ରାଉରକେଲା/ ପଞ୍ଜାବ କପୁରତାଲା ୨୪୫ ବାଟାଲିୟନ ରେ କାର୍ଯ୍ୟରତ ସିଆରପିଏଫ କମାଣ୍ଡାଣ୍ଟ ଦୟାନିଧି ତନ୍ତୀ ସହ ଏକ ଅନୌପଚାରିକ ଭାବ ବିନିମୟ କାର୍ଯ୍ୟକ୍ରମ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। କମାଣ୍ଡାଣ୍ଟ ଶ୍ରୀ ତନ୍ତୀ ଏହି ଅବସରରେ ସାମ୍ବାଦିକଙ୍କୁ ଚତୁର୍ଥ ସ୍ତମ୍ଭର ଯଥାର୍ଥ ମାନ୍ୟତା ସଂପର୍କରେ ମତରଖିବା ସହ ଆଗାମୀ ଦିନରେ ଜିଲ୍ଲାର ସହିଦଙ୍କ ପରିବାରକୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବା ପାଇଁ କହିଥିଲେ। ସେହିପରି ସଚେତନତା ଅଭାବରୁ ଆମ ଜିଲ୍ଲାର ବହୁ ଗରିବ ଶ୍ରେଣୀର ବିଭିନ୍ନ ଯୋଜନାରୁ ବଂଚିତ ହେଉଥିବା ବେଳେ ସେମାନଙ୍କ ପାଇଁ କିଛି କରିବାକୁ ପଡିବ ବୋଲି ମତ ରଖିଥିଲେ। ଏଥିପାଇଁ ସେ ” ଏକ ସାମ୍ ସହିଦକେ ନାମ୍” ପରି ଏକ କାର୍ଯ୍ୟକ୍ରମ କରି ସେ ସହଯୋଗର ହାତ ବଢାଇବା ସହ ସାମ୍ବାଦିକମାନଙ୍କ ସହଯୋଗ କାମନା କରିଥିଲେ। ସୂଚନା ଯୋଗ୍ୟ ଯେ ଶ୍ରୀ ତନ୍ତୀ ଙ୍କ ପୈତୃକ ଗ୍ରାମ ସୁନ୍ଦରଗଡ ଜିଲ୍ଲାର ସବଡେଗା ହୋଇଥିବା ବେଳେ ଲାଠିକଟା ଠାରେ ରହୁଛନ୍ତି। ସଂପ୍ରତି ସେ ରାଉରକେଲା ବୁଲି ଆସିଥିବା ବେଳେ ସୌଜନାତ୍ମକ ଦୃଷ୍ଟିରୁ ସାମ୍ବାଦିକଙ୍କୁ ଭେଟିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସେଫି ର ପ୍ରାକ୍ତନ ସଂପାଦକ ସମାଜସେବୀ ବିମଳ ବିଶି, ସମାଜସେବୀ ଶଙ୍କର ଜେନା ଓ ନାଗ୍ରା ତନ୍ତୀ ସମାଜର ପ୍ରାକ୍ତନ ସଂପାଦକ ସଂକୀର୍ତ୍ତନ ଜୟପୁରିଆ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ବିଶି ଧନ୍ୟବାଦ ଅର୍ପଣ କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।
previous post