ରହିଥିଲେ। କବାଡି ଖେଳରେ ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ମାନେ ବିଜୟୀ ହୋଇଥିବା ବେଳେ ରନର୍ଶ ଟିମ ଭାବେ ଗାରିଡି ଟିମ ରହିଥିଲେ। ଫୁଟ ବଲ ଖେଳରେ ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ବିଜୟୀ ହୋଇଥିବା ବେଳେ ରନର୍ଶ ଟିମ ଭାବେ ଗାରିଡି ଯୁବ ଟିମ ରହିଥିଲେ। ଏହି ଖେଳକୁ ସ୍ଥାନୀୟ କିଛି ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଯଥା ଦିବ୍ୟ ରଞ୍ଜନ ମହାନ୍ତି, ଲକ୍ଷମଣ ସେଠୀ , ଗଜେନ୍ଦ୍ର ସ୍ୱାଇଁ, ପ୍ରତିମା ବାହିରଦାର, ରମେଶ ଚୌଧୁରୀ, ଲମ୍ବୋଦର ମଣ୍ଡିଆ,ଦିଲୀପ କୁମାର ଦାସ , ବାସୁ ଦେବ ଖରା ଓ ଅବସପ୍ରାପ୍ତ କ୍ରୀଡ଼ା ଶିକ୍ଷକ ମୁକୁନ୍ଦ ଚରଣ ମିଶ୍ର ସମସ୍ତ ଖେଳକୁ ପରିଚାଳନା କରିଥିଲେ। ଶେଷରେ ସ୍ଥାନୀୟ ବିଡିଓ ଅଭିଷେକ ବିଶ୍ୱଜିତ ସେଠୀ ନୂଆ ଓଡ଼ିଶା ଯୁବ ଓଡ଼ିଶା ନବିନ ଓଡିଶା କ୍ରୀଡ଼ା ପ୍ରତିଯୋଗିତା ଅତି ଶାନ୍ତି ଶୃଙ୍ଖଳା ସହିତ ଆୟୋଜିତ କରା ଯାଇ ଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ସମ୍ବଲପୁର ରାଲି ଗଣ୍ଡଗୋଳ ଘଟଣା ପ୍ରତିବାଦକୁ ନେଇ ଦେବସେନା ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର 

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡ ଦ୍ୱାରା ଆଇନ ସଚେତନତା ଶିବିର

masiha

ଅନୁଷ୍ଠିତ ହେଲା ବାର୍ଷିକ ଉତ୍ସବ ଓ ପୁସ୍ତକ ଉନ୍ମୋଚନ ସଭା

Sunil Chandra Nayak

Leave a Comment

error: Content is protected !!