ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗାଁ ଗାଁ ବୁଲି ସଦସ୍ୟ ସଂଗ୍ରହ କଲେ ଝରୀଗାଁ ବିଧାୟକ 

ଗାଁ ଗାଁ ବୁଲି ସଦସ୍ୟ ସଂଗ୍ରହ କଲେ ଝରୀଗାଁ ବିଧାୟକ 

ନବରଙ୍ଗପୁର:(୨୫|୯)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରୀଗାଁ ନିର୍ବାଚନ ମଣ୍ଡଳୀରେ ବିଜେପି ର ସଦସ୍ୟତା ଅଭିଯାନ ଉପରେ ଆଜି ଅପରାହ୍ନ ୧୨ ଘଣ୍ଟା ୩୦ ମିନିଟରେ ନିର୍ବାଚନର ଝରୀଗାଁ ବ୍ଲକ ର ଚାଟିଗୁଡା,ଧୋଡ୍ରା, ଉମରକୋଟ ର ବ୍ଲକ ର ବଡ଼ କୁମାରୀ, କୁଟଗୁଡା, ପଟୁଗୁଡା, ଏ ଗାଁ ଯାକ ଗସ୍ତ କରି ଶ୍ରୀ ନରସିଂହ ଭତ୍ରା ଗାଁ ଗାଁ ବୁଲି ସଦସ୍ୟ ସଂଗ୍ରହ କରି ବିଜେପି ର ସଦସ୍ୟତା ଅଭିଯାନ ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁଗାନ୍ତକlରି ଯୋଜନାସବୁ ବିଷୟରେ ବୁଜେଇଥିଲେ l ବିଜେପି ର ରାଷ୍ଟ୍ରୀୟ ଅଧକ୍ଷ ଜେ.ପି ନଡାଙ୍କ ଅଧକ୍ଷତlରେ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ ପ୍ରତି ୬ ବର୍ଷରେ ସଂଗଟନ ପର୍ବ ଭାବେ ପାଳନ କରି ଆସୁଥିବା କହିଲେ l ସେପ୍ଟେମ୍ବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଥମିକ ସଦସ୍ୟତା ଗ୍ରହଣ କରିବା ପରେ ସାରା ଭାରତରେ ଏହି ସଦସ୍ୟତା ପର୍ବ ଚାଲୁ ରହିଥିବା କହିଥିଲେ l ମୋବାଇଲ ନଂ ୮୮0000୨0୨୪ ରେ ମିସକଲ କଲେ ଜଣେ ବିଜେପିର ପ୍ରାଥମିକ ସଦସ୍ୟ ହୋଇପାରିବ ବୋଲି କହିଥିଲେ l ଦଳକୁ ଅଧିକ ସୁସଙ୍ଗଠିତ କରିବା ଏହି ସଦସ୍ୟତା ଅଭିଯାନର ଲକ୍ଷ ବୋଲି କହିଥିଲେ l ଏ ସଦସ୍ୟ ଅଭିଯାନ ରେ ଯୋଗଦେଇଥିଲେ ଝରୀଗାଁ ବିଧାୟକ ନରସିଂହ ଭତ୍ରା, ଜିଲ୍ଲା ଏସ୍ ଟି ମୋର୍ଚ୍ଚl ସଭାପତି ଆସୁ ମଣ୍ଡଳ, ସୁଜନ ଭକ୍ତ, ସୁଧାମା ତିୱାରୀ, ପବିତ୍ର ଗୋରଡା ଏ ସବୁ ସଦସ୍ୟତା ଅଭିଯାନ ରେ ଯୋଗ ଦେଇଥିଲେ l

Related posts

ମହାବିରୋଡ ହାଟ ପଡିଆରେ କଂଗ୍ରେସର କର୍ମୀ ସମ୍ମିଳନୀ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ହାତରେ ହାତ ଯୋଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ        

Sunil Chandra Nayak

ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳିତ 

masiha

Leave a Comment

error: Content is protected !!