ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ୟାସୀ କୁଣ୍ଡାମାଲ-ଛୋରିଆଗଡ଼ ରାସ୍ତା ସୁଧୁରିବ କେବେ,,?

ଜୁନାଗଡ଼, ୧୨/୦୪(ନି.ପ୍ର) ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି।ହେଲେ ରାସ୍ତା ନିର୍ମାଣ କାର୍ଯ୍ୟ ସାରିବାର ନା ଧରୁନି।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଳ-ଛୋରିଆଗଡ଼ ରାସ୍ତାରେ।ସୂଚନା ଫଳକ ବିହୀନ ଏହି ରାସ୍ତାରେ ଗତ ବର୍ଷ ଠାରୁ ରାସ୍ତା କାମ ଚାଲିଛି। ସନ୍ୟାସୀ କୁଣ୍ଡାମାଳ ଛକଠାରୁ ପିଚୁ କାର୍ଯ୍ୟ କରାଯାଇ ରାଇସମିଲ ପାଖରେ ଛାଡି ଦିଆଯାଇଥିବା ବେଳେ ଛୋରିଆଗଡ଼ ରାଇସମିଲ ପାଖରେ ମଧ୍ୟ ପିଚୁ କାର୍ଯ୍ୟ ଛାଡି ଦିଆଯାଇଛି।ଯେଉଁ ସ୍ଥାନରେ ପିଚୁ କାର୍ଯ୍ୟ କରାଯାଇଛି ତାହା ମଧ୍ୟ ନିର୍ମାଣର ମାତ୍ର କେଇ ମାସ ପରେ ପିଚୁ ଉଠିଯାଇ ଖାଲଖମା ସୃଷ୍ଟି ହେଲାଣି।ଏହି ରାସ୍ତାଟି ସନ୍ୟାସୀ କୁଣ୍ଡାମାଳ ଠାରୁ ଛୋରିଆଗଡ଼, ବଣ୍ଡାକୂଟରା ଦେଇ ଆଟିଗାଁ ପର୍ଯ୍ୟନ୍ତ ଯାଇଛି।ଅନେକ ସମୟରେ ଏହି ରାସ୍ତାରେ ନିର୍ମାଣ ଓ ମରାମତି କାର୍ଯ୍ୟ ଚାଲୁଥିଲେ ହେଁ ନିନ୍ମ ମାନର କାର୍ଯ୍ୟ ଯୋଗୁଁ ରାସ୍ତା କାର୍ଯ୍ୟର ସ୍ଥାୟୀତ୍ୱ ନେଇ ଲୋକେ ସନ୍ଦିହାନ ହେଉଛନ୍ତି।ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା ଏହି ରାସ୍ତା କାର୍ଯ୍ୟ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ଭୋଇଙ୍କୁ ପଚାରିବାରୁ ଅତି ଖରାପ ହୋଇଥିବା ସ୍ଥାନରେ ପ୍ରଥମେ କାର୍ଯ୍ୟ କରାଯାଉଛି, ଯଥାଶୀଘ୍ର କାର୍ଯ୍ୟ ସମାପନ କରାଯିବ ବୋଲି କହିଥିଲେ।ନିନ୍ମମାନର କାର୍ଯ୍ୟ ହେବା ଓ ବାରମ୍ବାର ନିର୍ମାଣ ସତ୍ତ୍ୱେ ରାସ୍ତା ଅବସ୍ଥା ନ ସୁଧୁରିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହେଉଛି। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ଶ୍ରଦ୍ଧା ଠାରେ ରଜ ମହୋତ୍ସବ ପାଳନ

Sunil Chandra Nayak

ଗୋପବନ୍ଧୁ ପାଠାଗାରରେ ଗୁରୁଦିବସ ପାଳନ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମରା,୨୦୨୩.ପସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!