ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ପିଏମ୍ ଜନମନ ଅନ୍ତର୍ଗତ ଜନସଚେତନତା କାର୍ଯ୍ୟକ୍ରମ 

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ପିଏମ୍ ଜନମନ ଅନ୍ତର୍ଗତ ଜନସଚେତନତା କାର୍ଯ୍ୟକ୍ରମ 

ରାୟଗଡ:-ତା. ୨୮/୦୮-ଆଜି ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାରେ ରାୟଗଡ଼ ଜିଲ୍ଲା ମୁନିଗୁଡା ତହସିଲ୍ ଅନ୍ତର୍ଗତ ଶିବପଦର ପଞ୍ଚାୟତ ର ସେର୍କପାଡି ଠାରେ ୫ଟି ଗ୍ରାମ -ସେର୍କପାଡି, କେସରପଡି, ବାତୁଡ଼ି ,ଖମ୍ବେସୀ, ଜାରପା ର *ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ* *ଡଙ୍ଗରିଆ କନ୍ଧ* ହିତାଧିକାରୀଙ୍କୁ ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ବାର୍ଷିକ ଆୟ ପ୍ରମାଣପତ୍ର ଏବଂ ଜଙ୍ଗଲ ଜମି ପଟ୍ଟା ର ସୁବିଧା ପାଇଁ ସଚେତନତା ର ପ୍ରେରଣାଦାୟୀ ଚିତ୍ର l 

ରାଜସ୍ବ ବିଭାଗ ପକ୍ଷରୁ ମୁନିଗୁଡା ତହସିଲ ତରଫରୁ ସେର୍କପାଡି ଓ ଖମ୍ବେସୀ ର କିଛି ହିତାଧିକାରୀଙ୍କୁ ସ୍ଥାୟୀ ବାସିନ୍ଦା ଏବଂ ଜଙ୍ଗଲ ଜମି ଶିରୋନାମା ପ୍ରଦାନ କରାଗଲା ।ସେହିପରି ମୁନିକୋଲେ ଗ୍ରାମ ପଂଚାୟତର ସକଟା ଗ୍ରାମରେ ଅଗ୍ରଣୀ ବ୍ୟାଙ୍କ କାର୍ଯ୍ୟାଳୟ, ରାୟାଗଡା ଦ୍ୱାରା ପରିଚାଳିତ ସଚେତନତା ଶିବିରରେ ସରପଞ୍ଚ, ଧନ ଫାଉଣ୍ଡେସନ ସଂଯୋଜକ, ଏଫଏଲସି ସଂଯୋଜକ କୃଷ୍ଣ ଚନ୍ଦ୍ର ଡୋରା, ଏଲବିଓ କାର୍ଯ୍ୟାଳୟ, ମୁନିଖୋଲର ସିଏସପି, ଏସବିଆଇ ମୁନିଗୁଡ଼ା ଶାଖାର କ୍ଷେତ୍ର ଅଧିକାରୀ ଆଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମାନାମଲେଖା-୩୩ଟି, ପ୍ରଧାନମନ୍ତ୍ରୀ ଜନଜୀବନ ୧୪ଟି, ପ୍ରଧାନମନ୍ତ୍ରୀ ଧନଜନ ଖାତା -୩ ଟି ତ୍ରୁଟି ଥିବା ଗ୍ରାହକମାନଙ୍କ ଆଧାର କାର୍ଡରେ ସଂଶୋଧନ ପାଇଁ ପରାମର୍ଶ ଦେଇଥିଲେ | ଗାଁରେ ୨ସ୍ୱୟଂ ସହାୟକ ଗୋଷ୍ଠୀର ଉଭୟ ଗୋଷ୍ଠୀକୁ ଏସବିଆଇ ମୁନିଗୁଡା ଶାଖା ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l 

ସେହିପରି କଲ୍ୟାଣ ସିଂପୁର ପାର୍ସଲୀ ଗ୍ରାମରେ ସଚେତନତା ଶିବିରରେ ୮୫ଜଣ ବିଶେଷ ଅନୁନ୍ନତ ଜନଜାତିର ବ୍ୟକ୍ତି ଯୋଗଦାନ କରିଥିଲେ l ଏହି ଶିବିରରେ ବିଡ଼ିଓ କଲ୍ୟାଣ ସିଂପୁର, ଶ୍ରୀମତୀ ମନୀଷା ଦାଶ, ସ୍ୱତନ୍ତ୍ର ଅଧିକାରୀ, ଡ଼ଙ୍ଗରିଆ କନ୍ଧ ଉନୟନ ସଂସ୍ଥା ପାର୍ସଳୀ, ଶ୍ରୀ ମନୋଜ ସାହୁ,ଏହା ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ଅନୁସୂଚିତ ଜlତି ଓ ଜନଜାତି ବିଭାଗ, ରାଜସ୍ବ, ପଂଚାୟତ ରାଜ, ମହିଳା ଓ ଶିଶୁ ବିକାଶ ବିଭାଗ, ସାମାଜିକ ସୁରକ୍ଷା, ଗ୍ରାମୀୟ ଜଳାଯୋଗାଣ ଓ କୃଷି ବିଭାଗର ଅଧିକାରୀ ମାନେ ଯୋଗଦେଇ ସଚେତନତା କରିଥିଲେ l ଏହି ଶିବିରରେ ଜାତିଗତ ପ୍ରମାଣ ପତ୍ର ପାଇଁ ୧୨୬ଟି ଆବେଦନ, ଜବ କାର୍ଡ ନିମନ୍ତେ ୬ଟି, ଜନ୍ମ ପ୍ରମାଣ ପତ୍ର ନିମନ୍ତେ ୧୧ଟି, ପ୍ରଧାନମନ୍ତ୍ରୀ କିଷାନ କାର୍ଡ ନିମନ୍ତେ ୨୬ଟି ଓ ଖାଉଟି କାର୍ଡ ନିମନ୍ତେ ୮ଟି ଆବେଦନ ପତ୍ର ଦାଖଲ କରିଥିଲେ l ସେହିପରି ସେହିପରି ମୁନିଗୁଡା ବ୍ଲକର ମିନିକୋଲେ ଗ୍ରାମ ପଂଚାୟତର ସକଟା ଗ୍ରାମରେ ଅଗ୍ରଣୀ ବ୍ୟାଙ୍କ କାର୍ଯ୍ୟାଳୟ, ରାୟାଗଡା ଦ୍ୱାରା ପରିଚାଳିତ ସଚେତନତା ଶିବିରରେ ସରପଞ୍ଚ, ଧନ ଫାଉଣ୍ଡେସନ ସଂଯୋଜକ, ଏଫଏଲସି ସଂଯୋଜକ କୃଷ୍ଣ ଚନ୍ଦ୍ର ଡୋରା, ଏଲବିଓ କାର୍ଯ୍ୟାଳୟ, ମୁନିଖୋଲର ସିଏସପି, ଏସବିଆଇ ମୁନିଗୁଡ଼ା ଶାଖାର କ୍ଷେତ୍ର ଅଧିକାରୀ ଆଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଏହି ଶିବିରରେ ଜାତିଗତ ପ୍ରମାଣ ପତ୍ର ପାଇଁ ୧୨୬ଟି ଆବେଦନ, ଜବ କାର୍ଡ ନିମନ୍ତେ ୬ଟି, ଜନ୍ମ ପ୍ରମାଣ ପତ୍ର ନିମନ୍ତେ ୧୧ଟି, ପ୍ରଧାନମନ୍ତ୍ରୀ କିଷାନ କାର୍ଡ ନିମନ୍ତେ ୨୬ଟି ଓ ଖାଉଟି କାର୍ଡ ନିମନ୍ତେ ୮ଟି ଆବେଦନ ପତ୍ର ଦାଖଲ କରିଥିଲେ l   

       ସେହିପରି ଗୁଣୁପୁର ବ୍ଲକର ଜନସଚେତନତା କାର୍ଯ୍ୟକ୍ରମର ୬ଷ୍ଠ ଦିନରେ ଜଲତାର ଗ୍ରାମ ପଞ୍ଚାୟତର ଜଲତାର ଗ୍ରାମରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟ୍ଟାସିଂର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଇଗାନ ଗମାଙ୍ଗୋ, ସରପଞ୍ ଓ ସମିତି ସଭ୍ୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ବିଶେଷ ଭାବରେ ଅନୁନ୍ନତ ଜନଜାତି ବର୍ଗର ଲୋକମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇଛନ୍ତି । ଆଜି ବିଭିନ୍ନ ବିଭାଗ ଯଥା ରାଜସ୍ବ ବିଭାଗ ପକ୍ଷରୁ ବିଭିନ୍ନ ପ୍ରମାଣ ପତ୍ର ପାଇଁ ୨୬ଟି ଆବେଦନ ପତ୍ର ସଂଗୃହିତ ହୋଇଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୬ ଜଣଙ୍କର ରକ୍ତ ଶିକୁଳି ରୋଗ ପରୀକ୍ଷା ଏବଂ ୨ଟି ଟିବି ପରୀକ୍ଷାରୁ ଗୋଟିଏ ଆକ୍ଟିଭ୍ କେଶ୍ ଥିବା ଜଣାପଡ଼ିଛି । ସେହିପରି ୪ ଜଣଙ୍କ ଆଧାର ପଞ୍ଜିକରଣ କରାଯାଇଥିବା ବେଳେ ଟିପିଏସ୍ ଓଡ଼ିଏଲ, ପାନୀୟଜଳ ଓ ପରିମଳ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସାମାଜିକ ସୁରକ୍ଷା, ଗ୍ରାମ୍ୟ ଗୃହ ନିର୍ମାଣ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ଆଇଟିଡ଼ିଏ- ଓଟିଏଲ୍ ପି, ଗୁଣପୁର ପକ୍ଷରୁ ଅଧିକାରୀ ମାନେ ଯୋଗଦେଇ ପିଭିଟିଜିଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଆଲୋଚନା କରିଛନ୍ତି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ସମ୍ମିଳନୀ କନ୍ଧମାଳ ଶାଖାର ସାଧାରଣ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ  

Sunil Chandra Nayak

ଶିବରାତ୍ରି ଲାଗି ନବରଙ୍ଗପୁର ଜିଲ୍ଲା ଚଳ ଚଞ୍ଚଳ

masiha

ଅଙ୍ଗନୱାଡ଼ି ନିଯୁକ୍ତିରେ ଲାଞ୍ଚ ନେଉଥିବା ବେଳେ  ଜୟପୁର ଭିଜିଲାନ୍ସ ଚଢ଼ାଉ କରି ସୁପରଭାଜର ଗିରଫ 

masiha

Leave a Comment

error: Content is protected !!