ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଫାଇଟ୍ ଗୃପ ର ଶୁଭାରମ୍ଭ

ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଫାଇଟ୍ ଗୃପ ର ଶୁଭାରମ୍ଭ

ରାଉରକେଲା: ପବିତ୍ର ରଥଯାତ୍ରା ଉପଲକ୍ଷେ ମହିଳା ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ଫାଇଟ୍ ଗୃପ୍ ର ସେକ୍ଟର ୫ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଶୁଭାରମ୍ଭ କରାଯାଇଛି। ସ୍ବଛତା, ଜୀବନ ରକ୍ଷା, ରୋଜଗାର ଅସୁବିଧା ସମୟରେ ସାହାଯ୍ୟ ପାଇଁ ଉଦ୍ଦିଷ୍ଟ ଏହି ଫାଇଟ୍ ଗୃପ ଟିମ୍ ର ସଦସ୍ୟ ମାନେ କାର୍ଯ୍ୟ କରିବ ବୋଲି ଅନୁଷ୍ଠାନର ସଭାପତି ସୁମତି ନାୟକ ପ୍ରକାଶ କରିଛନ୍ତି। ଏହାସହ ଶ୍ରୀମତୀ ନାୟକଙ୍କ ଜନ୍ମଦିନ ହୋଇଥିବାରୁ ତାଙ୍କ ପାଇଁ କେକ୍ କଟାଯାଇଥିବା ବେଳେ ଜନସାଧାରଣଙ୍କ ପାଇଁ ଖିରି ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନ ମହିଳାଙ୍କ ସଶକ୍ତିକରଣ ପାଇଁ କାମ କରିବ ବୋଲି କୁହାଯାଇଛି। ଏହି ଗୃପରେ ସଭାପତି ସୁମତି ନାୟକ, ସମ୍ପାଦିକା ପ୍ରତିମା ମଞ୍ଜରୀ ଆଲଦା ଙ୍କ ସମେତ ବସୁମତୀ ମହାନ୍ତି, ଗୈାରୀ କୁମ୍ଭାର, ସସ୍ମିତା ପ୍ରଧାନ, ସରିତା ପଲେଇ,ସରିତା ବେହେରା, ରିଙ୍କି କୁମାରୀ, ପାର୍ବତୀ ମଣ୍ଡଳ, ଜ୍ୟୋସ୍ନାରାଣୀ ରାଉତ, ପୁଷ୍ପାଞ୍ଜଳି ଲେଙ୍କା, ରୀନା ସେଠୀ, ରଞ୍ଜିତା ମଲ୍ଲିକ, ତୁଳସୀ ମାହାଲି, ସଞ୍ଜୁକ୍ତା ଜେନା, ମମତା ଲୋହାର, ରେଣୁକା ଖଣ୍ଡୁଆଳ, ସୀତା ମୁର୍ମୁ, ପିଙ୍କି ଦାସ,କଳ୍ପିତା ନାୟକ,ନିତାଞ୍ଜଳୀ ପରିଡ଼ା,ଦିପ୍ତୀ ବିଶ୍ବାଳ, ବନଜା ବିଶ୍ବାଳ, ଲୀନା ବିଶ୍ବାଳ,ପ୍ରିତୀ ଜେନା, ପ୍ରାଞ୍ଜଳୀ ନାଗ,ଦେବିକା ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ସମାଜସେବୀ ମୋହନ କୁମାର ମହାନ୍ତି,ରତିଲାଲ କୁମ୍ଭାର, ବିଜୟ ସୁନ୍ଦରାୟ, ରାଜେନ୍ଦ୍ର ପଣ୍ଡା, ହରେକୃଷ୍ଣ ନାୟକ, ରାହୁଲ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତାଳଗାଁରେ ଶ୍ରୀ ରାମ ନବମୀ ପାଳିତ,ଭକ୍ତଙ୍କ ଶୋଭାଯାତ୍ରା

masiha

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

masiha

ସତର ବର୍ଷ ଧରି ବ୍ୟକ୍ତିଗତ ଘରେ ପାଠପଢା, ବହୁବାର ଅଭିଯୋଗ ସତ୍ତ୍ବେ ହୋଇପାରୁନି ଅଙ୍ଗନବାଡ଼ି ଗୃହ ନିର୍ମାଣ 2-ମଟରସାଇକେଲ-ସ୍କୁଟି ଧକ୍କା ,୧ ମୃତ ଓ ଜଣେ ଗୁରୁତର

masiha

Leave a Comment

error: Content is protected !!