ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଧାନସଭାରେ ବିରୋଧୀଙ୍କୁ ଝରିଗାଁ ବିଧାୟକଙ୍କ ସମାଲୋଚନା

ବିଧାନସଭାରେ ବିରୋଧୀଙ୍କୁ ଝରିଗାଁ ବିଧାୟକଙ୍କ ସମାଲୋଚନା

ନବରଙ୍ଗପୁର:(୨୨/୦୮)(ରବିନାରାୟଣମହାନ୍ତି)ବିଧାନସଭାର ପ୍ରଶ୍ନ କାଳରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ଝରିଗାଁ ବିଧାୟକ ନରସିଂହ ଭତ୍ରା । ଅନୁସୂଚିତ ଜାତି ଏବଂ ଜନଜାତି, ପଛୁଆବର୍ଗ ଉନ୍ନୟନ ତଥା ସାମାଜିକ ଏବଂ ଭିନ୍ନକ୍ଷମ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିଧାନସଭାରେ ବିଭିନ୍ନ ଉନ୍ନୟନ ପାଇଁ ଖର୍ଚ୍ଚ ଦାବି ସଂକ୍ରାନ୍ତ ଆଲୋଚନାରେ ଭାଗ ନେଇ ଶ୍ରୀ ଭତ୍ରା ଏହାକୁ ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ଏହାକୁ ବିରୋଧ କରୁଥିବା ବିରୋଧୀ ଦଳଙ୍କୁ କଡା ସମାଲୋଚନା କରିଛନ୍ତି ବିଧାୟକ। ବର୍ଷ ବର୍ଷ ଧରି ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ସ୍ୱାର୍ଥକୁ ଅଣଦେଖା କରି ଆସୁଥିବା ବିରୋଧୀ ଆଜି ରାଜ୍ୟରେ ମାତ୍ର ତିନି ମାସର ସରକାରଙ୍କୁ ପ୍ରଶ୍ନ କରିବା ହାସ୍ୟାସ୍ପଦ ବୋଲି କହିଛନ୍ତି ବିଧାୟକ। ଏଥି ସହିତ କେନ୍ଦ୍ର ସରକାର ଏବଂ ରାଜ୍ୟରେ ନବ ନିର୍ମିତ ବିଜେପି ସରକାର ରାଜ୍ୟର ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗ ପାଇଁ ଅନେକ ଯୋଜନା ହାତକୁ ନେଇଥିବାରୁ ସେ ଏହାକୁ ସ୍ୱାଗତ କରିଥିଲେ।

ମସିହା ନ୍ୟୁଜ୍ ସର୍ଭିସ୍ 

Related posts

ନର୍ଲା ବ୍ଳକ କଂଗ୍ରେସର ବ୍ଳକ ଘେରାଉ କାର୍ଯ୍ୟକ୍ରମ

masiha

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବିଜେଡି ପକ୍ଷରୁ ଦୁର୍ଗମ ତ୍ରିଲୋଚନପୁରରେ ପଥପ୍ରାନ୍ତ ସଭା

masiha

Leave a Comment

error: Content is protected !!