ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସ୍ଥାନରେ ୭୮ତମ ସ୍ବାଧୀନତା ଦିବସ ପାଳିତ

ବିଭିନ୍ନ ସ୍ଥାନରେ ୭୮ତମ ସ୍ବାଧୀନତା ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡ଼ି, ଯୁବକ ସଂଘ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି l ସେହିପରି ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଳିତ ସ୍ଵାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ସଭାପତି ତଥା ବିଶିଷ୍ଟ ସମାଜସେବୀ ମୁରଲୀଧର ରଣା ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହି ଅବସରର ବିଦ୍ୟାଳୟର ସମ୍ପାଦକ ଯୋଗିନ୍ଦ୍ର ରଣା, ଅଧ୍ୟକ୍ଷ ଜୟନ୍ତ ବାଗ, ପରିଚାଳନା କମିଟି ସଦସ୍ୟ ଭୁବନେ ରଣା, ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା ସ୍ଵେଚ୍ଛାସେବୀଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ଆମର ଯଶଶ୍ଵି ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ କିପରି ଦେଶର ଯୁବ ଶକ୍ତି ଆଗକୁ ଯିବ, ସେ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ମୁଖ୍ୟବକ୍ତା ପିଲା ମାନଙ୍କୁ ସ୍ବାଧିନତାର ମୂଲ୍ୟ ବୁଝିବା ପାଇଁ ଅନୁରୋଧ କରିଥିଲେ l ଏହି ପବିତ୍ର ଦିବସରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଶାନ୍ତନୁ କୁମାର ମହାକୁଡ଼ ଜାତୀୟ ପତାକା ତଳେ ସମସ୍ତଙ୍କୁ ନିଶା ନିବାରଣର ଶପଥ ପାଠ କରାଇଥିଲେ l ପରିଶେଷରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା ର ସ୍ଵେଚ୍ଛାସେବୀ ମାନେ ଜାତୀୟ ପତାକା ଧରି ଗ୍ରାମ ପରିକ୍ରମା କରିବା ସହ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଖେଳ ଶିକ୍ଷକ ଯଜ୍ଞ ଭୋଇ, ଅର୍ଥନୀତି ଅଧ୍ୟାପିକା ଶ୍ରୀମତୀ ଶୁଭସ୍ମିତା ବେହେରା, ଈତିହା ଅଧ୍ୟାପକ ଆଭାସ ଚନ୍ଦ୍ର ଆଚାର୍ଯ୍ୟ, ଇଂରାଜୀ ଅଧ୍ୟାପକ ମୁକେଶ ବହିଦାର, ଶିକ୍ଷା ଅଧ୍ୟାପକ ସୁବ୍ରତ ରଣା, ଗ୍ରନ୍ଥାଗାର କ୍ଷେତ୍ରମଣି ରଣା, ଡୋଳାମଣି ଗହୀର, ରାଧା ମୋହନ ଗହୀର, ତପୋବନ୍ତ ଗହୀର ପ୍ରମୁଖ ଉପସ୍ଥିତ ରହିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

Majhigouri Carpenter Workers Union Organizes Plantation and Helmet Awareness Drive in Rayagada

Sunil Chandra Nayak

ସୃଜନୀ ପକ୍ଷରୁ ଜାତୀୟସ୍ତରୀୟ ସୃଜନ ମନ୍ଥନ କାର୍ଯ୍ୟକ୍ରମରେ ଡ଼.ବାସନ୍ତୀ ମହାନ୍ତିଙ୍କ କବିତା ସଙ୍କଳନ ” ଚନ୍ଦ୍ରମଲ୍ଲୀ “

ପାଟଣାଗଡ ଯୁଗ୍ମ ଜନଶୁଣାଣୀ ଶିବିର ରେ ଜିଲ୍ଲାପାଲ ଶୁଣିଲେ ଲୋକଙ୍କ ଅଭିଯୋଗ 

masiha

Leave a Comment

error: Content is protected !!