ସୁବାସିନୀଙ୍କ ପ୍ରଚାରରେ ବି ବାଦ୍ ପଡ଼ିଲେନି କୁନିକୁନି ପିଲା ରେଣୁପଦାରେ ବିଜେଡ଼ିର ପଦଯାତ୍ରା
ବସ୍ତା ,୧୦।୩ : ନିର୍ବାଚନ ଯେତେ ପାଖେଇ ଆସୁଛି ମଇଦାନରେ ପ୍ରତି ପଞ୍ଚାୟତର ନେତୃବୃନ୍ଦଙ୍କ ଜରିଆରେ ଆଶାୟୀ ନେତାମାନେ ଘରକୁ ଘର ବୁଲି ଭୋଟର ମାନଙ୍କର ଅତି ନିକଟତର ହେବା ଲାଗି ଜୋରଦାର ପ୍ରସ୍ତୁତି ଚଲାଇଥିବାର ଦେଖିବାକୁ ମିଳୁଛି।ମାତ୍ର ବସ୍ତା ବ୍ଲକ୍ ମୁକୁଳିସି ପଞ୍ଚାୟତ ଅନ୍ତର୍ଗତ ରେଣୁପଦାରେ ଆୟୋଜିତ ବିଜେଡ଼ି ପଦଯାତ୍ରାରେ କୁନିକୁନି ପିଲାଙ୍କୁ ମଧ୍ୟ ବାଦ ନଦିଆଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।ସୂଚନା ଅନୁସାରେ ରବିବାର ଅପରାହ୍ଣରେ ରେଣୁପଦା ଗ୍ରାମରେ ବସ୍ତା ନିର୍ବାଚନ ମଣ୍ଡଳୀ ଆଶାୟୀ ବିଧାୟିକା ପ୍ରାର୍ଥୀନି ସୁବାସିନୀ ଜେନାଙ୍କର ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଉକ୍ତ ପଦଯାତ୍ରାରେ ପ୍ରଥମେ ପ୍ରଚାର ଗାଡ଼ି ପଛକୁ କୁନିକୁନି ପିଲା,ତା ପଛକୁ ସୁବାସିନୀଙ୍କ ସମେତ ବ୍ଲକ୍ ଅଧ୍ୟକ୍ଷା ଅଞ୍ଜଳି ଦାସ,ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ରଞ୍ଜନ କୁମାର ଧଳ,ଓ୍ବାର୍ଡ଼ ସଭ୍ୟା ଶ୍ବସ୍ତିକ ପ୍ରଧାନ,ଓ୍ବାର୍ଡ଼ ସଭ୍ୟାଙ୍କ ପ୍ରତିନିଧି ରୁନା ପ୍ରଧାନ,ବରଡ଼ା ଗ୍ରାମର ବିଜେଡ଼ି ସଭାପତିଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ ଥିଲେ।ମାତ୍ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ପ୍ରଚାରରେ କୁନି କୁନି ପିଲାଙ୍କୁ ଦଳୀୟ ଉତ୍ତରୀୟ ଓ ପତାକା ଧରି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା।ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗିରହିଛି।