ସୁସ୍ଥ ପଞ୍ଚାୟତ ଗଠନ ନେଇ ତାଲିମ
ଡାବୁଗାଁ, ୨୮/୧୦ (ମ.ନି.ସ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସୁସ୍ଥ ପଞ୍ଚାୟତ ଗଠନ ନେଇ ଏକ ଦିବାସୀୟ ତାଲିମ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ କିପରି ସୁସ୍ଥ ପଞ୍ଚାୟତ ଗଠନ କରାଯିବ ଓ ଏଥିରେ ପଞ୍ଚାୟତ ସ୍ତରରେ କାହାର କେଉଁ
ଭୂମିକା ରହିଛି ସେ ନେଇ ତାଲିମ ଦିଆଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ବିଡିଓ ଶରତ ମାଝି ଓ ଜନ ସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ପୁଷ୍ପାରାଣୀ ସାମଲ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ବ୍ଲକ ର ସମସ୍ତ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଇଓ, ୧୦ ଜଣ ଅଙ୍ଗନୱାଡି କର୍ମୀ, ୧୦ ଜଣ ଆଶା କର୍ମୀ, ୫ ଜଣ ଏମବିକେ ମାନଙ୍କୁ ମିଶାଇ ମୋଟ ୫୦ ଜଣ ତାଲିମ ନେଇଥିଲେ | ଏହି ତାଲିମ କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ
ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି ପ୍ରସାଦ, ପର୍ଶୁରାମ ମାଳୀ, ଅର୍ଜୁନ ଭତ୍ରା, ହଳଧର ଜାନୀ, ଦିବ୍ୟଶଙ୍କର ପୂଜାରୀ, କାମିନୀ ହରିଜନ ଓ ରୂପାଲୀ ମଣ୍ଡଳ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଓ ଡାଟା ଏଣ୍ଟ୍ରି ଅପରେଟର ପରମା ପନକା ପ୍ରମୁଖ ପରିଚାଳନା କରିଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

