ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଜନ ମଞ୍ଚ ପକ୍ଷରୁ ବେଞ୍ଚ ମାର୍କ ମୂଲ୍ୟ ବୃଦ୍ଧି ବିରୁଦ୍ଧ ରେ ପ୍ରତିବାଦ

  ନୂଆପଡା: ଜନମଞ୍ଚ ଖଡ଼ିଆଳ ତରଫରୁ ବିଭିନ୍ନ ସଂଗଠନ,ରାଜନୈତିକ ନେତୃମଣ୍ଡଳୀ,ଖଡ଼ିଆଳ ବାର ର୍ କର୍ମକର୍ତ୍ତା ଓ ସାଧାରଣ ଜନତା ନିଳିତ ଭାବରେ ସବ ରେଜିଷ୍ଟ୍ରାର ଙ୍କ କାର୍ଯ୍ୟାଳୟ କୁ ଘେରାଉ କରି ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଗତ ଜାନୁଆରୀ ମାସରୁ ଖଡିଆଳ  ରେ ଜମି ରେଜିଷ୍ଟ୍ରେସନ ଅଘୋଷିତ ଭାବରେ ବନ୍ଦ ଥିବା ବେଳେ ଶହ ଶହ ରେଜିଷ୍ଟ୍ରେସନ କାଗଜାତ ଓ ଦଲିଲ ରେଜିଷ୍ଟ୍ରେସନ ପାଇଁ ସବ ରେଜିଷ୍ଟ୍ରାର ଙ୍କ କାର୍ଯ୍ୟାଳୟ ରେ ଗଛିତ ହୋଇ ପଡି ରହିଛି।ଏବେ ଜମି ରେଜିଷ୍ଟ୍ରେସନ ଆରମ୍ଭ କଲାବେଳକୁ ହଠାତ ଜମି କିଣାବିକାରେ ଅପ୍ରତ୍ୟାଶିତ ଭାବରେ ଅହେତୁକ ବେଞ୍ଚ ମାର୍କ ମୂଲ୍ୟବୃଦ୍ଧି ସର୍ବସାଧାରଣରେ ଅସୁହା ହେବା ସହିତ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।ପୂର୍ବ ବିଧାୟକ ଶ୍ରୀ ହିତେଶ ବଗର୍ତ୍ତି, ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀ, ବିଜେପି ର ବରିଷ୍ଠ ନେତା ଶ୍ରୀ ଦେବ ଦେବ ସିଂଦେଓ ତଥା ଶ୍ରୀ ପୃଥ୍ୱୀରାଜ ମହାନ୍ତି,ବିସ୍ଥାପିତ ସଂଗଠନ ଜନ ସଚେତନ ମଞ୍ଚ କୋନାବିରା ଓ ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ର କର୍ମକର୍ତ୍ତା ଙ୍କ ନେତୃତ୍ୱରେ ଶତାଧିକ ଲୋକମାନେ ସବ ରେଜିଷ୍ଟ୍ରାର ଙ୍କ କାର୍ଯ୍ୟାଳୟ  ରେ ପ୍ରତିବାଦ କରିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥଲେ।ନୂଆପଡା ଏକ ଉପାନ୍ତ ସୀମାନ୍ତ ଅନୁନ୍ନତ ଜିଲ୍ଲା।।କରୋନା ମାଡ଼ରେ ଜୀବନ ଜୀବିକା ବିପନ୍ନ ଥିବା ବେଳେ ଜମି ଜମା କିଣା ବିକା ର ଅପ୍ରତ୍ୟାଶିତ ଦର ବୃଦ୍ଧି ପ୍ରାୟ କୋଡିଏ ରୁ ପଚାଶ ଗୁଣ ବୃଦ୍ଧି ଲୋକଙ୍କ ମନରେ ଆକ୍ରୋଶ ଭରି ଦେଇଛି। ଏହି ନୂତନ ଦର ରେ ସାଧାରଣ ଗରିବ କିଷାନ ମଜଦୂର ଙ୍କ ପକ୍ଷରେ ରେଜିଷ୍ଟ୍ରେସନ କରିବା ଅସମ୍ଭବ ହୋଇପଡିଛି।ବେଞ୍ଚ ମାର୍କ ମୂଲ୍ୟ ବୃଦ୍ଧି ଅନ୍ୟାୟ ପୂର୍ଣ୍ଣ, ଅପ୍ରାକୃତିକ ଓ ଅସଂଗତ ଉପାୟରେ କରାଯାଇଛି, ତାକୁ ତୁରନ୍ତ ପ୍ରତ୍ୟାହାର କରି ପୁନର୍ବିଚାର କରାଯାଉ ଓ ନୂତନ ଦର ନିର୍ଦ୍ଧାରଣ କରାଯାଉ,ସେତେବେଳ ପର୍ଯ୍ୟନ୍ତ ସମସ୍ତ ରେଜିଷ୍ଟ୍ରେସନ ବନ୍ଦ କରାଯାଉ ବୋଲି ପ୍ରତିବାଦ କାରୀ ନେତୃମଣ୍ଡଳୀ ଦାବୀ କରିଥିଲେ।ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଯଥ।ଯଥ ପଦକ୍ଷେପ ଗ୍ରହଣ ନ କଲେ ଜୋରଦାର ଆନ୍ଦୋଳନ କରାଯିବ,ଦରକାର ପଡ଼ିଲେ ସବ ରେଜିଷ୍ଟ୍ରାର କର୍ଯ୍ୟାଳୟ ରେ ତାଲା ପଡିବ ବୋଲି ଆନ୍ଦୋଳନକାରୀ ନେତୃମଣ୍ଡଳୀ  ଏକ ପ୍ରେସ ବିଜ୍ଞପ୍ତି ରେ ଚେତାବନୀ ଦେଇଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ।

 

Related posts

ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ ଓ ଏସ ଆଇ ଏସ (ଇଣ୍ଡିଆ) ର ମିଳିତ ସହଯୋଗରେ ବିଭିନ୍ନ ବ୍ଳକରେ ନିଯୁକ୍ତି ମେଳା

Sunil Chandra Nayak

କଳାହାଣ୍ଡିରେ ୧୦୦ଟି ରୂପାନ୍ତରିତ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଘୋଡ଼ା ଡିଆଁ ସ୍ଥିତ ଅନନ୍ତ ଶ୍ରୀକ୍ଷେତ୍ର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!