ସିଂଲା ପୁଲିସ ଦ୍ବାରା ଦୁଇଟି ନମ୍ବର ବିହୀନ ବାଲି ଟ୍ରାକ୍ଟର ଜବତ
ବସ୍ତା ,୨୯।୩: ସିଂଲା ଥାନା ଅନ୍ତର୍ଗତ ପାଉଁଶକୁଲି ନିକଟରେ ୨ଟି ନମ୍ବର ବିହୀନ ବାଲି ଟ୍ରାକ୍ଟରକୁ ସିଂଲା ପୁଲିସ ଜବତ କରିଛି।ସୂଚନା ଅନୁସାରେ ଶୁକ୍ରବାର ସକାଳ ସମୟରେ ଉକ୍ତ ନମ୍ବର ବିହୀନ ବାଲି ଟ୍ରାକ୍ଟର ଦୁଇଟିରେ ବେଆଇନ ଭାବେ ବାଲି ପରିବହନ ହେଉଥିବା ନେଇ ସିଂଲା ପୁଲିସକୁ ସୂଚନା ମିଳିଥିଲା।ଖବର ପାଇ ସିଂଲା ଥାନା ଅଧିକାରୀ ଭୂବନମୋହନ ସେଠୀ ସଦଳବଳେ ପାଉଁଶକୁଲି ନିକଟରେ ପହଞ୍ଚି ଟ୍ରାକ୍ଟରର କାଗଜପତ୍ର ଯାଞ୍ଚ କରିଥିଲେ।ମାତ୍ର ଯାଞ୍ଚ ସମୟରେ କାଗଜ ପତ୍ର ସଠିକ ନଥିବା ଜଣାପଡିବା ପରେ ଉକ୍ତ ଟ୍ରାକ୍ଟର ସହ ଚାଳକ ଦ୍ବୟଙ୍କୁ ଥାନାକୁ ଆଣି ଅଟକ ରଖିଥିଲେ।ପରେ ସିଂଲା ଥାନାରେ ୬୩/୨୪ ଓ ୬୪/୨୪ ମୂଳେ ଦୁଇଟି ମାମଲା ରୁଜୁ ହୋଇ ଗିରଫ ଚାଳକ ଦୁଇଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।