ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ପୌର ନିର୍ବାହୀ ଅଧିକାରୀ ଙ୍କୁ ଜିଲ୍ଲା ଖାଉଟି ଅଦାଲତଙ୍କ ନୋଟିସ୍ ଜାରି ଦୋକାନ ଗୃହ ଯୋଗାଣରେ ଅନିୟମିତତା ଅଭିଯୋଗ

ନବରଙ୍ଗପୁର ପୌର ନିର୍ବାହୀ ଅଧିକାରୀ ଙ୍କୁ ଜିଲ୍ଲା ଖାଉଟି ଅଦାଲତଙ୍କ ନୋଟିସ୍ ଜାରି

ଦୋକାନ ଗୃହ ଯୋଗାଣରେ ଅନିୟମିତତା ଅଭିଯୋଗ

ନବରଙ୍ଗପୁର :(୫|୭)(ରବିନାରାୟଣମହାନ୍ତି)ନବରଙ୍ଗପୁର ଆବେଦନକାରୀ ଙ୍କୁ ଦୋକାନ ଗୃହ ଯୋଗାଣରେ ଅହେତୁକ ବିଳମ୍ବ ଓ ଅନିୟମିତତା କରିଥିବା ସମ୍ବନ୍ଧରେ ଦୁଇ ଅଭିଯୋଗକାରୀଙ୍କ ଆବେଦନକୁ ଗ୍ରହଣ କରି ନବରଙ୍ଗପୁର ଜିଲ୍ଲା ଖାଉଟି ବିବାଦ ପ୍ରତିକାର କମିଶନ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଙ୍କୁ ନୋଟିସ୍ ଜାରି କରିଛନ୍ତି। ଆଇନଜୀବୀ ରାମ ପ୍ରସାଦ ପାତ୍ର ଙ୍କ ଜରିଆରେ ଆବେଦନକାରୀ ନବରଙ୍ଗପୁର ର ଶରତ କୁମାର ଦାଶ ଓ ଅଞ୍ଜୁଶ୍ରୀ ସାହୁଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ ଗତ ୩ ମାର୍ଚ୍ଚ ୨୦୧୫ ରେ ଦୋକାନ ଗୃହ ଯୋଗାଣ ପାଇଁ ଓ ଆବେଦନକାରୀଙ୍କ ନିଜ ଖର୍ଚ୍ଚରେ ଦୋକାନ ଗୃହ ନିର୍ମାଣ ପାଇଁ ପୌରସଂସ୍ଥା ତରଫରୁ ସମ୍ବାଦପତ୍ର ରେ ବିଜ୍ଞାପନ ନଂ ୨୮୨/୨୦୧୫ ଜରିଆରେ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା। ପ୍ରସ୍ତାବିତ ଦୋକାନ ଗୃହ ପାଇଁ ଖାଲି ସ୍ଥଳ ଓ ଖାଲି ଥିବା ଦୋକାନ ଗୃହ ଗୁଡ଼ିକ ନବରଙ୍ଗପୁର ପୌରସଂସ୍ଥା ଅଧିନ ନୂତନ କୃଷକ ବଜାର ର ସାମନା ଓ ଭିତର ପାଖ, ବିନାୟକ ଭବନ ପଛ ପାଖ, ପୌରକାର୍ଯ୍ୟାଳୟର ସାମନା ପଟ, ନୂତନ ମାର୍କେଟ କମ୍ପ୍ଲେକ୍ସ ର ଉପର ମହଲା ଓ ଭୂତଳ ଗୃହ, ହନୁମାନ ମନ୍ଦିର ର ପଛ ପାଖ ଓ ପୌରପାଳିକା ର ଖାଲି ଥିବା ଦୋକାନ ଗୃହ ଓ ଖାଲି ସ୍ଥଳ ମଧ୍ୟରୁ ଆବେଦନକାରୀଙ୍କୁ ଯୋଗାଇ ଦିଆଯିବ ବୋଲି ଏହି ବିଜ୍ଞାପନ ରେ ସ୍ପଷ୍ଟ ରହିଥିଲା। ବିଜ୍ଞାପନ ର ସୂଚନା ଅନୁଯାୟୀ ଆବେଦନକାରୀ ଆବଶ୍ୟକ କାଗଜପତ୍ର ସହ ଦରଖାସ୍ତ ର ମୂଲ୍ୟ ୧୦୦/- ଟଙ୍କା ଓ ଅମାନତ ରାଶି ୧୦, ୦୦୦/- ଟଙ୍କା ଅଗ୍ରୀମ ଆକାରରେ ଗତ ୧୦ ଏପ୍ରିଲ ୨୦୧୫ ରେ ରସିଦ ନଂ ୯୫୮୬, ୯୪୯୩ ଓ ୯୫୪୭ ଅନୁଯାୟୀ ପୌର କାର୍ଯ୍ୟାଳୟରେ ଦାଖଲ କରିଥିଲେ। ଆବେଦନକାରୀ ମାନେ ବାରମ୍ବାର କାର୍ଯ୍ୟାଳୟ କୁ ଯାଇ ଲିଖିତ ଭାବେ ଦୋକାନ ଗୃହ ଯୋଗାଇଦେବାକୁ ଅନୁରୋଧ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦୋକାନ ଗୃହ କିମ୍ବା ଦୋକାନ ନିର୍ମାଣ ପାଇଁ ଖାଲି ସ୍ଥଳ ଦେଲେ ନାହିଁ। ଆବେଦନକାରୀ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟରେ ଏହି ଅଭିଯୋଗ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଆବେଦନ କରିବା ସହ ଅମାନତ ରାଶି ଦାଖଲର ଦୀର୍ଘ ୯ ବର୍ଷ ବିତିଯାଇଥିଲେ ମଧ୍ୟ ଦୋକାନ ଗୃହ ଯୋଗାଉନଥିବା ଯୋଗୁଁ ହିତାଧିକାରୀ ଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। ଦୋକାନ ଗୃହ ପାଇଁ ଆବେଦନ କରିଥିବା ଶୁଭେନ୍ଦୁ ନାୟକ ଙ୍କ ଦେହାନ୍ତ ହେଇଯାଇଥିବା ଯୋଗୁଁ ତାଙ୍କ ପତ୍ନୀ ଅଞ୍ଜୁଶ୍ରୀ ଏଥିପାଇଁ ପୁଣି ଥରେ ଆବେଦନ କରିଥିଲେ। ପୌରସଂସ୍ଥା ର ଏଭଳି ଅବହେଳା ଯୋଗୁଁ ହିତାଧିକାରୀ ମାନେ ମାନସିକ ଓ ଆର୍ଥିକ ଭାବେ ଅନେକ କ୍ଷତିଗ୍ରସ୍ତ ସୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ପୌରସଂସ୍ଥା ର ଏହି ଅନିୟମିତତା ଓ କାର୍ଯ୍ୟରେ ଅବହେଳା ର ବିଚାର କରି ଆବେଦନକାରୀଙ୍କୁ ଯଥାଶୀଘ୍ର ଦୋକାନ ଗୃହ ଯୋଗାଇବା ସହ କ୍ଷତି ପୂରଣ ବାବଦକୁ ୧୬, ୫୦, ୦୦୦ ଟଙ୍କା ଦାବି କରିଛନ୍ତି। ଏହାବ୍ୟତୀତ ଅମାନତ ରାଶି ଫେରାଇବା ସହ ମାମଲା ବାବଦ ଖର୍ଚ୍ଚ ୧୦, ୦୦୦/- ଟଙ୍କା ଦାବି କରିଛନ୍ତି। ନବରଙ୍ଗପୁର ର ଅନେକ ଆବେଦନ କାରୀଙ୍କ ଠାରୁ ଅମାନତ ରାଶି ନେଇ ମଧ୍ୟ ଦୀର୍ଘ ୯ ବର୍ଷ ହେଲା ସେମାନଙ୍କୁ ଦୋକାନ ଗୃହ ପ୍ରଦାନ କରୁ ନାହାନ୍ତି ବୋଲି ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ଆଗାମୀ ୨୬ ଜୁଲାଇ ରେ ଅଭିଯୋଗ ର ଉତ୍ତର ରଖିବା ପାଇଁ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ କମିଶନ ନୋଟିସ ଜାରି କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ସାରୁ ପଞ୍ଚାୟତରେ ମିଳିତ ଜନ ଶୁଣାଣିରେ ସର୍ବାଧିକ ରାସନକାର୍ଡ ରହିଛି 

Sunil Chandra Nayak

ଓରାଘାଟ ଆଇରନ ଖଣି ର କର୍ମକର୍ତା ମାନଙ୍କ ଆନୁକୂଲ୍ୟରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର (କାଟେସାହି) ବିଦ୍ୟାଳୟ ପରିସରରେ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି

masiha

ପାଟଣାଗଡ ରେ ଆଦିବାସୀଙ୍କ ମହାମେଳି 

masiha

Leave a Comment

error: Content is protected !!