ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରୁ ପୁରୀ ରଥଯାତ୍ରା ଉପଲକ୍ଷେ ସ୍ବତନ୍ତ୍ର ରେଳସେଵା ସାଂସଦ ନବ ଚରଣ ମାଝୀଙ୍କ ଦ୍ବାରା ଉଦ୍ଘାଟିତ 

ରାଇରଙ୍ଗପୁରରୁ ପୁରୀ ରଥଯାତ୍ରା ଉପଲକ୍ଷେ ସ୍ବତନ୍ତ୍ର ରେଳସେଵା ସାଂସଦ ନବ ଚରଣ ମାଝୀଙ୍କ ଦ୍ବାରା ଉଦ୍ଘାଟିତ 

ମୟୂରଭଞ୍ଜ – ୦୬/୦୭ ( ମସିହା)ସ୍ଵାଧୀନତାର ଦିର୍ଘ ୭୮ ବର୍ଷ ପରେ ପ୍ରଥମ କରି ଵାମନଘାଟୀ ଉପଖଣ୍ଡ ବାଦାମପାହାଡ଼ରୁ ଭାୟା ଟାଟା ଦେଇ ପୁରୀକୁ ରେଳସେବା ମାନ୍ୟବର ସାଂସଦ ନବ ଚରଣ ମାଝୀଙ୍କ କରକମଳରେ ଶୁଭାରମ୍ଭ ହୋଇଛି । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଅଂଚଳ ପ୍ରତି ଦରଦ ,ଭଲ ପାଇବା ଓ ପ୍ରଚେଷ୍ଟା ଯୋଗୁଁ ଏହା ଶୁଭାରମ୍ଭ ହୋଇଛି ।ଏହି ଶୁଭାରମ୍ଭ ସମୟରେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ,ବିଜେପି ରାଜ୍ୟ ସଂପାଦକ ନବୀନ ରାମ, ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ଚକ୍ରଧରପୁର ରେଳ ଡିଭିଜନର ସିପିଏମ ରାଜୀବ ଗୁପ୍ତା,ଡିସିଏମ ଦେବରାଜ ବାନାର୍ଜୀ, ଆର କେ ଗୁପ୍ତା,ଅଭିଷେକ ସିଙ୍ଘାଲ, ରାକେଶ ରାୟ, ଏ କେ ବିଶ୍ବାସ,ବି ମିଶ୍ର,ଏସ କେ ସିଂ,ସନ୍ତୋଷ ପ୍ରସାଦ, ରାଇରଙ୍ଗପୁର ଷ୍ଟେସନ ମାଷ୍ଟର ବାଙ୍ଗାଲି ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।ଆଜି ସକାଳେ ୬ ଟା ସମୟରେ ବାଦାମପାହାଡ଼ରୁ ଟ୍ରେନ ରାଇରଙ୍ଗପୁର ଷ୍ଟେସନରେ ପହଞ୍ଚିଥିଲା ।ଏଠାରେ ୬.୪୦ ରେ ପୁରୀ ଅଭିମୁଖେ ଟ୍ରେନ ଛାଡିଥିଲା । ପୁରୀରେ ୯ ଟା ୧୫ ରେ ପହଞ୍ଚିଵ ।ପ୍ରଥମ ଥର କରି ବାମନଘାଟୀ ଉପଖଣ୍ଡରୁ ଟ୍ରେନ ପୁରୀ ଅଭିମୁଖେ ଯାଇଥିବାରୁ ଅଂଚଳ ବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।ଜଗା ଦର୍ଶନ ପାଇବେ ବୋଲି ଅଂଚଳଵାସୀ ପ୍ରଫୁଲ୍ଲିତ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଶିକ୍ଷକ ଡେପୁଟେସନ୍‌କୁ ବିରୋଧ କରି ଜିଲ୍ଲାପାଳଙ୍କ ପାଖରେ ଗୁହାରୀ

Sunil Chandra Nayak

ବିଧବା ଗୁରୁବାରୀଙ୍କ ଘର ହାତୀ ଭାଙ୍ଗିଲା; କବାଟ ଭାଙ୍ଗି ଧାନ,ଚାଉଳ ଖାଇ ଦେଲା

masiha

୭୪ ତମ ବନ ମହୋତ୍ସବ ସପ୍ତାହ ପାଳିତ

Leave a Comment

error: Content is protected !!