ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

ରାୟଗଡ:-ତା.୨୮/୧୦- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ପାଳନ ଅବସରରେ ଆଜି ତା ୨୮/୧୦/୨୦୨୪ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କରାଯାଇଥିଲା l ସ୍ଥାନୀୟ ଓସ୍ୱାନ ହଲ ଠାରେ ଆୱାସି ମାଧ୍ୟମରେ ସିଧା ପ୍ରସାରଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ  ସମସ୍ତ କର୍ମଚାରୀ ମାନଙ୍କୁ ଦୁର୍ନୀତି ନିବାରଣ ଉପରେ ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି” ଏହି ମୂଳମନ୍ତ୍ର ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଆଭାସୀ ମାଧ୍ୟମରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରlଇଛନ୍ତି l ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକର ଓସ୍ୱାନ ହଲ ସହିତ ସିଧାସଳଖ ଯୋଡିହୋଇ କର୍ମଚାରୀ ମାନେ ଶପଥ ପାଠ କରିଥିଲେ l ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଵିଷମ କଟକ ବ୍ଲକରେ ରେ ଯୁଗ୍ମ ଅଭିଯୋଗ ଶିବିର ଥିବାରୁ ଆରୋକ୍ଷୀ ଅଧିକ୍ଷକ ରାୟଗଡ ସ୍ୱାତୀ ଏସ. କୁମାର, ଅନ୍ୟନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ ମାନଙ୍କ ସହିତ ଵିଷମ କଟକ ବ୍ଲକରେ ଶପଥ ପାଠ କରିଥିଲେ l ସେହିପରି ଜିଲ୍ଲା ସଦର ମୋହକୁମାରେ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲାପାଳ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା, ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଉପ-ଆରୋକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ଶାଖା, ରାୟଗଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକଟର ମଧୁମିତା ବେହେରା, ସହକାରୀ ଜିଲ୍ଲାପାଳ ଭଂଜନ କହଁର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଶାଖାର ଅଧିକାରୀ, ସେକ୍ସନ ଅଫିସର,ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ମାନେ ଶପଥ ଗ୍ରହଣ କରିଥିଲେ l ସେହିପରି ବିଭିନ୍ନ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ, ଅନୁବିଭାଗୀୟ ଅଧିକାରୀ ମାନଙ୍କୁ ଶପଥ ପାଠ କରାଇଥିଲେ l ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଓ ଉପଖଣ୍ଡ ଓ ବ୍ଲକ କାର୍ଯ୍ୟାଳୟରେ ଶପଥ ପାଠ କରାଯାଇଛି l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

Prativa Satapathy nominated as a member of OSCW.

Sunil Chandra Nayak

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

ବାଲୁକା କଳାରେ ଧାନ ଅମଳର ଦୃଶ୍ୟ କୋଣାର୍କ ଉତ୍ସବରେ କଳା ପ୍ରଦର୍ଶନ ପାଇଁ ଶିଳ୍ପୀଙ୍କ ପ୍ରସ୍ତୁତି

masiha

Leave a Comment

error: Content is protected !!