ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲକ୍ଷ୍ମୀନୃସିଂହ ୨୨ ତମ ଯାତ୍ରା ପାଇଁ ନୂତନ ପରିଚାଳନା କମିଟି କର୍ମକର୍ତ୍ତା ନିର୍ବାଚନ , ସଭାପତି ପାର୍ଥ ସମ୍ପାଦକ ମିଲନ                          

     ଫୁଲବାଣୀ -:  ପ୍ରଭୁ ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ଠାକୁରଙ୍କ ର ୨୨ ତମ ଚତୁର୍ଦ୍ଦଶୀ ଜନ୍ମ ଦିବସ ଚନ୍ଦନଯାତ୍ରା ଫୁଲବାଣୀ ସହର ସ୍ଥିତ ଜିରିଙ୍ଗିପଡା ଲକ୍ଷ୍ମୀ ନୃସିଂହ ମନ୍ଦିର ଠାରେ ଅନୁଷ୍ଠିତ ହେବା ନିମନ୍ତେ ନୂତନ ଯାତ୍ରା ପରିଚାଳନା କମିଟି ଗଠନ ହୋଇଥିବା ବେଳେ କର୍ମକର୍ତ୍ତା ଚୟନ କରାଯାଇଥିଲା। ଦୁଇ ବର୍ଷ ମହାମାରୀ କୋରନା କଟକଣା ଯୋଗୁଁ ଯାତ୍ରା ଅନୁଷ୍ଠିତ ହୋଇନଥିଲା। ଚଳିତ ବର୍ଷ ଯାତ୍ରା ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସମସ୍ତ କର୍ମକର୍ତ୍ତା ଗ୍ରାମବାସୀ ସହର ବାସୀ ଙ୍କ ମଧ୍ୟରେ ଉତ୍ସାହ ଦେଖିବା କୁ ମିଳିଛି।କନ୍ଧମାଳ ର ଗର୍ବ ଗୌରବ ରାଜ୍ୟର ସୁନାମ ଧନ୍ୟ କଣ୍ଠଶିଳ୍ପୀ ତଥା କଳାକାର ଜଳନ୍ଦର ବେହେରା ପରିଚାଳନା କମିଟିର ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ବହନ କରି ଯାତ୍ରା ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଶ୍ରୀ ବେହେରା ଙ୍କ ର ତ୍ୱତ୍ବାବଧାନ ରେ ସୁଚାରୁ ରୂପେ ପରିଚାଳନା ହେବା ନିମନ୍ତେ କମିଟି ପକ୍ଷରୁ ସୂଚନା ମିଳିଛି। ଜିରିଙ୍ଗିପଡା ଗ୍ରାମ କମିଟି କର୍ମକର୍ତ୍ତା ସଭାପତି ସୁଜିତ ବେହେରା ,ସାଧାରଣ ସମ୍ପାଦକ ଦାରୁଣ ବେହେରା ,ପଙ୍କଜ ବେହେରା,ବଳଦେବ ବେହେରା ,ଦିନେଶ ବେହେରା ଓ ଶିବଶଙ୍କର ବେହେରା ଙ୍କ ର ନେତୃତ୍ୱରେ ଯାତ୍ରା ନୂତନ ପରିଚାଳନା କମିଟି ଗଠନ ହୋଇଥିଲା। ପୂର୍ବ ଯାତ୍ରା ରେ ଭଲ ଭାବରେ ସୁଚାରୁ ରୂପେ ଯାତ୍ରା କୁ ପରିଚାଳନା କରିଥିବା ହେତୁ କମିଟିର ଶତାଧିକ ଯୁବକ ମାନଙ୍କର ସମର୍ଥନ ମିଳିଥିଲା। ସର୍ବ ସନ୍ନମତି କ୍ରମେ ସଭାପତି ଭାବେ ଦ୍ୱିତୀୟ ଥର ପାଇଁ ପୁନଃର୍ବାର ପାର୍ଥ ସାରଥୀ ବିଶ୍ୱାଳ ମନୋନିତ ହୋଇଥିବା ବେଳେ ଉପସଭାପତି ଭାବେ କରମ ବେହେରା,କାର୍ଯ୍ୟକାରୀ ସଭାପତି ଭାବେ ସୁଧାଂଶୁ ବେହେରା, ସାଧାରଣ ସମ୍ପାଦକ ଭାବେ ମିଳନ କଁହର, ସହ ସମ୍ପାଦକ ଭାବେ ରାମ କୃଷ୍ଣ କଁହର,କୋଷାଧ୍ୟକ୍ଷ ଭାବେ ଲଳିତ କୁମାର ବେହେରା, ସାଂସ୍କୃତିକ ସମ୍ପାଦକ ପାଞ୍ଚୀଲି ବେହେରା, ସର୍ବ ସନ୍ନମତିକ୍ରମେ ମନୋନୀତ ହୋଇଥିଲେ। ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତା ମାନେ ଆନ୍ତରିକତା ସହ ପ୍ରସାଶନିକ ନୀତି ନିୟମ କୁ ଏବଂ କମିଟି ର ନୀତି ନିୟମ କୁ ମାନି ଶାନ୍ତି ଶୃଙ୍ଖଳା ରକ୍ଷା କରି ଯାତ୍ରା ପାଳନ କରିବୁ ବୋଲି କହିଥିବା କମିଟି ପକ୍ଷରୁ ସୂଚନା ମିଳିଛି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।

Related posts

ପ୍ରେମଲତା ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

ବାଲାଜୀ ସେଠୀ ଙ୍କ କବିତା ରାସ୍ତା କଡ ବତୀଖୁଣ୍ଟ

Sunil Chandra Nayak

ଜନ ମଙ୍ଗଳ ରାସୋଳ ତରଫରୁ ସ୍ୱାସ୍ଥ୍ୟ ସଚେତନ ବାର୍ତ୍ତା

Sunil Chandra Nayak

Leave a Comment

error: Content is protected !!