କିଛି ଜାଣିନାହିଁ ମୁହିଁ
ତୃପ୍ତି ରାଣୀ ପାତ୍ର
କ୍ଷଣ ଭଙ୍ଗୁର ଏ ଅସାର ସଂସାରେ
ଜାଣେନା ମୁଁ କିଛି ପ୍ରଭୁ
ତୁମେତ ଗଢିଛ ତୁମ ସାଦୃଶ୍ୟରେ
ଦିଅ ବୁଦ୍ଧିଜ୍ଞାନ ସବୁ ।
ଜାଣେନାହିଁ ମୁହିଁ ନୀତି ନୈତିକତା ଦୟା କ୍ଷମା ଉଦାରତା
କରହେ ଗ୍ରହଣ ଦେଇ ଦିବ୍ୟସତ୍ତା
ପ୍ରାଣେଭରି ଶାନ୍ତି ସୁଦ୍ଧା ।
ମୁଁ ଯେ ଦୀନହୀନ ଧୂଳି ଅକିଞ୍ଚନ ନେଉଛି ପାଦେ ଶରଣ
ହସ୍ତଧରି ମୋତେ ଚଳାଅ ନିୟତେ
ବଞ୍ଚିଥିବି ଯେତେଦିନ ।
ବିଶାଳ ସଂସାରେ ଚାଲିବାକୁ ମୋର
ନାହିଁ ସୁସ୍ଥ ମନୋବଳ
ମନୋବାଞ୍ଛା ସବୁ ସଫଳ ହେ କର
ଘେରି ଆସେ ମହାକାଳ ।
ଜୀବନ ଯୌବନ ଅଢେଇ ଦିନର
ସଂସାରେ ଭୟ ଆତୁର
ଆକୁଳ ଅନ୍ତରେ ଡାକେ ନିରନ୍ତର
ଫେଡ ହେ କଷଣ ଭାର ।
ଢେଉପରେ ଢେଉ ହୁଅଇ ପ୍ରବଳ
ଦୁଃଖ ଯେ ତରଙ୍ଗ ମାନ
ଦୁଃଖ ନାଶନହେ ମନେ ସୁଖଦିଅ
ବଞ୍ଚିବ ଯେହ୍ନେ ମୋପ୍ରାଣ ।
ସହଦେବଖୁଣ୍ଟା ,
ବାଲେଶ୍ଵର ।