ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୃପ୍ତି ରାଣୀ ପାତ୍ର ଙ୍କ କବିତା କିଛି ଜାଣିନାହିଁ ମୁହିଁ

କିଛି ଜାଣିନାହିଁ ମୁହିଁ

ତୃପ୍ତି ରାଣୀ ପାତ୍ର

 

କ୍ଷଣ ଭଙ୍ଗୁର ଏ ଅସାର ସଂସାରେ 

ଜାଣେନା ମୁଁ କିଛି ପ୍ରଭୁ 

ତୁମେତ ଗଢିଛ ତୁମ ସାଦୃଶ୍ୟରେ

ଦିଅ ବୁଦ୍ଧିଜ୍ଞାନ ସବୁ ।

 

ଜାଣେନାହିଁ ମୁହିଁ ନୀତି ନୈତିକତା ଦୟା କ୍ଷମା ଉଦାରତା 

କରହେ ଗ୍ରହଣ ଦେଇ ଦିବ୍ୟସତ୍ତା 

ପ୍ରାଣେଭରି ଶାନ୍ତି ସୁଦ୍ଧା ।

 

ମୁଁ ଯେ ଦୀନହୀନ ଧୂଳି ଅକିଞ୍ଚନ ନେଉଛି ପାଦେ ଶରଣ 

ହସ୍ତଧରି ମୋତେ ଚଳାଅ ନିୟତେ 

ବଞ୍ଚିଥିବି ଯେତେଦିନ ।

 

ବିଶାଳ ସଂସାରେ ଚାଲିବାକୁ ମୋର 

ନାହିଁ ସୁସ୍ଥ ମନୋବଳ

ମନୋବାଞ୍ଛା ସବୁ ସଫଳ ହେ କର

ଘେରି ଆସେ ମହାକାଳ ।

 

ଜୀବନ ଯୌବନ ଅଢେଇ ଦିନର

ସଂସାରେ ଭୟ ଆତୁର 

ଆକୁଳ ଅନ୍ତରେ ଡାକେ ନିରନ୍ତର 

ଫେଡ ହେ କଷଣ ଭାର ।

 

ଢେଉପରେ ଢେଉ ହୁଅଇ ପ୍ରବଳ

ଦୁଃଖ ଯେ ତରଙ୍ଗ ମାନ

ଦୁଃଖ ନାଶନହେ ମନେ ସୁଖଦିଅ

ବଞ୍ଚିବ ଯେହ୍ନେ ମୋପ୍ରାଣ ।

 

ସହଦେବଖୁଣ୍ଟା ,

ବାଲେଶ୍ଵର ।

Related posts

ଜୟ କୁମାର ମିଶ୍ର  ଙ୍କ ବ୍ୟଙ୍ଗ କବିତା ଇସ୍ତାହାର

Sunil Chandra Nayak

ଯେଉଁଠି ଦେବାଦେବୀ ଙ୍କ ପାଇଁ ଘର କିମ୍ବା ମନ୍ଦିର ନାହିଁ, ସେଠାରେ ଥିବା ଗରିବ ଲୋକଙ୍କ ଘର ଅଛି କି ନାହିଁ ସେକଥା ପଚାରେ କିଏ

Sunil Chandra Nayak

ମହା ସମାରୋହରେ ପାଳିତ ହେଲା ଗରିମା-୨୦୨୨

Sunil Chandra Nayak

Leave a Comment

error: Content is protected !!