ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ଲୋକଙ୍କ ନିବେଦନ

ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ଲୋକଙ୍କ ନିବେଦନ

କୋକସରା,୧୮/୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଥମୁନି ଦାଦନ ଯନ୍ତ୍ରଣା । ବ୍ଲକର ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆପଡାର ସନୁ ଛତ୍ରୀଆଙ୍କ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗୋଆର ମଡ଼ଗାଓଁ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି। ସୂଚନା ମତେ ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆପଡାର ସନୁ ଛତ୍ରୀଆ (୫୫) ଆଜକୁ ୩ ମାସ ତଳେ ପେଟପାଟଣା ପାଇଁ ଛତିଶଗଡ଼ ଝାକରପଡାର ନିଜ ସମ୍ପର୍କୀୟ ଶଳାଙ୍କ ସହ ମିଶି ଗୋଆକୁ ଦାଦନ ଖଟିବାକୁ ଯାଇ ଏକ ଠିକାସଂସ୍ଥାରେ ବିଲଡିଂ କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଦେହ ଅସୁସ୍ଥ ହୋଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁତୁରା ହେମରାଜ ଛତ୍ରୀଆ କହିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ହସ୍ପିଟାଲରେ ରହିଥିବା ବେଳେ ଠିକାସଂସ୍ଥା ପକ୍ଷରୁ ମୃତକଙ୍କ ଶବ ଭିଟାମାଟିକୁ ପଠାଇବା ନେଇ ଠିକାଦାରଙ୍କ ସହ ଯୋଗାଯୋଗ କରାଯାଇଛି। ଏଣେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟୁ ଖବର ଶୁଣି ପରିବାରରେ କାନ୍ଦ ବୋବାଳି ପଡିଛି। ପ୍ରଶାସନ ପକ୍ଷରୁ ମୃତକ ଦାଦନର ଶବ ଫେରାଇ ଆଣିବାକୁ ନିବେଦନ କରାଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଝାଡେଶ୍ୱର୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର 

masiha

କଳମପୁର ଥାନା କୁ ପୁରିଲା ଦୁଇ ବର୍ଷ ବଦଲି ହେଲେଣି ଚାରି ଥାନା ଅଧିକାରୀ ଫାଣ୍ଡି ଅଧିକାରୀ ଉପରେ କାର୍ଯ୍ୟକ୍ରମ ଭାର 

masiha

ଟିମନପୁର୍ ସେବାଶ୍ରମ ରେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କୁ ନିର୍ଯ୍ୟାତନା ଘଟଣା ରେ ନୂଆପଡ଼ା ଜିଲ୍ଲାପାଳ ପକ୍ଷ ରୁ ପଦକ୍ଷେପ, ଦାୟିତ୍ବ ରେ ଥିବା ପ୍ରଧାନ ସେବକ ଙ୍କୁ କାର୍ଯ୍ୟରୁ ନିଲମ୍ୱିତ 

Sunil Chandra Nayak

Leave a Comment

error: Content is protected !!