ସ୍ବର୍ଗତ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଶୋକ ସଭା ବିଭିନ୍ନ ଅନୁଷ୍ଠାନ ଦ୍ଵାରା ପାଳନ
ମ.ରାମପୁର,୨୨/ ୧୨( ମସୀହା) : କଳାହାଣ୍ଡି ଜିଲ୍ଲା ର ଜଣେ ସୁପରିଚିତ ନାଟ୍ୟକାର, ଗବେଷକ,ଦକ୍ଷ ସଂଗଠକ ତଥା ସଂସ୍କୃତିବିତ୍ ସ୍ବର୍ଗତ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଶୋକ ସଭା ମ.ରାମପୁର ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପାଳିତ ହୋଇଛି l ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଅନୁଷ୍ଠାନ ର ସଭାପତି ଜୀବେଶ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶ୍ରୀ ରାମ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଶୋକାକୁଳ ପରିବେଶ ରେ ସମ୍ପନ୍ନ ହୋଇଛି l ପ୍ରଥମେ ସମ୍ପାଦକ ବୀରେନ୍ଦ୍ର ରଥ ଏହି ଦୁଃଖଦ କାର୍ଯ୍ୟକ୍ରମ ର ସୂଚନା ଦେବା ପରେ ସଭାପତି ଶ୍ରୀ ପଣ୍ଡା ସ୍ୱର୍ଗତଙ୍କ ଫଟୋ ରେ ପୁଷ୍ପମାଲ୍ୟ ଏବଂ ଦୀପ ପ୍ରଜ୍ବଳନ କରିବା ପରେ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଏହାପରେ ଶୋକ ସଭା ଆରମ୍ଭ ହୋଇଥିଲା l ଉପସଭାପତି ଲଳିତ ମହାଲିକ ମଞ୍ଚାସୀନ ହେଇଥିଲେ । ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକ, ଜୟନ୍ତ କୁମାର ନାୟକ, ସହ ସମ୍ପାଦକ ପ୍ରଦୀପ ସିଂ ଙ୍କ ସମେତ ଉପସ୍ଥିତ ସମସ୍ତ ସଦସ୍ୟା,ସଦସ୍ୟ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ l ସେହିପରି ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ପରିଷଦ ର ସଭାପତି ରୁଦ୍ର ପ୍ରସାଦ ସିଂହଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗ୍ରାମ ପଞ୍ଚାୟତ ସଭା ଗୃହରେ ଶୋକ ସଭା ପାଳିତ ହୋଇଛି l ପ୍ରଥମେ ସ୍ଵର୍ଗତଙ୍କ ଫଟୋରେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ପ୍ରଜ୍ବଳନ କରିବାପରେ ଅମର ଆତ୍ମାର ସଦଗତି ଏବଂ ଶୋକ ସଂତ୍ଵପ୍ତ ପରିବାର ଏହି ଦାରୁଣ କଷ୍ଟକୁ ସହିବା ପାଇଁ ଧର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ଭଗବାନଙ୍କ ପାଖରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଏହାପରେ ପରିଷଦ ର ଉପଦେଷ୍ଟା ପଦ୍ମଲୋଚନ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ଉପ ସଭାପତି ଲଳିତ ମହାଲିକ, ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ, ସଦସ୍ୟ କୃଷ୍ଣ ଚନ୍ଦ୍ର ସାହୁ, ବିଜୟ କୁମାର ମହାଖୁଡ, ପରମାନନ୍ଦ ବିଶି, ରାଜୁ ମାଝୀ ପ୍ରମୁଖ ସ୍ମୃତି ଚାରଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ କାମନା ଦଣ୍ଡ ପୀଠର ଦଣ୍ଡ ଗୁରୁ, କାର୍ଯ୍ୟକର୍ତ୍ତା, ପରିଷଦ ର ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ l ସେହି ପରି ଜିଲ୍ଲା ତଥା ଓଡ଼ିଶାର ଶତାୟୁ ନାଟ୍ୟ ସଂସ୍ଥା ଚନ୍ଦ୍ର ମଣି ନାଟ୍ୟ ସଂଘ ତରଫରୁ ମଧ୍ୟ ସ୍ବର୍ଗତଙ୍କ ଶୋକ ସଭା ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶ୍ରୀ ରାମ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଛି l ପ୍ରଥମେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ସ୍ମୃତି ଚାରଣ କରାଯାଇଥିଲା l ସଂପାଦକ ହେମନ୍ତ ସାହୁଙ୍କ ପରିଚାଳନାରେ ଏହି ଶୋକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ଉପସ୍ଥିତ ରହିଥିଲେ l ସଂଘ ର ବରିଷ୍ଠ ସଦସ୍ୟ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ଘାସିରାମ ମିଶ୍ର,କୁବେର ମହାଖୁଡ,ବିରଞ୍ଚି ନାରାୟଣ ସିଂହ,ସପନ ପଟ୍ଟନାୟକ, ସତ୍ୟନାରାୟଣ ସାହୁ ପ୍ରମୁଖ ତାଙ୍କ ସ୍ମୃତି ଚରଣ କରି ତାଙ୍କ ଅବର୍ତ୍ତମାନ କେବଳ ମ .ରାମପୁର ନୁହେଁ ଜିଲ୍ଲା ତଥା ରାଜ୍ୟର ଏକ ବିରାଟ କ୍ଷତି ବୋଲି ମତ ପ୍ରକାଶ କରି ଥିଲେ l କାର୍ଯ୍ୟକ୍ରମ ରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।