ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ଲୋକଙ୍କ ନିବେଦନ

ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ଲୋକଙ୍କ ନିବେଦନ

କୋକସରା,୧୮/୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଥମୁନି ଦାଦନ ଯନ୍ତ୍ରଣା । ବ୍ଲକର ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆପଡାର ସନୁ ଛତ୍ରୀଆଙ୍କ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗୋଆର ମଡ଼ଗାଓଁ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି। ସୂଚନା ମତେ ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆପଡାର ସନୁ ଛତ୍ରୀଆ (୫୫) ଆଜକୁ ୩ ମାସ ତଳେ ପେଟପାଟଣା ପାଇଁ ଛତିଶଗଡ଼ ଝାକରପଡାର ନିଜ ସମ୍ପର୍କୀୟ ଶଳାଙ୍କ ସହ ମିଶି ଗୋଆକୁ ଦାଦନ ଖଟିବାକୁ ଯାଇ ଏକ ଠିକାସଂସ୍ଥାରେ ବିଲଡିଂ କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଦେହ ଅସୁସ୍ଥ ହୋଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁତୁରା ହେମରାଜ ଛତ୍ରୀଆ କହିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ହସ୍ପିଟାଲରେ ରହିଥିବା ବେଳେ ଠିକାସଂସ୍ଥା ପକ୍ଷରୁ ମୃତକଙ୍କ ଶବ ଭିଟାମାଟିକୁ ପଠାଇବା ନେଇ ଠିକାଦାରଙ୍କ ସହ ଯୋଗାଯୋଗ କରାଯାଇଛି। ଏଣେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟୁ ଖବର ଶୁଣି ପରିବାରରେ କାନ୍ଦ ବୋବାଳି ପଡିଛି। ପ୍ରଶାସନ ପକ୍ଷରୁ ମୃତକ ଦାଦନର ଶବ ଫେରାଇ ଆଣିବାକୁ ନିବେଦନ କରାଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜିଲ୍ଲା ସ୍ତରୀୟ ସି ଏମ କିଶାନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ ରେ ଗୁଣପୁର ରେ ଆଦିବାସୀ ମେଳି

Sunil Chandra Nayak

ପଣ୍ଡକୁଲରେନୃତନ ଭୋଟ ବୁଥ୍ ଉଦ୍ଘାଟନ କଲେ ବିଏଲଓ 

masiha

Leave a Comment

error: Content is protected !!