ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖେଳ ପଡିଆ ପାଇଁ ଜାଗା ପ୍ରଦାନ ଦାବିରେ ଧର୍ମଗଡ ବିଧାୟକ ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ 

ଖେଳ ପଡିଆ ପାଇଁ ଜାଗା ପ୍ରଦାନ ଦାବିରେ ଧର୍ମଗଡ ବିଧାୟକ ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଟିପିଗୁଡା ପଞ୍ଚାୟତ ଗତାଗୁଡା ଠାରେ ଏକ ଖେଳ ପଡିଆ ପାଇଁ ଜାଗା ପ୍ରଦାନ ଦାବିରେ ଶନିବାର ସକାଳ ୧୧ ଟା ରେ ଧର୍ମଗଡ ଠାରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଏବଂ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କୁ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଥିଲେ।ସେହି ସମୟରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚୋକମା ମଧ୍ୟ ଉପସ୍ଥିତ ଥିଲେ।ଖେଳ ପଡିଆ ହେଲେ ସେହି ଅଞ୍ଚଳ ର ଟିପିଗୁଡା , ଡ଼ୁମେରଗୁଡା, ଲୁହାଗାଁ, ଗତାଗୁଡା, ସୋସିଆ, ବକ୍ରାସିଲ ସମେତ ଅନେକ ଗ୍ରାମର ଯୁବ ସମାଜ ଓ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ଖେଳ କୁଦ କରିପାରିବେ ଏବଂ କ୍ରୀଡା କ୍ଷେତ୍ରରେ ଉନ୍ନତି କରିପାରିବେ ବୋଲି ଉଲ୍ଲେଖ ରହିଛି।ଦାବିପତ୍ର ପ୍ରଦାନ ସମୟରେ ବିଶ୍ଵ ରଞ୍ଜନ ତାଣ୍ଡି, ପ୍ରଭାତ ତାଣ୍ଡି, ଟିକେଶ୍ୱର ସାହୁ, ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଇଥାନାଲ କାରଖାନାରେ ସ୍ୱାଧୀନତା ଦିବସ ପାଳିତ

masiha

ରାଇରଙ୍ଗପୁର ଲ୍ଯାମ୍ପ ପରିସରରେ ଲ୍ଯାମ୍ପସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Sunil Chandra Nayak

ରାଇଘର କଲେଜ ଠାରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!