ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର 

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର 

ରାଉରକେଲା: ସହରର ସର୍ବପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ, ଉପସଭାପତି ତଥା କାର୍ଯ୍ୟକ୍ରମର ସଂଯୋଜକ ଡ ସନାତନ ପ୍ରଧାନ ଙ୍କ ସଂଯୋଜନାରେ ଆୟୋଜିତ ଏହି ମାସିକ ସାହିତ୍ୟ ଆସରରେ ଇଂ ଅଭୟ କୁମାର ଦାସ ମୁଖ୍ୟ ଅତିଥି ଓ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ ପ୍ରତାପ କୁମାର ସ୍ବାଇଁ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ରଜ ପର୍ବର ବୈଜ୍ଞାନିକ, ସାଂସ୍କୃତିକ ଓ ସାମାଜିକ ବିଶେଷତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଉଭୟ ମୁଖ୍ୟ ଅତିଥି ଇଂ ଦାସ ଓ ମୁଖ୍ୟ ଆଲୋଚକ ଡ ସ୍ବାଇଁ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରି ରଜପର୍ବ ର ପରମ୍ପରା କିପରି ସାଂସ୍କୃତିକ ଓ ସାମାଜିକ ବିଶେଷତ୍ଵ ର ବାର୍ତ୍ତାବହ ହୋଇପାରିଛି ତଥା ରଜପର୍ବରେ ଚାଷ କର୍ମରୁ ବିରାମ, ବସୁଧା କୁ କର୍ଷଣ ନକରିବା,ଝିଅ ବୋହୂମାନେ କଦଳୀ ପଟୁଆ ପିନ୍ଧି ଚାଲିବା, ସର୍ବୋପରି ପିଠା ପଣା,ପାନ ବଣ୍ଟନ ମାଧ୍ୟମରେ ଭାଇଚାରା ସୃଷ୍ଟି ଓ ମାଟିର ଉର୍ବରତା ପାଇଁ ବର୍ଷାର ମିଳନ, ଏହାପଛରେ ବୈଜ୍ଞାନିକ ମନୋଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ନୃସିଂହ ଚରଣ ବିଶ୍ବାଳ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଅର୍ଚ୍ଚନା ମହାନ୍ତି ଓ ଗୈାତମ ଦାସ ଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ରବିନ୍ଦ୍ର ନାଥ ମହାନ୍ତି, ଉପେନ୍ଦ୍ର କୁମାର ବସ୍ତିଆ, ଆଶୁତୋଷ ଜ୍ୟୋତିଷୀ, ସୁଶାନ୍ତ ନାୟକ, ତ୍ରିଲୋଚନ ସ୍ବାଇଁ,ପରେଶ କୁମାର ବିଶ୍ବାଳ, ଡ ପ୍ରତାପ କୁମାର ସ୍ବାଇଁ, ଗୈାତମ ଦାସ ପ୍ରମୁଖ କବିତା ପାଠ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ଶତପଥୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସଂଯୋଜକ ଡ ପ୍ରଧାନ ଅତିଥି ମାନଙ୍କ ପରିଚୟ ସହ ଆଲୋଚ୍ୟ ବିଷୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସଞ୍ଜୟ ମହାନ୍ତି, ଜୟଶ୍ରୀ ଦାସ, ବିଜୟ କୁମାର ପାତ୍ର, ପଞ୍ଚାନନ ପାତ୍ର, ରାଧାକାନ୍ତ ମିଶ୍ର, ଦୀନବନ୍ଧୁ ମୁଦୁଲି, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଶେଷରେ ସମ୍ପାଦକ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡ଼କ୍ଟର ମନୋଜ କୁମାର ବିଶ୍ୱାଳ ନିଟ  (NIT) ରାଉରକେଲା ରୁ ପାଇଲେ ପି ଏଚ୍ ଡି

Sunil Chandra Nayak

୧୩ ଦଫା ଦାବି ନେଇ ଓମସା, ରାଇରଙ୍ଗପୁର ଶାଖାର ଖବରଦାତା ସମ୍ମିଳନୀ

Sunil Chandra Nayak

ଗାଁ ସାଥି ସଂଘର ବୈଠକ  ବିଭିନ୍ନ ସମସ୍ୟା ଉପରେ ଆଲୋଚନା

Sunil Chandra Nayak

Leave a Comment

error: Content is protected !!