ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

 ତାଲୁକ ଆଇନ ସେବା ସମିତି, ଧର୍ମଗଡ ସିଭିଲ କୋର୍ଟ ପରିସରରେ ଶନିବାର ଅପରାହ୍ନ ସମୟରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ )ଅଧିନିୟମ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି I ଏହି ସଭାରେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ବିଶ୍ୱବିସୃତ କର , ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ଅଗସ୍ତି, ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା କଲ୍ୟାଣୀ naekb, ସରକାରି ଓକିଲ ଧିରେନ୍ଦ୍ରନାଥ ପାତ୍ର, ଆଇନଜୀବୀ ରାଜେନ୍ଦ୍ର କୁମାର ମୁନି, ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର, ମିହିର ରଞ୍ଜନ ପଟ୍ଟଯୋଶୀ, ସଂଯୁକ୍ତା ପଣ୍ଡା ଏବଂ ରିଟେନର,ରିଟେନର ହରିଶ ଚନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାନନୀୟ ଅଧକ୍ଷ ଅନୁସୁଚିତ ଜାତି ଓ ଅନୁସୂଚିତ ଜନଜାତି ଅତ୍ୟାଚାର ନିବାରଣ ଅଧିନିୟମ ଉପରେ ସବିଶେଷ ଆଲୋକ ପାତ କରିଥିଲେ ଓ ସମାଜରେ ଅନୁସୁଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସମାଜ ପ୍ରତି ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କହିଥିଲେ। ଏହି ପରିପେକ୍ଷୀରେ ସେ କହିଥିଲେ ଯେ ସବୁ ବର୍ଗର ଲୋକ ସମାନ କିନ୍ତୁ ଉଦ୍ଦେଶ୍ୟ ମୂଳକ ଭାବରେ ଜାତି ଆଣ ଭାବରେ ହଇରାଣ କରୁଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ସ୍ଵରଉତ୍ତୋଳନ କରିବାପାଇଁ ଆହ୍ୱାନ ଦେଇଥିଲେ ଏବଂ ଜାତି ଆଣ ଭାବ ର ବିଲୁପ୍ତ୍ତିକରଣ ପାଇଁ ସଚେତନତା ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ । ଏହି ଅବସର ରେ ଅଲ ଓଡିଶା ସିଡୁଳ କାଷ୍ଟ ଫେଡେରେସନ ର ସଭାପତି ବିରଞ୍ଚି ନାରାୟଣ ଜାଲ, ଜିଲ୍ଲା ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କୁମାର, ଅବସରପ୍ରାପ୍ତ ଜେଲର ପ୍ରେମାନନ୍ଦ ବାଗ, ସରପଞ୍ଚ ସଂଘ ସଭାପତି ହାତୀରମ ଦୁର୍ଗା, ଫେଡେରେସନ ର ସଦସ୍ୟ ଦିଗାମ୍ବର ଦୁରିଆ, ଢଗ ନାଏକ, ପ୍ରଭାକର ଜାଲ, ପ୍ରେମଲାଲ ଜଗତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାରେ ଶ୍ରୀମତୀ ସଂଯୁକ୍ତା ପଣ୍ଡା ସଭା ପରିଚାଳନା କରିଥିବା ବେଳେ ରାଜେନ୍ଦ୍ର ମୁନି ଧନ୍ୟବାଦ ଅର୍ପଣ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାରେ ୩୬ତମ ବିଶ୍ୱ ଏଡସ୍ ଦିବସ ପାଳନ

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ 

Sunil Chandra Nayak

DRM Waltair Reviews Passenger Facilities at Visakhapatnam Railway Station

Sunil Chandra Nayak

Leave a Comment

error: Content is protected !!