ବ୍ଳକ ସ୍ତରୀୟ ଆଦିବାସୀ କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ
ତେନ୍ତୁଳିଖୁଣ୍ଟି ୧୪/୦୨/୨୪ // ତେନ୍ତୁଳିଖୁଣ୍ଟି ବ୍ଳକର ନୋଡାଲ ବାପୁଜି ଉଚ୍ଚ ବିଦ୍ୟାଳୟ ରେବ୍ଲକ ସ୍ତରୀୟ ଆଦିବାସୀ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ୧୨ ତାରିଖ ରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇ ଯାଇଛି।ପ୍ରଥମ ଦିନରେ ନବରଙ୍ଗପୁର ଜିଲାପାଳ ଡ କୋମଲଚନ ମିଶ୍ର ଉଦଘାଟନ କରି ଉପସ୍ଥିତ ଥିବା କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କ୍ରିକେଟ, ଫୁଟବଲ, କବାଡି, ଭଳିବଲ ପ୍ରତିଯୋଗୀତା ରେ ଆଦିବାସୀ ଛାତ୍ରଛାତ୍ରୀମାନେ ଭାଗ ନେଇ ତିନି ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ହୋଇଥିଲା।ଆଜି ଉଦଯାପିତ କାର୍ଯ୍ୟକ୍ରମ ରେ କ୍ରିକେଟ ରେ ଲମତଗୁଡ଼ା, ଫୁଟବଲ ରେ ଅଂଚଳଗୁମା, କବାଡି ରେ ପୂଜାରୀଗୁଡା କ୍ରୀଡ଼ାବିତ କୃତିତ୍ୱ ଅର୍ଜନ କରିଥିଲେ। ଆଜି ପୁରସ୍କାର ପ୍ରଦାନ କରାଯାଇଥିଲା।ପ୍ରଥମେ ଆରମ୍ଭ ରୁ ବ୍ଳକର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଆରମ୍ଭ ହୋଇଥିଲା।
ଆଜିର ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି,ଜିଲ୍ଲା ଆଦିବାସୀ ଉନ୍ନୟନ ର ପ୍ରକଳ୍ପ ଅଧିକାରୀ ରାଜୀବ ଲୋଚନ ସାହୁ, ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ, ଏ ଡ଼ି ଏମ ନବୀନ ନାୟକ, ଚେୟାରମ୍ୟାନ ନିଲନ୍ଦ୍ରୀ ନାୟକ, ଭାଇସ ଚେୟାରମ୍ୟାନ ରାଜେନ୍ଦ୍ର ବିଷୋୟୀ, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ର ସଦସ୍ୟ ଖଗପତି ଯାନୀ ଉପସ୍ଥିତ ରହିଥିଲେ ।ଆଜିର ଏହି କାର୍ଯ୍ୟକ୍ରମ କୃତି କ୍ରୀଡ଼ାବିତ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।