ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ବିରିଧି କାର୍ଯ୍ୟକୁ ନିନ୍ଦା କରି ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର 

ଜନ ବିରିଧି କାର୍ଯ୍ୟକୁ ନିନ୍ଦା କରି ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର 

ରାୟଗଡା ଜିଲ୍କା , କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଖଣି ଖନନ ଅଞ୍ଚଳ ଗ୍ରାମପଂଚାୟତ ଅନ୍ତର୍ଗତ 9 ଗ୍ରାମ ବାସି ଯଥା – ସୂଂଗେର, ଶାଗବାରୀ, ବଣ୍ଡେଲ, ଆଲିଗୁନା, କଣ୍ଟାମାଲ, ମାଳି ପଦର, ଡ଼ୁମେର ପଦର, ବନ୍ତେଜି, ଆଦି ଗ୍ରାମର ଖଣି ଖନନ ପାଇଁ ପ୍ରଭାବିତ 9 ରୁ ଉର୍ଦ୍ଧ ଗ୍ରାମ ବାସି ଜିଲ୍ଲାପାଳ ଙ୍କୁ ଭେଟି କିଛି ଅସାଧୁ ଲୋକଙ୍କ ଜନ ବିରିଧି ତଥା ଶିଳ୍ପ ନୀତିକୁ ବିରୋଧ ନିନ୍ଦା କୁ ନେଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଲ ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ସିଜିମାଳି ଖଣି ଉତ୍ତାଳନ ହେଲେ ସ୍ଥାନୀୟ ଅଂଚଳର ବିକାଶ ସହିତ ଆଦିବାସୀଙ୍କ ଉର୍ନ୍ନତି ହେବ ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ପୂର୍ବରୁ ଅନୁଷ୍ଠିତ ଗ୍ରାମସଭା ମାନଙ୍କରେ ଦାବି କରି ଆସୁଛନ୍ତି କିନ୍ତୁ କିଛି ଜନ ବିରୋଧୀ ଓ ଆଦିବାସୀ ବିରୋଧୀ ମାନେ ସ୍ଥାନୀୟ ଲୋକଙ୍କୁ ନକଲି ମାଓବାଦୀ ହୋଇ ଗ୍ରାମବାସୀ ମାନଙ୍କୁ ବିରୋଧ କରିବା ସହ ସ୍ଥାନୀୟ ଅଂଚଳରେ ଶିଳ୍ପ ଓ ବିକାଶ କୁ ବିରୋଧ କରୁଛନ୍ତି l ସେହି କଥାକଥିତ ନକଲି ମାଓବାଦୀ ତଥା ଜନବିରୋଧୀ ବ୍ୟକ୍ତି ମାନେ ବିରୋଧ କରି ସଭା ସମିତି କରାଇ ଦେଇନଥିବା ଅଭିଯୋଗ ହୋଇଛି l ଏନେଇ ଆଜି କାଶୀପୁର ବ୍ଲକର ପଂଚାୟତ ଗ୍ରାମର ଗ୍ରାମବାସୀ ମାନେ ରାୟଗଡା ଜିଲ୍ଲାପାଳ ଙ୍କୁ ସାକ୍ଷ୍ୟାତ କରି ଏଭଳି ଶିଳ୍ପ ଓ ଜନବିରୋଧୀ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ସେମାନଙ୍କ ସୁରକ୍ଷ୍ୟା ଦାବିକରିଛନ୍ତି l ପୁର୍ଣ ନାଏକ , ନବୀନ ନାଏକ , ରାଜେନ୍ଦ୍ର ନାଏକ, ଗୁଣ ଧର ନାଏକ, ପ୍ରମଦ ନାଏକ, ପବିତ୍ର ନାଏକ, ବୁଲୁ ଗୌଡ଼, ପ୍ରମୁଖ ଗ୍ରାମବାସୀ ମାନଙ୍କ ପକ୍ଷରୁ ପ୍ରତିନିଧିଭାବେ ଜିଲ୍ଲାପାଳ ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନଙ୍କ ଧାରଣା ତୃତୀୟ ଦିନରେ      

ଭୁବନ ବ୍ଲକ ମହୁଲପାଳ ଗ୍ରାମରେ ଜନବିରୋଧି ସରକାରୀ କାର୍ଯ୍ୟ/ପିଇବା ପାଣିକୁ ଦୂଷିତ ନାଳର ରୂପ ଦେଲା ପ୍ରଶାସନ

ପୁଣି ଭାରରେ ବୁହାହେଲେ ରୋଗୀ ୩ କିମି 

Sunil Chandra Nayak

Leave a Comment

error: Content is protected !!