ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୨ ଟି ଅଭିଯୋଗର ଶୁଣାଣି 

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୨ ଟି ଅଭିଯୋଗର ଶୁଣାଣି 

ଡାବୁଗାଁ, ୧୫/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟର ଅଭିଯୋଗ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ୨୨ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୨ ଟି ଅଭିଯୋଗ ମଧ୍ୟରୁ ୧୫ ଟି ଅଭିଯୋଗ ବ୍ୟକ୍ତିଗତ, ୭ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ ଡାବୁଗାଁ ବ୍ଲକ ସଦରମହକୁମାରେ ଡାବୁଗାଁ କନ୍ୟାଶ୍ରମ ଠାରୁ ଥାନା ପର୍ଯ୍ୟନ୍ତ ୪ ଲେନ ରାସ୍ତା ନିର୍ମାଣ, ଆରଏମସି ଦ୍ଵାରା ଡାବୁଗାଁ ହାଟପଦା ଉନ୍ନତି ଓ ମାର୍କେଟ କମ୍ପ୍ଲେସ ନିର୍ମାଣ, ଡାବୁଗାଁ ମାଉସୀମା ମନ୍ଦିର ଠାରୁ ଡାବୁଗାଁ ତାରିଣୀ ମନ୍ଦିର ଚାରିଛକ ପର୍ଯ୍ୟନ୍ତ ଭାରତମାଳା ରାସ୍ତା ସହ ସଂଯୋଗ ସହ ରାସ୍ତା ନିର୍ମାଣ, ଡାବୁଗାଁ ପଞ୍ଚାୟତ ର ସରଂକ୍ଷିତ ଜମି ମଧ୍ୟରେ ଥିବା ସମସ୍ତ ଜବରଦଖଲ କାରୀ ଙ୍କୁ ଜବରଦଖଲ ଜମିରୁ ଖାଲି କରାଯିବା, ଡାବୁଗାଁ ରେ ଯଥାଶ୍ରୀଘ୍ର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ନିର୍ମାଣ କରାଯାଉ, ନବରଙ୍ଗପୁର ବ୍ଲକ ଅଧୀନ ଭାମନାଗୁଡା ଗ୍ରାମର ରେଭିନ୍ୟୁଜଙ୍ଗଲ ବିବାଦ ସମାଧାନ, ଡାବୁଗାଁ ବ୍ଲକ ର ବୋରିପଦର ଗ୍ରାମରେ ଖ୍ରୀଷ୍ଟିୟାନ ସଂମ୍ପ୍ରଦାୟର ଲୋକଙ୍କ ପାଇଁ ମଶାଣି ପାଇଁ ଜମି ପ୍ରଦାନ, ଡ଼ଙ୍ଗରିଗୁଡା ଗ୍ରାମର ୱାର୍ଡ ନଂ ୫ ରେ ବିଦ୍ୟୁତ ଖୁଣ୍ଟ ପୋତିବା ସହ ବିଦ୍ୟୁତ ଦେବା, ରାବଣାଗୁଡା ଗ୍ରାମରେ ଭାରତମାଳା ରାସ୍ତାରେ ଓଭରବ୍ରିଜ ନିର୍ମାଣ କରିବା, ବୋରିପଦରରେ ବିଦ୍ୟତ ସମସ୍ୟା ଓ ରାବଣାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଛାତରୁ ପାଣି ଓ ସିମେଣ୍ଟ ଖୁଥିବାରୁ ମରାମତି କରିବା ଆଦି ଅଭିଯୋଗ ହୋଇଥିଲା | ଶେଷରେ ୨ ଜଣଙ୍କୁ ହୁଇଲଚେୟାର, ୪ ଜଣଙ୍କୁ ଟ୍ରାଇସାଇକେଲ, ୩ ଜଣଙ୍କୁ ଶ୍ରବଣଯନ୍ତ୍ର ଓ ୩୨ ଜଣ ହିତାଧିକାରୀଙ୍କୁ ଜିଲାପାଳ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା | ଏଥିରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ଜିଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ, ଜିଲା ମୁଖ୍ୟ କୃଷି ଅଧିକାରୀ ଜି. ଭେଙ୍କେଟ ରେଡ୍ଡୀ, ଭାରପ୍ରାପ୍ତ ଜିଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲାମୁଖ୍ୟ ପ୍ରାଣୀଚିକିତ୍ସାଧିକାରୀ ଡା. ଦିଲ୍ଲୀପ କୁମାର କବିରାଜ, ଡାବୁଗାଁ ବିଡିଓ ଶରତ ମାଝି, ସିଡିପିଓ ମିନତୀ ଦାଶ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀନିଗୋ ମୁର୍ମୁ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ଓ ଜିଲା ଏବଂ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜମଉଜ ଆସନ୍ତା ୧୨ ଓ ୧୩ରେ

ଡାବୁଗାଁ ବ୍ଲକରେ ଘନ କୁହୁଡ଼ି ର ପ୍ରକୋପ 

masiha

ବସ୍ତିବାସିନ୍ଦା ପାଳନ କଲେ ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ 

masiha

Leave a Comment

error: Content is protected !!