ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ସହର ସାହୁପଡ଼ା ସଡ଼କ ଦୃଶ୍ୟ, ନାଲ ନର୍ଦ୍ଦମା ଜଳ ସଡ଼କ ଉପରେ ପ୍ରବାହିତ, ବାଧ୍ୟ ହୋଇ ଜନସାଧାରଣ ଯାତାୟତ

ଖଡିଆଳ ସହର ସାହୁପଡ଼ା ସଡ଼କ ଦୃଶ୍ୟ, ନାଲ ନର୍ଦ୍ଦମା ଜଳ ସଡ଼କ ଉପରେ ପ୍ରବାହିତ, ବାଧ୍ୟ ହୋଇ ଜନସାଧାରଣ ଯାତାୟତ

 ନୂଆପଡା,ନୂଆପଡ଼ା ଜିଲ୍ଲା ଖଡିଆଳ ସହର ସାହୁପଡ଼ା ସଡ଼କ ଦୃଶ୍ୟ ଦେଖିବାକୁ ଅସନା ଲାଗିଲେ ମଧ୍ୟ ସତ୍ୟତା ରହିଅଛି। ନାଲ ନର୍ଦ୍ଦମା ଜଳ ସଡ଼କ ଉପରେ ପ୍ରବାହିତ ହେଉଥିବା ବେଳେ , ବାଧ୍ୟ ହୋଇ ଜନସାଧାରଣ ଯାତାୟତ କରୁଛନ୍ତି। ଏହି ସଡ଼କ ପାର୍ଶ୍ୱରେ ଏକ ନାଲ ନିର୍ମାଣ ହୋଇ ଜଳ ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିଥିଲେ। ଅନ୍ୟ ଜଣେ ବ୍ୟକ୍ତି ଜୟନ୍ତ ସାହୁ ଙ୍କ ଜମି ଦେଇ ୬ ମାସ ପାଇଁ ନର୍ଦ୍ଦମା ଜଲ ନିଷ୍କାସନ ନେଇ ସମୟ ମାଗିଥିଲେ। ଏହି ସମୟ ସୀମା ରେ ଡ୍ରେନ ନିର୍ମାଣ କରି ସମସ୍ୟା ସମାଧାନ ହେବାକୁ ଏନ୍ ଏ ସି ପ୍ରତିଶୃତି ଦେଇଥିଲେ। ଦୀର୍ଘ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ନ ହେବାରୁ ତୁରନ୍ତ ଜମି ମାଲିକ ନିଜ ଜମିରେ ନର୍ଦ୍ଦମା ଜଲ ନିଷ୍କାସନ ପଥ କୁ ବନ୍ଦ କରିଛନ୍ତି। ଫଳରେ ସଡ଼କ ଉପରେ ଆଣ୍ଠୁଏ ଉର୍ଦ୍ଧ ଜଳ ପ୍ରବାହିତ ହେଉଅଛି। ଏହି ଜଳ ମଗ୍ନ ସଡ଼କ ଉପରେ ଲୋକେ ଯାତାୟତ କରୁଛନ୍ତି। ଏହାର ସମାଧାନ ପାଇଁ ପ୍ରଶାସନ କୁ ଅନୁରୋଧ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅସହାୟ ଅବସ୍ଥାରେ ବୃଦ୍ଧା ଉଦ୍ଧାର

Sunil Chandra Nayak

ଭତ୍ତା ବାଣ୍ଟିଲେ ସରପଞ୍ଚ ଦାୟିତ୍ୱରେ ଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ

Sunil Chandra Nayak

ଜୁନାଗଡ଼ ବସଷ୍ଟାଣ୍ଡ ନା ମାର୍କେଟ କମ୍ପ୍ଲେକ୍ସ , ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ରାସ୍ତାରେ ଜମୁଛି ପାଣି

Sunil Chandra Nayak

Leave a Comment

error: Content is protected !!