ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଡାବୁଗାଁରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଡାବୁଗାଁ, ୨୧/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ଶାନ୍ତି ଶୃଙ୍ଖଳା ଭାବେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ବୁଧବାର ପାଳନ ହୋଇଯାଇଛି l ଏହି ବନ୍ଦ ସକାଳ ୬ ଘ. ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଘ ପର୍ଯ୍ୟନ୍ତ ଚାଲିଥିଲା | ଯାହା ଫଳରେ ଡାବୁଗାଁ ରେ ଦୋକାନ ବଜାର, ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା | ପୂର୍ବାହ୍ନରେ କର୍ମୀ ମାନେ ମିଳିତ ହୋଇ ବ୍ଲକ, ତହସିଲ କାର୍ଯ୍ୟ|ଳୟ ଓ ବିଭିନ୍ନ ବିଦ୍ୟାଳୟକୁ ଯାଇ ପିକେଟିଂ କରି ବନ୍ଦ କରାଇଥିଲେ | ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ଦ୍ଵାରା ଆସିଥିବା ରାୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅସାମ୍ବିଧାନିକ । ମୂଳ ସମ୍ବିଧାନର ୩୪୧ କୁ ଜାତି ଆଣ ଧାରା ୩୪୨ ଅନୁସୂଚିତ ଜନଜାତି କୁ ବିରୁଦ୍ଧାଚରଣ କରୁଅଛି । ଯାହା ଦ୍ଵାରା ଏସ ସି, ଏସ ଟି ସଂରକ୍ଷଣ ଉପରେ ବର୍ଗିକରଣ ଓ କ୍ରିମିଲେୟରକୁ ପାର୍ଲିଆମେଣ୍ଟ ଏବଂ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ କରାଯାଇ ପାରିବନାହିଁ । କିନ୍ତୁ ଗତ ୦୧.୮.୨୦୨୪ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ଦ୍ଵାରା ଏକତରଫା ଭାବରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ଵାରା ମୂଳ ସମ୍ବିଧାନର ଜନକ ବାବା ସାହେବ ଆମ୍ବେଦକରଙ୍କ ଅପମାନ ସହିତ ଆଦିବାସୀ ଓ ଦଳିତ ସମାଜର ଏକତାକୁ ଦୁର୍ବଳ କରିବା ଏବଂ ଭାଇଚାରାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଛି । ଏସ ସି, ଏସ୍ ଟି ଙ୍କର ସଂରକ୍ଷଣକୁ ଗୋଟିଏ ପିଢ଼ିରେ ସିମୀତ ରଖିବା ଏବଂ ସରକ୍ଷଣକୁ ପରୋକ୍ଷ ଭାବରେ ବନ୍ଦ କରିବାର ଷଡ଼ଜନ୍ତ୍ର କରୁଛନ୍ତି । ଏହାକୁ ଅଣ ଦେଖା ନ କରି ଆମର ଏହି ହକ୍ , ଆମର ହକ ଅଧିକାର ବଞ୍ଚାଇବା କୁ ଏହି ଆନ୍ଦୋଳନ ଏସ ସି, . ଏସ୍ ଟି, ଭାଇଭଉଣୀ ଏବଂ ଛାତ୍ରୀ ଛାତ୍ର ତଥା ଗୁରୂଜନ , ବୁଦ୍ଧିଜୀବୀଙ୍କୁ ଅନୁରୋଧ ଏହାକୁ ଅଣଦେଖା ନ କରି ନିଜର ହକ୍ ଅଧିକାରକୁ ବଞ୍ଚାଇବା ପାଇଁ ସରକାର ଏବଂ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କରିବା ପାଇଁ ଆଗେଇ ଆସିଛନ୍ତି । ଆଗାମୀ ଦିନ ରେ ସୁପ୍ରିମକୋର୍ଟ ଯଦି ଆମ ମାନଙ୍କ ଦାବୀ ନ ମାନିବେ ତେବେ ଆଗାମୀଦିନରେ ଆନ୍ଦୋଳନ ଜାରି ରହିବ ବୋଲି ସୁଚନା ଦେଇଛନ୍ତି l ଅପରାହ୍ନରେ ଆନ୍ଦୋଳନ ସ୍ଥଳରୁ ଅନୁସୂଚିତ ଜାତି ଓ ଜନଜାତିର କର୍ମୀମାନେ ଜୟ ଭୀମ ଜୟ ସମ୍ବିଧାନ , ଜୟ ମୂଳନୀବାସୀ , ଭାରତ ମାତା କି ଜୟ ସ୍ଲୋଗାନ ଦେବା ସହ ଶୋଭାଯାତ୍ରାରେ ଯାଇ ତହସିଲ କାର୍ଯ୍ୟ|ଳୟରେ ପହଞ୍ଚି ତହସିଲଦାର ହରିଓମ ଭୋଇଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ଏଥିରେ ଅନୁସୂଚିତ ଜନଜାତିର ସଂଘ ବ୍ଲକ ସଭାପତି ମୋହନସିଂ ଗଣ୍ଡ, ଅନୁସୂଚିତ ଜାତି ସଂଘ ର ବ୍ଲକ ସଭାପତି ଚନ୍ଦ୍ରଶେଖର ନିହାଲ, ମୋହନ ନାୟକ, ରାଇସିଂ ପୂଜାରୀ, ନରସିଂ ମାଝି, ଫୁଲସିଂ ଜାନୀ, ମଙ୍ଗରାଜ ମାଝି, ଅଞ୍ଚଳା ସରପଞ୍ଚ ରମେଶ ମାଝି, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ବୋରିଗାଁ ସରପଞ୍ଚ ସୁକୃ ଭତ୍ରା, ହିରେଣ୍ୟ ମାଝି, ଜଗନ୍ନାଥ ରେଲି, କେଶବ ରେଲି, ବିଶ୍ଵନାଥ ମାଝି, ବୁଦୁରୁ ଭତ୍ରା ଏବଂ ପ୍ରାୟ ୧୦୦ ଊର୍ଦ୍ଧ୍ଵ ଅନୁସୂଚିତ ଜାତି ଓ ଜନଜାତିର ଲୋକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତୁଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ 

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂତନ ସର୍ଭେ ସମ୍ପର୍କିତ ତାଲିମ ଶିବିର 

masiha

ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ପ୍ରତିମା ପାତ୍ର

Sunil Chandra Nayak

Leave a Comment

error: Content is protected !!