ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ନୀତି ଆୟୋଗର ଆକାଂକ୍ଷି ଜିଲ୍ଲା ଅନ୍ତର୍ଗତ ” ସମ୍ପୂର୍ଣତା ଅଭିଯାନ” ର ଶୁଭାରମ୍ଭ

କଳାହାଣ୍ଡି ଜିଲ୍ଲାରେ ନୀତି ଆୟୋଗର ଆକାଂକ୍ଷି ଜିଲ୍ଲା ଅନ୍ତର୍ଗତ ” ସମ୍ପୂର୍ଣତା ଅଭିଯାନ” ର ଶୁଭାରମ୍ଭ

ଭବାନୀପାଟଣା: ୪.୭.୨୦୨୪: ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ” ସମ୍ପୂର୍ଣ୍ଣତା ଅଭିଯାନ” ର ଶୁଭାରମ୍ଭ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ନିତି ଆୟୋଗ ୟଙ୍ଗ ପ୍ରଫେସନାଲ ମନୋଜ ଯୋଶୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦିଲ୍ଲୀପ ମହାରଣା, ଡି ଡି ପ୍ଲାନିଂ ( ଡି ପି ଏମ୍ ୟୁ) ଶ୍ରୀକାନ୍ତ ଦଳେଇ ଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ, ଛାତ୍ର ଛାତ୍ରୀ, ଚାଷୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

  ଆଜିଠାରୁ ୦୪.୦୭.୨୦୨୪ ରୁ ୩୦.୦୯.୨୦୨୪ ପର୍ଯ୍ୟନ୍ତ ୩ ମାସ ପର୍ଯ୍ୟନ୍ତ ଏହି ସମ୍ପୂର୍ଣ୍ଣତା ଅଭିଯାନ ରେ ଜିଲ୍ଲା କାର୍ଯ୍ୟକ୍ରମ ପାଇଁ ୬ ମାପ ସୂଚକ ଏବଂ ୨ ଟି ବ୍ଲକ୍ ଥିଆମୂଲ୍ ରାମପୁର ଓ ମଦନପୁର ରାମପୁର ପାଇଁ ୬ ମାପ ସୂଚକ ରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଗର୍ଭବତୀ ମହିଳା ମାନଙ୍କ ନାମ ରେଜିଷ୍ଟ୍ରେସନ୍ , ଗର୍ଭବତୀ ମହିଳାମାନଙ୍କ ପାଇଁ ପୁଷ୍ଟିସାର ଖାଦ୍ୟ, ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ,୯ ରୁ ୧୧ ମାସ ମଧ୍ୟରେ ଛୋଟ ଶିଶୁମାନଙ୍କ ଟୀକାକରଣ, ବିଦ୍ୟାଳୟ ମାନଙ୍କ ରେ ବିଦ୍ୟୁତିକରଣ, ଶିକ୍ଷା ବର୍ଷ ଆରମ୍ଭ ର ପ୍ରଥମ ମାସ ରେ ପାଠ୍ୟ ପୁସ୍ତକ ଯୋଗାଣ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗର ନିରୂପଣ ଉପରେ ମୂଖ୍ୟତଃ ଅଧିକ ଗୁରୁତ୍ବ ଦିଆଯିବ ।ଭାରତର ପ୍ରଧାନମନ୍ତ୍ରୀଙ୍କ ଦେଶରେ ୧୧୨ ଜିଲ୍ଲାରେ ଆକାଙ୍କ୍ଷୀ ଜିଲ୍ଲା ରେ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ବିକାଶ, ପୋଷଣ ଓ କୃଷି କ୍ଷେତ୍ରରେ ଅଗ୍ରଗତି ଉପରେ ପ୍ରେରଣାଦାୟୀ ଭିଡିଓ ସମସ୍ତେ ଦେଖି ଥିଲେ।

ଏହି ଅବସରରେ ଆଜି ସକାଳ ୯.୦୦ ଘ: ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଏକ ଶୋଭାଯାତ୍ରା ବାହାରି ” ସମ୍ପୂର୍ଣ୍ଣତା ଅଭିଯାନ” ପ୍ଲାକାର୍ଡ ଧରି ସ୍କୁଲ୍ ଛାତ୍ର ଛାତ୍ରୀ, ସରକାରୀ ଅଧକାରୀ, ନର୍ସିଂ ଛାତ୍ର ଛାତ୍ରୀ, ଏସ୍ ଏସ ଜି ମାଆ ମାନେ ସହର ପରିକ୍ରମା କରିଥିଲେ।ଜିଲ୍ଳା ପରିଷଦ ସମ୍ମିଳନୀ ଗୃହ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସମସ୍ତଙ୍କୁ ଆକାଂକ୍ଷା ଜିଲ୍ଲା ଓ ବ୍ଲକ୍ କାର୍ଯ୍ୟକ୍ରମ ର ଶପଥ ପାଠ କରାଇଥିଲେ। ଚାଷୀ ମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଥିଲା।ଜିଲ୍ଲାପାଳ ଓ ଅଧ୍ୟକ୍ଷ ଜିଲ୍ଲାପରିଷଦ ୨୦୧୮ ରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ନିଜ ବକ୍ତବ୍ୟ ରେ ଆକାଂକ୍ଷା ଜିଲ୍ଲା ରୂପେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ , ସ୍କୁଲ୍ ଗୃହରେ ବିଦ୍ୟୁତିକରଣ ଓ ଅନ୍ୟାନ୍ୟ କ୍ଷେତ୍ର ରେ ବେଶ୍ ଅଗ୍ରଗତି ହୋଇଛି ଏଵଂ ଏହାକୁ ଅଗ୍ରଣୀ ଜିଲ୍ଳା ରୂପେ ଦେଖିବାକୁ ଓ ସୁଚକର ମାନ ଓ ହାର ବୃଦ୍ଧି କରିବାକୁ ସମସ୍ତଙ୍କ ଆନ୍ତରିକ ଉଦ୍ୟମ ଓ ପରିଶ୍ରମ ଆବଶ୍ୟକ ବୋଲି କହିଥିଲେ। ସଭାଟିକୁ ଡି. ଡି ,ଡି ପି ଏମ୍ ୟୁ ପରିଚାଳନା କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ମହିଳା କୁଡୁମି ସେନା ,ଓଡିଶା ତରଫରୁ ସେପ୍ଟେମ୍ବର ୬ କଳା ଦିବସ ପାଳିତ 

masiha

ରାୟଗଡ଼ା ରେ ସମାଜ ସେବୀ ତଥା ସ୍ଵାଧିନତା ସଂଗ୍ରାମୀ ମା ପାର୍ବତୀ ଗିରି ଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ରୋଟାରୀଆନ ତଥା ମନୋଚିକିତ୍ସକ ପ୍ରିତୀ ସାଇନୀଙ୍କ ବିଭିନ୍ନ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!