ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହେଲେ ଲିଳାମୟୀ

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହେଲେ ଲିଳାମୟୀ

ଖଇରା,୦୩/୮/୨୪- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଦ୍ବାରା ପ୍ରତ୍ୟେକ ରବିବାର ଗଦ୍ୟ ଓ ପଦ୍ଯକୁ ନେଇ ପ୍ରତିଯୋଗିତା ହୋଇଥାଏ । ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନଙ୍କ ଦ୍ବାରା ପ୍ରତିଯୋଗୀଙ୍କ ନିମନ୍ତେ ବିଷୟବସ୍ତୁ ନିର୍ଧାରଣ ହୋଇଥାଏ । ସମସ୍ତଙ୍କ ଲେଖା ଗୁଡିକୁ ଭଲଭାବେ ପଢ଼ି ସମୀକ୍ଷା ଦାୟିତ୍ୱ ଯାହାଙ୍କୁ ଅର୍ପଣ କରାଯାଇଥାଏ ସେମାନେ ସମୀକ୍ଷା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଗତ ତା ୨୮/୭/୨୪ ରିଖ ଦିନ ପ୍ରତିଯୋଗୀଙ୍କ ନିମନ୍ତେ ପ୍ରବନ୍ଧ ପ୍ରସଙ୍ଗ ଥିଲା – ” ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ” । ଏଥିରେ ପୂଜା ବାଦୀ ସୁନ୍ଦରଗଡ, ଅବନ୍ତି ପଣ୍ଡା ଜଗତସିଂହପୁର, ଲିଳାମୟୀ ଦାଶ କେନ୍ଦ୍ରାପଡା, ମମତା ବେହୁରା କଟକ, ପୂର୍ଣ୍ଣ ଚନ୍ଦ୍ର କୁମ୍ଭାର ବଲାଙ୍ଗୀର ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ ଲେଖା ଗୁଡିକୁ ଭଲ ଭାବେ ପଢ଼ି ସମୀକ୍ଷା କରିଥିଲେ ଡଃ ତାନଶ୍ରୀ ପାଣିଗ୍ରାହୀ । ତାଙ୍କ ସମୀକ୍ଷାରୁ ଲିଳାମୟୀ ଦାଶଙ୍କୁ ପ୍ରଥମ ସ୍ଥାନ ମିଳିଛି । ଅନ୍ୟମାନେ ମଧ୍ୟ ଭଲ ଲେଖିଥିଲେ । ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ଏଥିସହିତ ତା ୦୪/୮/୨୪ ରିଖ ରବିବାର ପାଇଁ ପ୍ରତିଯୋଗୀଙ୍କ ନିମନ୍ତେ ଏକ କ୍ଷୁଦ୍ରଗଳ୍ପ ରଖାଯାଇଛି, ଯାହାର ପ୍ରସଙ୍ଗ ରହିଛି ” ସହରୀ ସ୍ବପ୍ନ ” । ଆସନ୍ତୁ ଏଥିରେ ସାମିଲ ହୁଅନ୍ତୁ, ନିଜର ସାହିତ୍ୟ ଲିଖନ ଜ୍ଞାନକୁ ବୃଦ୍ଧି ଓ ବିକଶିତ କରନ୍ତୁ, ଯାହା ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତଙ୍କୁ ଆହ୍ବାନ କରାଯାଇଛି । ଚଳିତ ବର୍ଷ ଡିସେମ୍ବର ମାସ ୨୭ ତାରିଖ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ, ଆସିବାକୁ ଅନୁରୋଧ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଆଲୁମିନ୍ ଗଠନର ପ୍ରସ୍ତୁତି ବୈଠକ !!!

Sunil Chandra Nayak

ରାଇରଙ୍ଗପୁରରେ ବିଜେପି ତରଫରୁ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ

masiha

ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ଲୋକଙ୍କ ନିବେଦନ

masiha

Leave a Comment

error: Content is protected !!