ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଳକ ସ୍ତରୀୟ ସଂସ୍କୃତ ଦିବସ ପାଳିତ

ବ୍ଳକ ସ୍ତରୀୟ ସଂସ୍କୃତ ଦିବସ ପାଳିତ                        

ନବରଙ୍ଗପୁର: (୨୫|୯) (ରବି ନାରାୟଣ ମହାନ୍ତି)ଉମରକୋଟ ବ୍ଲକ ସ୍ତରୀୟ ସଂସ୍କୃତ ଦିବସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ‌ଉମରକୋଟଠାରେ ୧ ଘଣ୍ଟା ସମୟରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରୀତି ରଞ୍ଜନ ରଥ ଏବଂ ମୂଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ସରକାର ଯୋଗଦେଇ ସଂସ୍କୃତ ଭାଷାର ବିକାଶ କିଭଳି ହୋଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେଇ ଥିଲେ । ସମ୍ମାନୀତ ଅତିଥି ଭାବରେ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ କାଞ୍ଚନ ବାଳା ଚାନ୍ଦ ଏବଂ ଆଚାର୍ଯ୍ୟ ବେଦ ପ୍ରକାଶ ସଂସ୍କୃତ ବିଷୟକୁ ଛାତ୍ର ଛାତ୍ରୀ ମାନେ ପଢ଼ିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଉମରକୋଟ ବ୍ଲକ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ପଣ୍ଡା ସଂସ୍କୃତ ଶିକ୍ଷା ପ୍ରଣାଳୀ ଉପରେ ଧ୍ୟାନ ଆକର୍ଷଣ କରିଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସସ୍ମିତା ରାଉତ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ଶିବ ଶଙ୍କର ପତି ସଭା ଆରମ୍ଭରେ ବେଦ ପାଠ କରିଥିଲେ। ଶିକ୍ଷକ ଶ୍ରୀଯୁକ୍ତ ବୀରେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ସଂସ୍କୃତ ଭାଷଣ ରେ ସଂସ୍କୃତ ଭାଷାର ମହତ୍ୱ ବିଷୟ ର ପ୍ରତିପାଦନ କରିଥିଲେ । ବାଳିକା ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସଂସ୍କୃତ ସଂଗୀତ ପରିବେଷଣ କରାଯାଇଥିଲା । ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ଶ୍ରୀମତୀ ବିଦ୍ୟୁତ ଲକ୍ଷ୍ନୀ ମିଶ୍ର , ସଚିନ୍ ସଦା ଗୋପନ ସହୁ,ରାଧା ଗୋବିନ୍ଦ ପରିଡ଼ା,ସୁରେନ୍ଦ୍ର ମିଶ୍ର ,ରାଜେଶ ପଣ୍ଡା,ଅନନ୍ତ ସେନାପତି , ବୈକୁଣ୍ଠ ସେନାପତି , ବିଶ୍ଵ ରଞ୍ଜନ ନାୟକ , ସନ୍ତୋଷ ଦାସ , ଶ୍ରୀକାନ୍ତ ସାହୁ, ପୁରଵି ରଥ , ବାଲୁଙ୍କେଶ୍ୱର ପ୍ରଧାନ,ମାନସୀ ରାଣୀ ରାଉତ, କବିତା ମଣ୍ଡଳ , ଜୟଶ୍ରୀ ସାହୁ ପ୍ରମୁଖ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ବ୍ଲକ ସମ୍ପାଦକ ଶ୍ରୀଯୁକ୍ତ ମିହିର ରଂଜନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Related posts

ଘରେ ନିଆଁ ଲାଗି ଅଳ୍ପେକ ବର୍ତିଲେ ବିଧବା ମହିଳା

masiha

ଗମ୍ଭାରୀଗୁଡା ଧାନ ମଣ୍ଡିରେ କଳାକାର ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ମହାଲିଙ୍ଗ ଦାବଜୋର ମୁଖ୍ୟମନ୍ତ୍ରୀ ସଡକ ରାସ୍ତା ଅତି ନିମ୍ନ ମାନର କାମରୁ ଭାଙ୍ଗିଗଲାଣି ରାସ୍ତା , ବିପଦକୁ କରୁଛି ନିମନ୍ତ୍ରଣ

Sunil Chandra Nayak

Leave a Comment

error: Content is protected !!