ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖେଳ ପଡିଆ ପାଇଁ ଜାଗା ପ୍ରଦାନ ଦାବିରେ ଧର୍ମଗଡ ବିଧାୟକ ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ 

ଖେଳ ପଡିଆ ପାଇଁ ଜାଗା ପ୍ରଦାନ ଦାବିରେ ଧର୍ମଗଡ ବିଧାୟକ ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଟିପିଗୁଡା ପଞ୍ଚାୟତ ଗତାଗୁଡା ଠାରେ ଏକ ଖେଳ ପଡିଆ ପାଇଁ ଜାଗା ପ୍ରଦାନ ଦାବିରେ ଶନିବାର ସକାଳ ୧୧ ଟା ରେ ଧର୍ମଗଡ ଠାରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଏବଂ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କୁ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଥିଲେ।ସେହି ସମୟରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚୋକମା ମଧ୍ୟ ଉପସ୍ଥିତ ଥିଲେ।ଖେଳ ପଡିଆ ହେଲେ ସେହି ଅଞ୍ଚଳ ର ଟିପିଗୁଡା , ଡ଼ୁମେରଗୁଡା, ଲୁହାଗାଁ, ଗତାଗୁଡା, ସୋସିଆ, ବକ୍ରାସିଲ ସମେତ ଅନେକ ଗ୍ରାମର ଯୁବ ସମାଜ ଓ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ଖେଳ କୁଦ କରିପାରିବେ ଏବଂ କ୍ରୀଡା କ୍ଷେତ୍ରରେ ଉନ୍ନତି କରିପାରିବେ ବୋଲି ଉଲ୍ଲେଖ ରହିଛି।ଦାବିପତ୍ର ପ୍ରଦାନ ସମୟରେ ବିଶ୍ଵ ରଞ୍ଜନ ତାଣ୍ଡି, ପ୍ରଭାତ ତାଣ୍ଡି, ଟିକେଶ୍ୱର ସାହୁ, ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଅଜଣା ଗାଡି ଧକ୍କାରେ ଅଟୋ ଚଳାକର ଶୋଚନୀୟ ମୃତ୍ୟୁ

masiha

ଜୁନାଗଡ଼ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଅନୁଷ୍ଠିତ

Sunil Chandra Nayak

ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ

masiha

Leave a Comment

error: Content is protected !!