ହାତୀ ଆକ୍ରମଣ ରେ ମହିଳା ମୃତ
ରାଇଘର ୨୨/୧୨:-ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଧୀନରେ ଥିବା ଖୁଡୁକ ଗ୍ରାମର ଜଣେ ମହିଳା ଚାଷ ଜମିରେ ଥିବା କୁଡ଼ିଆ ଘରେ ସୋଇଥିବା ବେଳେ ହାତୀ ଆକ୍ରମଣ ରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି |ପ୍ରାପ୍ତ ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୧ଟା ରୁ ୨ଟା ସମୟ ରେ ୩୦ ରୁ ଉର୍ଦ୍ଧ ହାତି ପଶିଥିଲେ ଖୁଡୁକ ସୀମାରେ ଥିବା ପୋଡ଼କହଡ଼ା ଅଞ୍ଚଳକୁ ସେହି ଏରିଆ ରେ ଚାଷ ଜମି ମଧ୍ୟରେ ତିନୋଟି କୁଡ଼ିଆ ଉପରେ ଆକ୍ରମଣ କରି ଖୁଡୁକ ଗ୍ରାମର ରାମସୁ ବାଇ ଗଣ୍ଡ ଙ୍କୁ ଦଳି ଚକଟି ଖଣ୍ଡ ବିଖଣ୍ଡ କରିଦେଇଥିଲା | ୧୦ ରୁ ଉର୍ଦ୍ଧ ଖଣ୍ଡ କରି ଶରୀରର ବିଭିନ୍ନ ଅଙ୍ଗ ଗୋଡ ହାତ ମୁଣ୍ଡ ସବୁ ଅଲଗା ହୋଇଥିବା ଦେଖିବାକୁ ମିଳିଥିଲା |ଏଥିସହ ଅନ୍ୟ ଦୁଇ ଚାଷୀ ଲଖନ କଲାର ଓ ଶୁକଦେବ ଗଣ୍ଡ ଙ୍କ ୨୦ ରୁ ଉର୍ଦ୍ଧ ଏକର ଜମିର ଅମଳ ହୋଇଥିବା ଫସଲ ମକା ଓ ଧାନ ନଷ୍ଟ କରିଥିବା ସହ ଘର ଗୁଡିକ ସମ୍ପୂର୍ଣ ଭାଙ୍ଗି ଥିବା ଜଣା ପଡିଛି |ଉକ୍ତ ଘଟଣାକୁ ନେଇ ବନ ବିଭାଗ ,ପୋଲିସ ,ଡାକ୍ତରୀ ଟିମ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଥିବା ଜଣା ପଡିଛି | ଏଥିସହିତ ସନରାଜ ଗଣ୍ଡ ଓ ଅଂଚଳ ବାସୀ ମୃତକଙ୍କ କ୍ଷତି ପୁରଣ ଦାବୀ କରିଛନ୍ତି l