ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦା ଥାନା! ତେନ୍ତଳା ପୋଲ ପାଖରେ ଟ୍ରକ ଏବଂ ବାଇକ୍ ମୁହାଁମୁହିଁ; ବାଇକ ଚାଳକ ମୃତ

ଵହଳଦା ଥାନା! ତେନ୍ତଳା ପୋଲ ପାଖରେ ଟ୍ରକ ଏବଂ ବାଇକ୍ ମୁହାଁମୁହିଁ; ବାଇକ ଚାଳକ ମୃତ

 ମୟୂରଭଞ୍ଜ – -୧୬/୧୧ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଵହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର – ବହଳଦା ଜାତୀୟ ରାଜପଥ ୨୨୦ ନମ୍ବର ତେନ୍ତଳା ଗ୍ରାମ ଶିରିଡି ଆଇଟିଆଇ ଛକ ପୋଲ ପାଖରେ ଟ୍ରକ ଓ ବାଇକ୍ ମୁହାଁମୁହିଁ ମର୍ମନ୍ତୁଦ ଦୁର୍ଘଟଣାରେ ବାଇକ ଚାଳକ ମୃତ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଵହଳଦା ଥାନା ଅନ୍ତର୍ଗତ କୁମ୍ଭୀରଦା ଗ୍ରାମର ମିଲେଟ୍ରୀ ବେହେରାଙ୍କ ପୁଅ ରତନ ବେହେରା (୩୫) ଆଜି ପୂର୍ବାହ୍ନ ୧୧.୩୦ ଟା ପାଖାପାଖି ସମୟରେ ରାଇରଙ୍ଗପୁର ରୁ ଘରକୁ ନିଜ ବାଇକରେ ଯାଉଥିବା ସମୟରେ ସାମ୍ନା ପଟୁ ଦୃତ ଗତିରେ ଆସୁଥିବା ଟ୍ରକ ସହିତ ମୁହାଁମୁହିଁ ହେବା ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ ।ଖବର ପାଇ ବହଳଦା ପୋଲିସ ତାଙ୍କୁ ପୋଲିସ ଗାଡିରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ତଦନ୍ତ କରୁଛି ।

  ମୟୂରଭଞ୍ଜ ର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ବାଇଦାପୋଷୀ ଗ୍ରାମର ୨୬ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଧୂମଧାମରେ ଅନୁଷ୍ଠିତ

masiha

ପରିବେଶର ସୁରକ୍ଷା ପାଇଁ ଅନ୍ତର୍ଭୁକ୍ତୀ କରଣ ପରିଯୋଜନା : ଡ଼. ପଦ୍ମଚରଣ

Sunil Chandra Nayak

ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ମାଗଣା ଶିଶୁ ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!