ହୃଦଘାତରେ ବ୍ୟବସାୟୀଙ୍କ ମୃତ୍ୟୁ
ବସ୍ତା,24/4 ରୂପସା ଥାନା ଅନ୍ତର୍ଗତ ଆଙ୍କୋ ଗ୍ରାମର ବିଶିଷ୍ଟ ବ୍ୟବସାୟୀ ଗୌରହରି ରାଉତ(56)ଙ୍କର ମଙ୍ଗଳବାର ରାତିରେ ହୃଦଘାତଜନିତ ମୃତ୍ୟୁ ଘଟିଛି l ସେ ଘରେ ଖାଇସାରି ଶୋଇଥିଲେ l ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବିଛଣାରୁ ଉଠି ବାହାରକୁ ଯିବା ସମୟରେ ସେ ଘରେ ପଡିଯାଇଥିଲେ l ଚିତ୍କାର ଶୁଣି ପରିବାରଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ରୂପସା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ l ମୃତ ଗୌରହରି ଖବରଦାତା ଚାନସେଲର ରାଉତଙ୍କ ବାପା ଅଟନ୍ତି l ସେ ଦୀର୍ଘ ଦିନ ଧରି ପକ୍ଷାଘାତ ଓ ହୃଦଜନିତ ରୋଗରେ ପୀଡିତ ଥାଇ ଚିକିତ୍ସାଧୀନ ଥିଲେ l ତାଙ୍କ ମୃତ୍ୟୁରେ ରୂପସା ବ୍ୟବସାୟୀ ମହଲ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି l ଖବର ପାଇ ବସ୍ତା ପ୍ରେସ କ୍ଲବ ସଦସ୍ୟ,ଜନପ୍ରତିନିଧି, ଗ୍ରାମବାସୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମେଡିକାଲରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ l ଏ ସମ୍ପର୍କରେ ରୂପସା ଥାନା ପୋଲିସ ବୁଧବାର ଏକ ଅପମୃତ୍ୟୁ ମାମଲା ନଂ 6/24 ରୁଜୁ କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରାଇଛି l ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନ ମର ଶରୀରକୁ ନେଇ ଗାଁ ଶ୍ମଶlନରେ ଶେଷ କୃତ୍ୟ ସମ୍ପନ୍ନ କରିଥିଲେ l ପୁତ୍ର ଚାନସେଲର ମୁଖାଗ୍ନି ଦେଇଥିଲେ l