ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁକୁଳା ଟ୍ରାନ୍ସଫମର ନେଇ ଗ୍ରାମବାସୀ ଚିନ୍ତିତ ଓ ଭୟଭୀତ   ସୁରକ୍ଷା ନାମ ନେଇରେ ସୁଖିଲାଟାରେ ଟିପିଏନଓଡିଏଲ ବାହା ବାହା ନେଉଛି 

ମୁକୁଳା ଟ୍ରାନ୍ସଫମର ନେଇ ଗ୍ରାମବାସୀ ଚିନ୍ତିତ ଓ ଭୟଭୀତ 

 ସୁରକ୍ଷା ନାମ ନେଇରେ ସୁଖିଲାଟାରେ ଟିପିଏନଓଡିଏଲ ବାହା ବାହା ନେଉଛି 

 ମୟୂରଭଞ୍ଜ -29 /୦୯ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ମାଣିକପୁର ପଂଚାୟତ ର ନୂଆଗାଁ ଗ୍ରାମ ରେ ମୁକୁଳା ଟ୍ରାନ୍ସଫମର ବହୁ ଦିନ ହେଲା ରହିଛି lଏହି ଟ୍ରାନ୍ସଫମର ରୁ ବିଦ୍ୟୁତ ସଂଯଗ ହୋଇ ଗାଁ କୁ ପାଣି ଯୋଗାଇ ଥାଏ l ଖରା ଦିନେ ଏଠାରୁ ପଂଚାୟତ ପକ୍ଷ ରୁ ଟ୍ରାକଟର ସାହାଯ୍ୟ ରେ ଅନ୍ୟ ଗାଁ କୁ ପାନୀୟ ଜଳ ଯୋଗାଇ ଥାଏ lଯେଉଁ ବାଟ ରେ ପ୍ରତିଦିନ ହଜାର ହଜାର ଲୋକ ମାନଙ୍କ ସମେତ ଛାତ୍ରଛାତ୍ରୀ ଏବଂ ପାଖରେ ଅଙ୍ଗନବାଡି କେନ୍ଦ୍ର ର ଶିଶୁ ମାନେ ଯିବା ଆସିବା କରନ୍ତି l କିନ୍ତୁ ଦୁଃଖ ର ବିଷୟ ଯେ ବହୁ ବର୍ଷ ହେବ ଏହି ଜାନଵସତି ପୂର୍ଣ୍ଣ ସ୍ଥାନ ରେ ବିପଦପୂର୍ଣ୍ଣ ଅବସ୍ଥା ରେ ଏକ ମୁକୁଳା ଟ୍ରାନ୍ସଫମର ରହିଛି l ଯାହାର ଚତୃପାର୍ଶ୍ୱ ରେ ନା ଅଛି କୌଣସି ବାରିକେଟ ର ବ୍ୟବସ୍ଥା l ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଜନସାଧାରଣ ଆଲୋଚନା ହେଉଛି l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରୁଙ୍ଗଟା ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବୋରିଗାଁ ରେ ଦୀର୍ଘବର୍ଷ ପରେ ବାଲିଯାତ୍ରା ହେଲା ଉଦଘାଟନ

Sunil Chandra Nayak

ରାୟଗଡା ଠାରେ ଜିଲ୍ଳାସ୍ତରୀୟ ୮୯ତମ ଓଡିଶା ଦିବସ ପାଳିତ

masiha

Leave a Comment

error: Content is protected !!