ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଟିଲେ କିନ୍ତୁ ପାଉଣା ମିଳିଲାନି, ୩୪୦ ସ୍ବେଛାସେବୀଙ୍କ ଲକ୍ଷାଧିକ ଟଙ୍କା ବାଟମାରଣା ଅଭିଯୋଗ

ଖଟିଲେ କିନ୍ତୁ ପାଉଣା ମିଳିଲାନି,

୩୪୦ ସ୍ବେଛାସେବୀଙ୍କ ଲକ୍ଷାଧିକ ଟଙ୍କା ବାଟମାରଣା ଅଭିଯୋଗ

ଖଇରା,୨୧/୭/୨୪- ଚଳିତ ବର୍ଷ ସାଧାରଣ ନିର୍ବାଚନରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ନିର୍ବାଚନ ସୁପରିଚାଳନା ପାଇଁ ସ୍ବେଛାସେବୀ ଭାବେ ନିଯୁକ୍ତି ଦିଆଯାଇଥିଲା କିଛି କଲେଜ ପିଲାଙ୍କୁ, ହେଲେ ସେମାନଙ୍କୁ ଅଦ୍ୟାବଧି ପାଉଣା ପ୍ରଦାନ କରାଯାଉ ନଥିବାରୁ କାର୍ଯ୍ୟ କରିଥିବା କରିଥିବା ୩୪୦ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ନିର୍ବାଚନ ପରିଚାଳନା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ବେରୋଜଗାରୀ ଏହି ସ୍ବେଛାସେବୀଙ୍କ ପାଇ୍ଁ ଉଦ୍ଦିଷ୍ଟ ଅର୍ଥ ବାଟମାରଣା କରାଯାଇଥିବା ନେଇ ସଂପୃକ୍ତ ସ୍ବେଛାସେବୀ ମାନେ ଅଭିଯୋଗ କରିଛନ୍ତି । ପ୍ରଥମେ ସେକ୍ଟର ଅଧିକାରୀଙ୍କ ଅର୍ଥ ହେରଫେର ପରେ ଏବେ ସ୍ବେଛାସେବୀଙ୍କ ପାଉଣା ପ୍ରଦାନ କ୍ଷେତ୍ରରେ ଅର୍ଥ ଅନିୟମିତତା ଅଭିଯୋଗ ପରେ ଜିଲା ଓ ବ୍ଲକ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ସ୍ବଛତାକୁ ନେଇ ଉଠିଛି ପ୍ରଶ୍ନ । ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ଦୃଷ୍ଟିଦେବାକୁ ବଞ୍ଚିତ ସେକ୍ଟର ଅଧିକାରୀ ଓ ସ୍ବେଛାସେବୀ ମାନେ ଦାବି କରିଛନ୍ତି । ନିର୍ବାଚନକୁ ଶୃଙ୍ଖଳିତ କରିବା ସହ ସ୍ବଚ୍ଛତା ଲାଗି ସ୍ବେଛାସେବୀ ମାନଙ୍କୁ ନିଯୁକ୍ତି ଦେବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପତ୍ରସଂଖ୍ୟା ସିଇଓ/ବିଏଣ୍ଡଏ/୧୦୯(୪୮)/୨୦୦୮/୧୪୩୩ ତା୨୨/୩/୨୪ରିଖରେ କୁହାଯାଇଥିଲା । ଏବଂ ଦୈନିକ ୨୦୦ ଟଙ୍କା କରି ୨ଦିନ ପାଇଁ ଅର୍ଥାତ ତାଲିମ ଓ ଭୋଟ ଗ୍ରହଣ ଦିବସରେ କାର୍ଯ୍ୟ ପାଇଁ ମୋଟ ୪ଶହ ଟଙ୍କା ପ୍ରଦାନ କରିବାକୁ ଏହି ଚିଠିରେ ଉଲ୍ଲେଖ ଥିଲା । ପ୍ରତ୍ୟେକ ବୁଥରେ ୨ଜଣ କରି ଖଇରା ବ୍ଲକର ୧୭୦ ବୁଥରେ ୩୪୦ଜଣ ସ୍ବେଛାସେବୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଏଥପାଇଁ ୪ଶହ ହିସାବରେ ୧ଲକ୍ଷ ୩୬ହଜାର ଟଙ୍କା ପ୍ରଦାନ କରାଯିବା କଥା । ହେଲେ ନିର୍ବାଚନ ତାରିଖକୁ ୫୦ଦିନ ଅତିକ୍ରମ କରିଥିବା ବେଳେ ଏ ପର୍ଯ୍ୟନ୍ତ ସେମାନଙ୍କୁ ଏହି ପାରିଶ୍ରମିକ ମିଳି ପାରିନାହିଁ । ବିଡମ୍ବନାର ବିଷୟ ଯେ ଧୁମ ଖରାରେ ଭୋଟରଙ୍କୁ ଧାଡିରେ ଛିଡା କରାଇ ଶୃଙ୍ଖଳିତ ଭୋଟଦାନ ପ୍ରକ୍ରିୟାରେ ପୂର୍ଣ୍ଣ ସହଯୋଗ କରିଥିବା ବିଚରା ଏହି କଲେଜ ପିଲା ମାନଙ୍କୁ ସେମାନଙ୍କ ପାଉଣାରୁ ବଞ୍ଚିତ କରି ରଖାଯାଇଛି । ଏ ସମ୍ପର୍କରେ ବ୍ଲକର ଅତିରିକ୍ତ ନିର୍ବାଚନ ପରିଚାଳନା ଅଧକାରୀ ଭାବେ ତହସିଲଦାର ସବ୍ୟସାଚୀ ଜେନାଙ୍କୁ ଯୋଗାଯୋଗ କରିବାରେ ସ୍ବେଛାସେବୀଙ୍କ ବାବଦରେ ଆସିଥିବା ଅର୍ଥ ବିଡିଓଙ୍କୁ ଦିଆଯାଇଛି । ଖଇରା ବିଡିଓ ଅନନ୍ତ କୁମାର ହାଁସଦାଙ୍କ ମତାମତର ଦେବାରେ ବିଏଲଓ ମାନେ ଏ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ସ୍ବେଛାସେବୀଙ୍କ ପ୍ରମାଣପତ୍ର ଦେଇ ନଥିବାରୁ ତାଙ୍କର ପାରିଶ୍ରମିକ ଦିଆଯାଇ ପାରିନାହିଁ । ସେପଟେ ଏ ପର୍ଯ୍ୟନ୍ତ ପ୍ରମାଣପତ୍ର ମଗାଯାଇ ନଥିବା ନେଇ ବିଏଲଓ ମାନେ କହିଛନ୍ତି । ଅଧିକାରୀଙ୍କ କଥାରେ ତାଳମେଳ ରହୁନଥିବା ବେଳେ ଏହି ପ୍ରସଙ୍ଗକୁ ତଦନ୍ତ କରାଗଲେ ଅନିୟମିତାର ପର୍ଦ୍ଦାଫାସ ହୋଇ ପାରନ୍ତା ବୋଲି ସ୍ବେଛାସେବୀ ମାନେ ଦାବି କରିଛନ୍ତି ଦାବି କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜୁନାଗଡ଼ ଇଂଲିଶ ସ୍କୁଲ ଠାରେ ନେତାଜୀ ଜୟନ୍ତୀ ପାଳିତ

Sunil Chandra Nayak

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା; ଫଳ ଦର ଆକାଶ ଛୁଆଁ ନେଇ ସତ୍ୟବାନଙ୍କ ମୁଣ୍ତରେ ଚଡ଼କ

masiha

ଜଙ୍ଗଲ ବିଭାଗ ତରଫରୁ ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!