ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାର ବଦଳିଲା ହେଲେ ସୁଧୁରୁ ନାହିଁ ରାସ୍ତା ଅବସ୍ଥା, ଦୃଷ୍ଟି ପଡିବ କି ବିଧାୟକ ? 

ସରକାର ବଦଳିଲା ହେଲେ ସୁଧୁରୁ ନାହିଁ ରାସ୍ତା ଅବସ୍ଥା, ଦୃଷ୍ଟି ପଡିବ କି ବିଧାୟକ ? 

     ଖଇରା,୧୮/୭/୨୪- ଧାରଣା ଥିଲା ସରକାର ବଦଳିଲେ ଜନସାଧାରଣଙ୍କ ସମସ୍ୟା ଦୂର ହେବ ହେଲେ କ’ଣ ହେବ ସରକାର ବଦଳିଲା ସତ କିନ୍ତୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଆଳଦା ଛକ ଠାରୁ ଡୁଙ୍ଗୁରା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ସୁଧୁରୁ ନାହିଁ । ପୂର୍ବ ସରକାର ସମୟରେ ଏ ବିଷୟରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରଚାର ପ୍ରସାର ପରେ ମଧ୍ୟ ସେତେବେଳର ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ । ବହୁ ଅଭିଯୋଗ ପରେ କାମ ଆରମ୍ଭ ହୋଇଥିଲା ସତ କିନ୍ତୁ ଅଧାରୁ ଠିକାଦାର ମାରିଲେ ଚମ୍ପଟ । ସମସ୍ୟା ସମସ୍ୟାରେ ହିଁ ରହିଗଲା । ଦୁଃଖିନୀ ଖଇରା କହି କହି ପାଣିଗ୍ରାହୀ ବିଧାୟକରୁ ବିଦା ହେଲେ ଆସିଲେ ପଦ୍ମଲୋଚନ ପଣ୍ଡା । ଶ୍ରୀ ପଣ୍ଡା ପୂର୍ବରୁ ମଧ୍ୟ ବିଧାୟକ ଥିଲେ ଏବେ ମଧ୍ୟ ଅଛନ୍ତି । ତାଙ୍କ ନିକଟରେ ଅଭିଯୋଗ ମଧ୍ୟ ହେଉଛି ହେଲେ ଶ୍ରୀ ପଣ୍ଡା ଦୁଃଖିନୀ ଖଇରା କହି ଖଇରା ବାସୀଙ୍କୁ ଦୁଃଖ ଦେବାକୁ ପଛାଉ ନାହାନ୍ତି । ଆହୁରି ମଧ୍ୟ କହୁଛନ୍ତି ଓଡିଶା ମାନଚିତ୍ରରେ ଖଇରା ବ୍ଲକର ସ୍ଥାନ ନାହିଁ । ଖଇରା ବ୍ଲକର ଉନ୍ନତି କରିବାକୁ ହେଲେ ପ୍ରଥମେ ମାନଚିତ୍ରକୁ ଆଣିବାକୁ ପଡିବ । ଏଠାରେ ବିଧାୟକ ଶ୍ରୀ ପଣ୍ଡାଙ୍କୁ ଗୋଟିଏ ପ୍ରଶ୍ନ – ହେ ବିଧାୟକ ମହୋଦୟ, ଆପଣ ଯେତେବେଳେ କଂଗ୍ରେସ ଦଳରେ ବିଧାୟକ ଥିଲେ ଓ ରାଜ୍ୟରେ କଂଗ୍ରେସ ସରକାର ଥିଲା ସେତେବେଳେ ମାନଚିତ୍ରରେ ଖଇରା ବ୍ଲକର ସ୍ଥାନ ଥିଲା । ବର୍ତ୍ତମାନ ବିଜେପି ଦଳରେ ବିଧାୟକ ହେଲା ପରେ ମାନଚିତ୍ରରୁ ଖଇରା ବ୍ଲକ ହଟିଲା କେମିତି ? ସେତେବେଳେ ଦୁଃଖିନୀ ଖଇରାର ଉନ୍ନତି ଚିନ୍ତା କରୁଥିଲେ କିପରି ? ଉନ୍ନତି ନାଁ ଆସୁଥିବା ଅର୍ଥ ହେଉଥିଲା କ’ଣ ? ଜବାବ ଦିଅନ୍ତୁ ବିଧାୟକ ମହୋଦୟ । ଅଞ୍ଚଳବାସୀ ବହୁ ଚିନ୍ତାକରି ସରକାର ବଦଳ ନିମନ୍ତେ ଆପଣଙ୍କୁ ଭୋଟ ଦେଲେ ସରକାର ବଦଳି ଗଲା, ହେଲେ ତା’ର ଫଳ କ’ଣ ଏଇଆ ଯେ ସେହି ଖରାପ ରାସ୍ତାରେ ଚାଲିବା । ବାରମ୍ବାର ସିମୁଳିଆ ନେତା ବିଧାୟକ ହେଉଥିବାରୁ ଖଇରା ବ୍ଲକକୁ ମାନଚିତ୍ରରୁ ଲିଭାଇବା ଚିନ୍ତା କରୁ ନାହାନ୍ତି ତ ? କ’ଣ ପାଇଁ ପଡୁନି ବିଧାୟକଙ୍କ ଦୃଷ୍ଟି ? ଯାହା ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଥିବାର ରିପୋର୍ଟ ସଂଗ୍ରହରୁ ଜଣା ଯାଇଛି । ଜନସାଧାରଣଙ୍କ ଦାବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପ୍ରତି ସୁଦୃଷ୍ଟି ଦିଅନ୍ତୁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭେଜିପଦର ଉ. ପ୍ରା. ବିଦ୍ୟାଳୟ ଠାରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଉତ୍କେଲା ଚାଚା ନେହେରୁ ବିଦ୍ୟାମନ୍ଧିର ର ୫୯ ତମ ବାର୍ଷିକୋତ୍ସବ

Sunil Chandra Nayak

ଉନ୍ମୋଚିତ ହେଲା କବିତା ସଙ୍କଳନ ” କରୁଣା କଣିକା ” ର ଦ୍ବିତୀୟ ଅର୍ଘ୍ଯ

Leave a Comment

error: Content is protected !!