ସୁଧାଂଶୁ ଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ଚିଲିଗୁଡ଼ା / ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ସ୍ଥିତ ସୁଧାଂଶୁ ଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ଦିନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱଗୀତ ସଙ୍ଗୀତ ଗାନ କରାଯାଇ ଥିଲା ।ଏହି ଅବସରରେ ବିଦ୍ୟାଳୟର ଅଧକ୍ଷ ମାନସ ରଞ୍ଜନ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଯୁବ ନେତା ତଥା ସମାଜସେବୀ ଅନୀଲ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ସୁଧାଂଶୁ ଶେଖର ନେଗି ଯୋଗଦାନ କରିଥିଲେ ।ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ , ଅଧ୍ୟାପିକା ଲଷ୍ମୀ ଧ ଙ୍ଗ ଡ଼ା ମାଝି ,ଅର୍ଘ।ଞ୍ଜଳି ଭୋଇ , ବିକାଶ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମ ରେ ଅଧ୍ୟାପକ ଦସମନ୍ତ ରଣା ସଂଯୋଜନା କରିଥିବା ବେଳେ ଅଧ୍ୟ।ପକ ବିକାଶ ଚନ୍ଦ୍ର ଖମାରି ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏଥିରେ ମଧୁସୂଦନ ନ।ଏକ ,ଉମାକାନ୍ତ ନ।ଏକ ,ରାଜେଶ ପାଣିଗ୍ରାହୀ ,ସାଧୁରାମ ଗହୀର ପ୍ରମୁଖ ସହଯୋଗ କରିଥିଲେ ।ଅଧ୍ୟାପକ ଆତ୍ମାର।ମ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।