ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ମ୍ଫର-ଟ୍ରକ ଧକ୍କା: ୪ ଗୁରୁତର

ଡ଼ମ୍ଫର-ଟ୍ରକ ଧକ୍କା: ୪ ଗୁରୁତର

ବସ୍ତା ,୨୧।୭: ବସ୍ତା ଥାନା ୧୬ ନଂ ଜାତୀୟ ରାଜପଥର ଜୁଣବଳଦା-ଭେଲୋରା ଛକ ମଧ୍ୟବର୍ତ୍ତୀ ତାରିଣୀ ଛକ ନିକଟରେ ରବିବାର ଭୋର ସମୟରେ ଡ଼ମ୍ଫରର ପଛକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବାରୁ ଉଭୟ ଗାଡ଼ିର ଚାଳକ ଓ ଖଲାସୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଉକ୍ତ ଛକ ନିକଟରେ ପୂର୍ବରୁ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଡ଼ମ୍ଫର ପଛକୁ ଏକ ଅଣ୍ଡା ବୋଝେଇ ଟ୍ରକ(ଏପି ୩୭ଏଟି ୧୧୧୯) ଭାରସାମ୍ୟ ହରାଇ ଧକ୍କା ଦେଇଥିଲା।ଫଳରେ ଡ଼ମ୍ଫରଟି ରାସ୍ତା ପାର୍ଶ୍ବ ନୟନଯୋଡ଼ିକୁ ଓଲଟି ପଡ଼ିଥିଲା।ଦୁର୍ଘଟଣାରେ ଉଭୟ ଗାଡ଼ିର ଚାଳକ ଓ ଖଲାସୀ ଗୁରୁତର ଆହତ ହୋଇଥିଲେ।ଖବର ପାଇ ଜାତୀୟ ରାଜପଥ ପହରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଆମ୍ବୁଲାନ୍ସରେ ସେମାନଙ୍କୁ ବସ୍ତା ହସ୍ପିଟାଲକୁ ପଠାଇଥିଲେ। ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ପହଞ୍ଚି ଦୁଇଟି ଗାଡ଼ିକୁ ହେପାଜତକୁ ନେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ପ୍ରେସ କ୍ଲବ ଗୃହ ନିର୍ମାଣ ନିମନ୍ତେ ଶିଳାନ୍ୟାସ

Sunil Chandra Nayak

ଯୁବରାଜପୁର ଲ୍ୟାମ୍ପ ତରଫରୁ ମହୁଲ ପାଟଣା ଠାରେ ଋଣ ମେଳା ଅନୁଷ୍ଠିତ

Sunil Chandra Nayak

ନବନିର୍ମାଣ କୃଷକ ସଂଘ ଜିଲ୍ଲା ଯୁବ ସଭାପତି ହିତେଶ୍ କୁମାର ନାଏକ ମନୋନୀତ

masiha

Leave a Comment

error: Content is protected !!