ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିତାବେଡା ଠାରେ ପାଣ୍ଡରା ମାଲି ସମାଜର ବୈଠକ ଅନୁଷ୍ଠିତ 

ଚିତାବେଡା ଠାରେ ପାଣ୍ଡରା ମାଲି ସମାଜର ବୈଠକ ଅନୁଷ୍ଠିତ 

ନବରଙ୍ଗପୁର:(ତା-୨୩/୦୬)(ରବିନାରାୟଣମହାନ୍ତି)- ରବିବାର ଦିନ ପୂର୍ବାହ୍ନ ୧୦ଘଣ୍ଟିକା ସମୟରେ ଝରିଗାଁ ବ୍ଲକ ଅନ୍ତର୍ଗତ ଚିତାବେଡା ଗ୍ରାମ ପଂଚାୟତ ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ପାଣ୍ଡରା ମାଳୀ ସମାଜର ଏକ ବୈଠକ ଆୟୋଜନ କରାଯାଇଥିଲା। ଉକ୍ତ ବୈଠକରେ ଝରିଗାଁ ବ୍ଳକ ପାଣ୍ଡରା ମାଳୀ ସମାଜର ସଭାପତି ଯୋଗେଶ୍ଵର ନାୟକଙ୍କୁ ସଭାପତିତ୍ୱ ଆସନରେ ଅଳଙ୍କୃତ କରାଯାଇଥିବା ବେଳେ ମୁଖ୍ୟ ଅତିଥି ରୂପେ ଯତିନ୍ଦ୍ର ନାୟକଙ୍କୁ ଅଳଙ୍କୃତ କରାଯାଇଥିଲା। ଉକ୍ତ ସମାଜର ଜିଲ୍ଲା ସଭାପତି ଜଗନ୍ନାଥ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ପାଦକ ଜଗନ୍ନାଥ ମାଳୀ ଓ ସହସମ୍ପାଦକ ବିଶ୍ୱଦେବ ନାୟକ ବୈଠକଟିକୁ ସୁପରିଚାଳନା କରିଥିଲେ। ବୈଠକରେ ମାଳୀ ସମାଜର ଉନ୍ନତି ଯଥା ଶିକ୍ଷା ସ୍ବାସ୍ଥ୍ୟ ,ସାମାଜିକ ନିରାପତ୍ତା, ନାରୀ ଶିକ୍ଷାକୁ ଗୁରୁତ୍ୱ ଦେବା ଓ ଯୌତୁକ ପ୍ରଥା ଦୂରୀକରଣ ବିଷୟରେ ଆଲୋଚନା କରାଯାଇଥିଲା। ପାପଡାହାଣ୍ଡି ମାଳୀ ସମାଜର ସମ୍ପାଦକ ଗୋପିନାଥ ମାଳୀ , ତେନ୍ତୁଳିଖୁଣ୍ଟି ବ୍ଲକ ମାଳୀ ସମାଜର ସଭାପତି,ସମ୍ପାଦକ ଅନ୍ୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହିଥିଲେ। ବୈଠକର ଆୟୋଜକ ଭାବରେ ସନ୍ୟାସୀ ମାଳୀ,ଛତ୍ର ମାଳୀ, ରବିମାଳୀ, ଫକୀର ମାଳୀ,ଵନସାଏ ମାଳୀ,ରାଜିନ୍ଦ୍ର ମାଳୀ, ଭୀମସେନ ମାଳୀ, ଅନେକ ପ୍ରମୁଖ ବ୍ୟକ୍ତି ଯୋଗଦେଇଥିଲେ।

ମସିହା ନିୟୁଜ୍ ସର୍ଭିସ 

 

Related posts

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହରେ ଶପଥ ପାଠ

Sunil Chandra Nayak

ଉଜୁଡ଼ିଗଲାଣି ବାଉଁଶ କାରିଗରଙ୍କ କୌଳିକ ବୃତ୍ତି । ବିକ୍ରି ପାଇଁ ନାହିଁ ସ୍ବତନ୍ତ୍ର ବଜାର

Sunil Chandra Nayak

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ଚୁନା ମେସିନ ବଣ୍ଟନ 

Leave a Comment

error: Content is protected !!