ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଇ ଏସ ଆଇ ସି ମଡେଲ ହସ୍ପିଟାଲ ଅବ୍ୟବସ୍ଥା ବିରୋଧରେ ସି ଆଇ ଟି ୟୁ ର ବିଶାଳ ଶ୍ରମିକ ବିକ୍ଷୋଭ ଓ ଘେରାଉ

ରାଉରକେଲା ଇ ଏସ ଆଇ ସି ମଡେଲ ହସ୍ପିଟାଲ ଅବ୍ୟବସ୍ଥା ବିରୋଧରେ ସି ଆଇ ଟି ୟୁ ର ବିଶାଳ ଶ୍ରମିକ ବିକ୍ଷୋଭ ଓ ଘେରାଉ

ସେପ୍ଟେମ୍ୱର ୧୫ ସୁଧା ସୁଧାର ନ ହେଲେ ଅନିର୍ଦ୍ଦିଷ୍ଟ କାଳ ଲଗାତର ଆନ୍ଦୋଳନ ପାଇଁ ଆହ୍ୱାନ 

ରାଉରକେଲା: ରାଉରକେଲା ଇ ଏସ ଆଇ ସି ମଡେଲ ହସ୍ପିଟାଲ ଘୋର ଅବ୍ୟବସ୍ଥା ବିରୋଧରେ ଆଜି ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ବିଶାଳ ଶ୍ରମିକ ବିକ୍ଷୋଭ ଓ ଘେରାଉ ହସ୍ପିଟାଲ ସମ୍ମୁଖରେ କରାଯାଇଛି। ସି ଆଇ ଟି ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମ ରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ରାଜ୍ୟ ଉପସଭାପତି ପ୍ରମୋଦ ସାମଲ, ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ଜିଲ୍ଲା ଉପସଭାପତି ଶ୍ରୀମନ୍ତ ବେହେରା,ରାଜ କିଶୋର ପ୍ରଧାନ,ବି ପି ମହାପାତ୍ର, ହୃଦୟାନନ୍ଦ ଯାଦବ, ଅଜିତ ଏକ୍କା, ଅଜିତ ଦାସ ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ ଏହି ହସ୍ପିଟାଲ ଉପରେ କେବଳ ସୁନ୍ଦରଗଡ଼ ଜିଲ୍ଲାର ୧ ଲକ୍ଷ ୪୭ ହଜାର ୬୪୧ ଜଣ ଇ ଏସ ଆଇ ସି ବୀମାଭୁକ୍ତ ଶ୍ରମିକ ଓ ସେମାନେ ପରିବାର କୁ ମିଶାଇଲେ ପ୍ରାୟ ୫ ଲକ୍ଷ ହିତାଧିକାରୀ ମଡେଲ ହସ୍ପିଟାଲ ର ଅବ୍ୟବସ୍ଥା ଯୋଗୁଁ ସ୍ଵାସ୍ଥ୍ୟସେବା ରୁ ବଂଚିତ ହେଉଛନ୍ତି। ଏହି ମଡେଲ ହସ୍ପିଟାଲ ଉପରେ କେବଳ ସୁନ୍ଦରଗଡ଼ ଜିଲ୍ଲାର ଇ ଏସ ଆଇ ସି ବୀମାଭୁକ୍ତ ଶ୍ରମିକ ନିର୍ଭର କରନ୍ତି ନାହଁ ତତ୍ ସହିତ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ବହୁ ସଂଖ୍ୟକ ଵୀମାଧାରୀ ଏବଂ ସେମାନଙ୍କ ପରିବାର ଏହି ହସ୍ପିଟାଲ ଉପରେ ନିର୍ଭରଶୀଳ। ଏହି ହସ୍ପିଟାଲ କୁ ରାଉରକେଲାକୁ ରାଉରକେଲା ରେ ପୂର୍ଣ କାର୍ଯ୍ୟକ୍ଷମ କରିବା ପାଇଁ ବିଗତ ଦିନରେ ସି ଆଇ ଟି ୟୁ ଅନେକ ଆନ୍ଦୋଳନ କରିଛି। ଏହି ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ୨୬ ଜଣ ଅନୁମୋଦିତ ଡ଼ାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ୍ ଆବଶ୍ୟକ ଥିଲାବେଳେ କେବଳ ୧୯ ଜଣ ଡାକ୍ତର ନିୟୋଜିତ ଥିଲେ ,ଗତ ଏକ ବର୍ଷ ତଳେ ଡାକ୍ତର ମାନଙ୍କୁ ଜାଣିଶୁଣି ବଦଳି କରିବା ଦ୍ବାରା ଏବେ କେବଳ ୯ ଜଣ ଡାକ୍ତର ଙ୍କୁ ନେଇ ହସ୍ପିଟାଲ ଚାଲୁଅଛି। ମେଡିସିନ ବିଭାଗ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗରେ କୈାଣସି ଡାକ୍ତର ନ ଥିବା ଯୋଗୁଁ ବୀମାଧାରୀ ଓ ତାଙ୍କ ପରିବାର ବର୍ଗ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଏକ୍ସ ରେ, ଅଲଟ୍ରାସାଉଣ୍ଡ, ଏମ୍ ଆର୍ ଆଇ, ଏଣ୍ଡୋସ୍କୋପି,ସ୍କାନିଙ୍ଗ ମେସିନ ଉପଲବ୍ଧ ନାହଁ। ନିୟୋଜିତ ହୋଇଥିବା ୯ ଜଣ ଡାକ୍ତର ଅଧିକାଂଶ ଡାକ୍ତର ବାହାର ରାଜ୍ୟର ତେଣୁ ରୋଗୀ ଓ ଡ଼ାକ୍ତରଙ୍କ ମଧ୍ୟରେ ବାର୍ତ୍ତାଳାପ ରୋଗୀ ବୁଝିପାରୁ ନାହାନ୍ତି। ଇ ଏସ ଆଇ ସି କେନ୍ଦ୍ରୀୟ ନିର୍ଦ୍ଦେଶନାମା ପରେ ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ରେଫରାଲ ବ୍ୟବସ୍ଥା କୁ ବନ୍ଦ କରି ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଇ ଏସ ଆଇ ସି ମଡେଲ ହସ୍ପିଟାଲ ର ଅବ୍ୟବସ୍ଥା ଓ ହସ୍ପିଟାଲ କୁ ଦୁର୍ବଳ କରିବା ପାଇଁ ଉପର ସ୍ତରରେ ଚକ୍ରାନ୍ତ ଚାଲିଛି। ଓଡ଼ିଶା ର ଏହି ଜୋନ୍ ରେ ସର୍ବାଧିକ ଇ ଏସ ଆଇ ସି ବୀମାଭୁକ୍ତ ଶ୍ରମିକ ଥିଲାବେଳେ ଏହି ଅଞ୍ଚଳ କୁ ଉପେକ୍ଷା କରାଯାଉଥିବାରୁ ସି ଆଇ ଟି ୟୁ, ପକ୍ଷରୁ ଇ ଏସ ଆଇ ସି ବୀମାଭୁକ୍ତ ଶ୍ରମିକ ମାନଙ୍କୁ ନେଇ ବ୍ୟାପକ ଶ୍ରମିକ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ବେଳେ ଆଜି ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ କରାଯାଇଛି। ଯଦି କେନ୍ଦ୍ର ବିଜେପି ସରକାର,ଇ ଏସ ଆଇ ସି ବୋର୍ଡ଼ ଓ ମଡେ଼ଲ ହସ୍ପିଟାଲ କର୍ତ୍ତୃପକ୍ଷ ଏ ଦିଗରେ ସେପ୍ଟେମ୍ବର ୧୫ ସୁଧା ହସ୍ପିଟାଲ ପରିଚାଳନା ରେ ଉନ୍ନତି ନ କରନ୍ତି, ଡାକ୍ତର,ପାରା ମେଡିକାଲ ଷ୍ଟାଫ, ନର୍ସ ଓ ଅନ୍ୟାନ୍ୟ ମେଡିକାଲ ଷ୍ଟାଫ ପୁରଣ ନ କରନ୍ତି,ପୂର୍ବ ପରି ରେଫରାଲ ବ୍ୟବସ୍ଥା କୁ ସୁନିଶ୍ଚିତ ନ କରନ୍ତି ତେବେ ସି ଆଇ ଟି ୟୁ ପକ୍ଷରୁ ଲଗାତର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯିବା ସହ ଏକ ସ୍ମାରକପତ୍ର ହସ୍ପିଟାଲ ସୁପରିଟେଣ୍ଡଣ୍ଟ ଙ୍କୁ ପ୍ରଦାନ କରାଯାଇଛି। 

ଏହି ବିକ୍ଷୋଭ ଓ ଶ୍ରମିକ ଶୋଭାଯାତ୍ରା ରେ ସିମୁ ନେତା ତଥା ଜୟ ଆଇରନ ଷ୍ଟିଲ ନେତା ସମ୍ୱିତ ସ୍ବାଇଁ,ଆଇ ଏଫ୍ ଜି ଏଲ୍ ରିଫ୍ରାକ୍ଟରୀ ନେତା ସିଡିଓ ମୁଣ୍ଡା,ଇଷ୍ଟର୍ଣ ଆଲୋଏଜ ନେତା କ୍ଷୀରୋଦ ବେହେରା, ଇଷ୍ଟର୍ଣ ଇକ୍ୟୁପମେଣ୍ଟ ନେତା ରଞ୍ଜନ ବେହେରା,ଏସିଆଟିକ ଅକ୍ସିଜେନ ନେତା ସୁଧାଂଶୁ ଜେନା, ସର୍ଭେସ ରିଫ୍ରାକ୍ଟରୀ ନେତା ଭବାନୀ ସାହୁ,ସରୋଜ ବାର୍ଲା, ଉତ୍କଳ ମୋଲଡର୍ସ ନେତା ମୁସକୁ ଓରାମ,ଆର ବି ଅଗ୍ରୱାଲ ନେତା ଭାଗିରଥୀ ବେହେରା, ଭାସ୍କର ଷ୍ଟିଲ ନେତା ରଞ୍ଜିତ ପତି, ସୀତା ସ୍ପଞ୍ଜ ନେତା ରଞ୍ଜନ ଦାସ,କମଣ୍ଡ ଷ୍ଟିଲ ନେତା ସନ୍ତୋଷ ସାହୁ, ଆର୍ ବି ସ୍ପଞ୍ଜ ନେତା ଦିନବନ୍ଧୁ ମହାନ୍ତ, ସମେତ ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ସଂପାଦକ ଆନନ୍ଦ ମାସି ହରୋ, ଶକୁନ୍ତଳା ମହାକୁଡ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ,ଅରୁ ଦାସ, ବିନୟ ବେହୁରିଆ, ରତ୍ନାକର ନାୟକ, ଚନ୍ଦ୍ରଭାନୁ ଦାସ, ଦିବାକର ମହାରଣା, ଉପେନ୍ଦ୍ର ତ୍ରିପାଠୀ, ଅରୁଣ ମହାରଣା, ବଛିରାମ ବେହେରା, ବସନ୍ତ ପାଢ଼ୀ, ସାଗର ଛୋଟରାୟ ପ୍ରମୁଖ କାର୍ଯ୍ୟକ୍ରମ ର ନେତୃତ୍ବ ନେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଦିଶା କମିଟି ବୈଠକ ଅନୁଷ୍ଠିତ 

Sunil Chandra Nayak

ତପନ ମାଝୀ ଶିଶୁ ଶ୍ରମିକ ବିଦ୍ୟାଳୟ ରେ ପଢି ଆଜି ଓ ଇ ଏସ ପରୀକ୍ଷାରେ ସଫଳତା  

ପରିବେଶ ସୁରକ୍ଷା ଅଭିଯାନରେ ସମର୍ପିତ ସ୍ୱର : ପରିବେଶବିତ୍ ଡକ୍ଟର କଲିମୁଲ୍ଲା

Sunil Chandra Nayak

Leave a Comment

error: Content is protected !!