ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚିତ

ଧର୍ମଗଡ ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚିତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ସିଟି ସ୍କୁଲ ରେ ସୋମବାର ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା, ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୂପାନନ୍ଦ ଭୋଇ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଙ୍ଘ(ଓୟୁଜେ) ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ,ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନ ର ଶିକ୍ଷକ ପ୍ରଶିକ୍ଷକ ତଥା ଧର୍ମଗଡ ସିଟି ସ୍କୁଲ ଦାୟିତ୍ୱପ୍ରାପ୍ତ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ହୋଇଥିଲେ।

ଜାତୀୟ ଶିକ୍ଷା ନୀତି ଆଧାରରେ ନିପୁଣ ଓଡିଶା ମିଶନ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ସ୍ତରରେ ସୁନିଶ୍ଚିତ କରି ପ୍ରାଥମିକ ବିଦ୍ୟାଳୟ ସ୍ତର ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଶିକ୍ଷଣ ଦକ୍ଷତା ଅଭିବୃଦ୍ଧି ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ।ବିଦ୍ୟାଳୟ ରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ର କୌଶଳ କୁ ସୁନିଶ୍ଚିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଅପରିହାର୍ଯ୍ୟ ଯେପରିକି ୨୦୨୬-୨୭ ସୁଦ୍ଧା ଛାତ୍ର ଛାତ୍ରୀ ମାନେ ଯେପରି ତାଙ୍କର ଶ୍ରେଣୀ ଭିତ୍ତିକ ମୌଳିକ ଶିକ୍ଷଣ ଦକ୍ଷତା ହାସଲ କରିପାରିବେ ବୋଲି ମଞ୍ଚାସିନ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ।ସମସ୍ତ କାର୍ଯ୍ୟକ୍ରମ କୁ ବ୍ରାହ୍ମଣ ଛେଣ୍ଡିଆ ସିଆରସିସି ଟିକେଶ୍ୱର ନାଏକ ପରିଚାଳନା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୂପାନନ୍ଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶ୍ରେଣୀ ଗୃହ ଅଭାବ, ଶିକ୍ଷକ ଅଭାବ,ବିପଦ ପୂର୍ଣ୍ଣ ଶ୍ରେଣୀ ଗୃହ ଭଳି ବିଦ୍ୟାଳୟ ଗୁଡିକରେ ଥିବା ସମସ୍ୟା ସମ୍ପର୍କରେ ଉପସ୍ଥିତ ସିଆରସିସି ମାନେ ଏବଂ ପ୍ରଧାନଶିକ୍ଷକ ମାନେ ଉପଜିଲ୍ଲାପାଳ ଙ୍କ ନିକଟରେ ଅବଗତ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କାଶିବାହାଲ ପଞ୍ଚାୟତ ହାଇସ୍କୁଲରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ, ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ

masiha

ତିର୍ତ୍ତୋଲ ବ୍ଲକରେ ଯୁଗ୍ମ ଜନଶୁଣାଣୀ ଶିବିର , ଆବାସ ଯୋଜନା ଗୃହ ପାଇଁ ଅଭିଯୋଗକାରୀଙ୍କ ସଂଖ୍ୟା ସର୍ବାଧିକ

Sunil Chandra Nayak

ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!