ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶାର ପ୍ରଥମ ବିଶ୍ବବିଦ୍ୟାଳୟ ଭାବରେ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଆୟୋଜିତ କଲା ଦୁଃସାହସିକ ଓ ସ୍ପୋର୍ଟ୍ସ କ୍ଲାଇମିଙ୍ଗ ଶିବିର

ଓଡ଼ିଶାର ପ୍ରଥମ ବିଶ୍ବବିଦ୍ୟାଳୟ ଭାବରେ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଆୟୋଜିତ କଲା ଦୁଃସାହସିକ ଓ ସ୍ପୋର୍ଟ୍ସ କ୍ଲାଇମିଙ୍ଗ ଶିବିର

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଦ୍ବାରା ସାତଦିନିଆ ଦୁଃସାହସିକ କ୍ରୀଡା ଓ ସ୍ପୋର୍ଟ୍ସ କ୍ଲାଇମିଙ୍ଗ ଶିବିର ଗୁଡିଆଲି ପଦର ନିକଟରେ ଆୟୋଜିତ ହୋଇଅଛି । ଏହି ଶିବିରର ବ୍ଯାସ କ୍ଯାମ୍ପ ଗୁଡିଆଲିପଦର ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ୨ ତାରିଖ ନଭେମ୍ବରରୁ ଆରମ୍ଭ ହୋଇ ୮ ତାରିଖ ନଭେମ୍ବର ପର୍ଯ୍ୟନ୍ତ ଚାଲି ଅଛି । ଯେଉଁଠାରେ ୬୦ ଜଣ ଦୁଃସାହସିକ ଅଷ୍ଟମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ସେମାନଙ୍କ ମଧ୍ଯରେ ନର୍ଲା ବ୍ଳକର ପଞ୍ଚାୟତସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ନର୍ଲାର ୩ ଜଣ ଛାତ୍ର ଓ ୪ ଜଣ ଛାତ୍ରୀ ସେହିପରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରୁପ୍ରାରୋଡର ଗୋଟିଏ ଲେଖାଁଏ ଛାତ୍ର ଓ ଛାତ୍ରୀ, ମିଳିତ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପ୍ରା ମସ୍କୁଟିର ୨ ଜଣ ଛାତ୍ର ଓ ୧ ଜଣ ଛାତ୍ରୀ, ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠ,ରୁପ୍ରାର ଜଣେ ଛାତ୍ରୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପ୍ରାର ଜଣେ ଛାତ୍ର, ବିଜୟାନନ୍ଦ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତୁଳାପଡାର ୩ ଜଣ ଛାତ୍ର ଓ ୩ ଜଣ ଛାତ୍ରୀ, ବାଗପୁର ଉଚ୍ଚ ବିଦ୍ୟାଳୟର ୨ ଜଣ ଛାତ୍ର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମିତି, ଚପଟଖଣ୍ଡାର ୨ ଜଣ ଛାତ୍ର, ମଦନପୁର ରାମପୁର ବ୍ଳକର ଦୁର୍ଗା ମାଧବ ଉଚ୍ଚ ମାଧ୍ୟମିକ ବିଦ୍ଯାପୀଠ, ମରାମପୁରର ୨ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମରାମପୁରର ୪ ଜଣ ଛାତ୍ର ଓ ୪ ଜଣ ଛାତ୍ରୀ , କର୍ଲାମୁଣ୍ଡା ବ୍ଳକର ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରିଷିଡାର ୫ ଜଣ ଛାତ୍ର ଓ ୫ ଜଣ ଛାତ୍ରୀ ତତ୍ ସଙ୍ଗେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ୩ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ ଛାତ୍ର ତଥା ଗୁଡିଆଲିପଦର ଉଚ୍ଚ ବିଦ୍ୟାଳୟର ୨ ଜଣ ଛାତ୍ର ଏବଂ ୪ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଦୁଃସାହସିକ ଶିବିରର ସଂପୂର୍ଣ୍ଣ ଖର୍ଚ୍ଚ ଆମେରିକାସ୍ଥିତ ଇଣ୍ଡୋ ଆମେରିକାନ ସେବକ ଫାଉଣ୍ଡେସନ ପ୍ରଯୋଜକ ହୋଇ ପ୍ରଦାନ କରିଥିଲେ । ଶିବିରର ପ୍ରଥମ ଦିବସ ତଥା ଉଦଘାଟନ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଶ୍ରୀମତୀ ନିବେଦିତା ନାଥ, ମୁଖ୍ଯବକ୍ତା ଭାବରେ ରେଜିଷ୍ଟର ଶ୍ରୀଯୁକ୍ତ ପିତାମ୍ବର ଭୋଇ, ବିଶିଷ୍ଟ ଅତିଥି ଭାବରେ ଆମେରିକାର ଆଇଏଏସଫର ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା, ଦୁଃସାହସିକ ଶିବିରର କ୍ଯାମ୍ପ କୋଡିନେଟର ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ, କନଭେନର ଡକ୍ଟର ନଳିନୀକାନ୍ତ ରଣା, ଡାଇରେକ୍ଟର ସ୍ପୋର୍ଟ୍ସ କାଉନସିଲ ତଥା ସଦସ୍ଯ ଡକ୍ଟର ଘନଶ୍ୟାମ ବେହେରା ଯୋଗଦେଇ ଦୁଃସାହସିକ କ୍ରୀଡା ଓ ସ୍ପୋର୍ଟ୍ସ କ୍ଲାଇମିଙ୍ଗ ଶିବିରକୁ ଉଦଘାଟନ କରିଥିଲେ । ଆନ୍ତର୍ଜାତିକ ପର୍ବତାରେହୀ ତଥା ଏଭରେଷ୍ଟ ଚଢାଳି ଯୋଗବ୍ୟାସ ଭୋଇଙ୍କର ନେତୃତ୍ବରେ ପର୍ବତାରୋହଣ ପ୍ରଶିକ୍ଷକ ଭାବରେ ଜାତୀୟସ୍ତରର ପର୍ବତାରୋହୀ ରୋମାଞ୍ଚଳ ଭୋଇ, ମହିଳା ବରିଷ୍ଠ ପର୍ବତାରୋହୀ ଇପସାମୟୀ ଦୁବେ, ପର୍ବତାରୋହୀ ଧନପତି ବାଗ, ବରଗଡର ତୃପ୍ତିମୟୀ ପ୍ରଧାନ, ବଲାଙ୍ଗିରର ନିବେଦିତା ପଟେଲ, ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ରୋଜ ମେରି ଏକ୍କା, ପର୍ବତାରୋହୀ ଆୟୁଷ ପାତ୍ର, ସ୍ମୃତିରଞ୍ଜନ ମାଝୀ, ଦୀପକ କରୁଆଁ, ଦୁଃସାହସିକ ସହାୟକ ପ୍ରଶିକ୍ଷକ ଭାବରେ ଧରମାଦେଇ ଗଉଡ, ନାଭାଲ ଏନସିସିର ଲିଶା ସାଗର, ମେଡିକାଲ ଅଫିସର ପୁଷ୍ପାଞଳୀ ନାୟକ ଯୋଗଦାନ କରି ସଂପୂର୍ଣ୍ଣ ପ୍ରଶିକ୍ଷଣ ଦାୟିତ୍ବ ତୁଳାଇଥିଲେ। ଦୁଃସାହସିକ ଶିବିରର କନଭେନର ଡକ୍ଟର ନଳୀନିକାନ୍ତ ରଣା, ଡାଇରେକ୍ଟର ସ୍ପୋର୍ଟ୍ସ କାଉନସିଲ ଡକ୍ଟର ଘନଶ୍ୟାମ ବେହେରା ତଥା ସହଯୋଗୀ ଭାବରେ ଆଦିତ୍ଯ କୁମାର ପ୍ରଧାନ ପରିଚାଳନା କରିଥିଲେ। ଏହି ଦୀର୍ଘ ସାତଦିନ ଧରି ଚାଲିଥିବା ଦୁଃସାହସିକ ପର୍ବତାରୋହଣ ଓ ସ୍ପୋର୍ଟ୍ସ କ୍ଲାଇମିଙ୍ଗ ଶିବିରରେ ଗୁଡିଆଲିପଦରସ୍ଥିତ ୧୭୨୦ ଫୁଟ ଉଚ୍ଚତା ବିଶିଷ୍ଟ ଭାଲୁ ଡଙ୍ଗୁରୀ ପାହାଡ ସଙ୍ଗେ ଅନ୍ଯ ଦୁଇ ପାହାଡକୁ ଦୁଃସାହସିକ ଛାତ୍ରଛାତ୍ରୀମାନେ ସଫଳତାର ସହିତ ଆରୋହଣ କରିଥିଲେ । ତତ୍ ସଙ୍ଗେ ଏହି ସମୟରେ ପର୍ବତାରୋହଣର ବିଭିନ୍ନ ଉପକରଣ ବିଷୟରେ ଜାଣିଲେ, ରେପଲିଙ୍ଗ, କ୍ଲାଇମିଙ୍ଗ, ବୁଲଡରିଙ୍ଗ, ଜୁମାରିଙ୍ଗ, ଟ୍ରେକିଙ୍ଗ, ଜଙ୍ଗଲ ଟ୍ରେକିଙ୍ଗ ତଥା ବିଭିନ୍ନ ହିମାଳୟନର ପର୍ବତାରୋହଣ ଅଭିଯାନର କୌଶଳ ସମ୍ବନ୍ଧିତ ଶିକ୍ଷା ଦିଆଯାଇଥିଲା। ଯାହାକି ଓଡ଼ିଶାର ପ୍ରଥମ ବିଶ୍ବବିଦ୍ୟାଳୟର ଭାବରେ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ନିଜ ପରିସରରୁ ବାହାରି କଳାହାଣ୍ଡି ଜିଲ୍ଲାର ତୃଣମୂଳ ସ୍ତରର ଶିକ୍ଷାର୍ଥୀଙ୍କୁ ନେଇ ଏହି ଶିବିର ଆୟୋଜନ କରିଥିଲା ଯାହାର ନାମ ” ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ କଣ୍ଟେଣ୍ଟ ବେସଡ ଆଡଭେନଚର ଏଣ୍ଡ ସ୍ପୋର୍ଟ୍ସ କ୍ଲାଇମିଙ୍ଗ କ୍ଯାମ୍ପ ୨୦୨୪ ଦିଆଯାଇଥିଲା । ଏହି ଦୁଃସାହସିକ ପର୍ବତାରୋହଣ ପ୍ରଶିକ୍ଷଣ ଶିବିରରେ ଆଇଏଏସଫର ପ୍ରୋଜେକ୍ଟ କୋଡିନେଟର ତଥା ପର୍ବତାରୋହୀ ପ୍ରଶାନ୍ତ ବେହେରା ନିଜେ ସାମିଲ ହୋଇ ପର୍ବତାରୋହଣ କରିବା ସହିତ ଅନ୍ଯାନ୍ଯ ପାହାଡ ମଧ୍ଯ ଚଢି ଆଗାମୀ ଦିନରେ କଳାହାଣ୍ଡିର ଛାତ୍ରଛାତ୍ରୀମାନଙ୍କୁ ଅନେକ ସହଯୋଗ କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ଦୁଃସାହସିକ କ୍ରୀଡା ଶିବିରର ଉଦଯାପନୀ ଉତ୍ସବରେ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଯୋଗ ଦେଇ କୁଳପତି କର୍ଣ୍ଣଲ ଡକ୍ଟର ପ୍ରଫେସର ସଞୟ କୁମାର ଶତପଥୀଙ୍କ ଗୁଡହାଣ୍ଡି ଟିମ ଅଫ ମାଉଣ୍ଟଟେନେରିଙ୍ଗ ବିଷୟ ସହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ, ଡେପୁଟି ରେଜିଷ୍ଟର ମେଜର ଡକ୍ଟର ଜୟଦେବ ସାହୁ, ଆଇଏଏସଫର ପ୍ରୋଜେକ୍ଟ କୋଡିନେଟର ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା, ଗୁଡିଆଲିପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନୀଳମଣି ଦୁର୍ଗା ଯୋଗଦେଇ ସମସ୍ତଙ୍କୁ ସାହାସର ସହିତ କାର୍ଯ୍ଯ କଲେ ସଫଳତା ଆସେ ବୋଲି ମତବ୍ୟକ୍ତ କରିଥିଲେ ଯେଉଁଠାରେ କନଭେନର ଡକ୍ଟର ନଳୀନିକାନ୍ତ ରଣା ସ୍ବାଗତ ଭାଷଣ ଦେଇଥିଲେ, ଡକ୍ଟର ଘନଶ୍ୟାମ ବେହେରା ମାଉଣ୍ଟ ରୁଦୁଗେରା ବିଷୟରେ କହିଥିଲେ, ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ଶିବିର ବିବରଣୀ ପଠନ ସହିତ ଧନ୍ୟବାଦ ଦେଇଥିଲେ। ଓଡିଶାର ପ୍ରଥମ ବିଶ୍ବବିଦ୍ୟାଳୟ ଭାବରେ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଏହି ପ୍ରକାର ଦୁଃସାହସିକ ପଦକ୍ଷେପ ପାଇଁ ଜିଲ୍ଲା, ରାଜ୍ୟ ତଥା ଜାତୀୟସ୍ତରରେ ଅନେକ ଶୁଭେଚ୍ଛା ଓ ଖୁସିବ୍ଯକ୍ତ କରୁଛନ୍ତି । କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ ପ୍ରଶାସନ, ଜିଲ୍ଲା ଶିକ୍ଷା ବିଭାଗ ତଥା ସମସ୍ତ ସହଯୋଗୀ ପ୍ରଶାସନିକ ଅଧିକାରୀଙ୍କୁ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ତରଫରୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

ମସିହା ନିୟୁଜ ସର୍ଭିସ୍ 

Related posts

ବରିଷ୍ଠ ସାହିତ୍ୟିକ ଓ ସଙ୍ଗଠକ ନିତ୍ୟାନନ୍ଦ ନାୟକଙ୍କ ପରଲୋକ : ବିଭିନ୍ନ ବ୍ୟକ୍ତିଙ୍କ ପକ୍ଷରୁ ଶୋକ 

masiha

ମହିଳାଙ୍କ ଉପରେ ନିବେଶ କରନ୍ତୁ… ପ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ

masiha

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ଲୋକଗୀତ ପ୍ରତିଯୋଗିତା 

masiha

Leave a Comment

error: Content is protected !!