ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଦିବସ ପାଳନ 

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଦିବସ ପାଳନ 

ବନ୍ଧୁଗାଁ ତା, ୧୫/୧୧/୨୪, ଆଜି ସାରା ଓଡିଶାରେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଦିବସ ପାଳନ କରିଥାନ୍ତୁ I ସେଥିରୁ ବାଦ ପଡିନି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଅନେକ ସ୍ଥାନରେ ଓ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କ ଠାରେ ମଧ୍ୟ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଦିବସ ପାଳନ କରିଥିବାର ଦେଖିବାକୁ ମିଳିଛି I ଏଥି ବ୍ୟତୀତ ବନ୍ଧୁଗାଁ ବ୍ଲକର ବଡ଼ ସୋରପୋଲି ପଞ୍ଚାୟତ ଠାରେ ପିଓ ଭାବରେ ଦାୟୀତ୍ୱରେ ରହିଥିବା ସରକାରୀ କର୍ମଚାରି ନିଜ ପଞ୍ଚାୟତରେ ବିର୍ସା ମୁଣ୍ଡା ଙ୍କ ଜନ୍ମ ଦିବସ ପାଳନ କରିବା ଓ ପଞ୍ଚାୟତରେ ଆସିଥିବା ପ୍ରଧାନ ମନ୍ତ୍ରୀ ଆବାସ ଜିଜନା ନୂତନ ହିତାଦି କାରିଙ୍କୁ ୱାର୍କ ଅର୍ଡର ବଣ୍ଟନ କୋରାଯିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜନ କୋରାଯାଇଥିଲା I ପ୍ରଥମେ ବିର୍ସା ମୁଣ୍ଡାଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ତାଙ୍କ ବିଷୟରେ ପିଓ ଶ୍ରୀ ସାଇ ପଟ୍ଟନାୟକ କିଛି ଭାଷଣ ଦେଇ ଲୋକଙ୍କୁ ବିର୍ସା ମୁଣ୍ଡାଙ୍କ ଜୀବନ କାହାଣି ଉପରେ କହିଥିଲେ I ପରେ ପରେ ଆଜି ପଞ୍ଚାୟତରେ ଆସିଥିବା ନୂତନ ଭାବରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଘରର ୱାର୍କ ଅର୍ଡର ମାତ୍ର ଆଜି ପାଇଁ ୨୦ ଜଣଙ୍କୁ ଦିଆଯାଇଛି ଓ ଆଉ ଅଳ୍ପ ଦିନ ମଧ୍ୟରେ ଯେତେ ଜଣଙ୍କ ନାଁରେ ଘର ପାଇବା ପାଇଁ ଯୋଗ୍ୟ ଅନୁଯାଇ ଆସିଅଛି ସମସ୍ତିଙ୍କୁ ପ୍ରତ୍ୟକ ଗ୍ରାମର ହିତାଦି କାରିଙ୍କୁ ଖବର ଦେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୱାର୍କ ଅର୍ଡର ଦିଆଯିବ ବଲି ପିଓ ଶ୍ରୀ ପଟ୍ଟ ନାୟକ କହିଥିଲେ I ଆଜି ପଞ୍ଚାୟତ ଠାରେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଦିବସ ପାଳନ ସହ ନୂତନ ହିତାଦି କାରିଙ୍କୁ ଘର ୱାର୍କ ଅର୍ଡର ବଣ୍ଟା ଯିବା ସମୟରେ ପଞ୍ଚାୟତର ସୋରପଞ୍ଚ ସୁନ୍ଦୁରୁ ପିଡ଼ିକା, ସମିତି ସଭ୍ୟ ସିନାଜି ପିଡ଼ିକା ଓ ପଞ୍ଚାୟତର କିଛି ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିଥିଲେ I 

ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଲଉଡ଼ି ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ 

masiha

ଏତେ ପ୍ରଚାର ଓ ସଚେତନତା ଅଭିଯାନ ପରେ ବି ବାଲ୍ୟ ବିବାହ ଚାଲୁଛି କିନ୍ତୁ ବାଲ୍ୟବିବାହ ରୋକିଲା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!