ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରଜନୀକାନ୍ତ ସାସମଲ ହେଲେ ବିଧାୟକ ପ୍ରତିନିଧି

ରଜନୀକାନ୍ତ ସାସମଲ ହେଲେ ବିଧାୟକ ପ୍ରତିନିଧି

ନବରଙ୍ଗପୁର:(18/11)(ରବିନାରାୟଣମହାନ୍ତି)-ଡାବୁଗାଁ ବିଧାନସଭା ର ପାପଡାହାଣ୍ଡି ବ୍ଲକ ବିଧାୟକ ପ୍ରତିନିଧି ହେଲେ ରଜନୀକାନ୍ତ ସାସମଲ lଏନେଇ ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ ପତ୍ର ମାଧ୍ୟମରେ ସୂଚିତ କରିଛନ୍ତି lଏହି ପଦବୀ ନିମନ୍ତେ ମନୋନୀତ ହେବା ପରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ,ବିଧାୟକ ମନୋହର ରନ୍ଧାରୀ, ବିଜେଡି ବରିଷ୍ଟ ନେତା ସୋମନାଥ ବିଷୋୟୀ, ସ୍ୱାଧୀନ ପଟ୍ଟନାୟକ, ଶିବପ୍ରସାଦ ଅଗ୍ରୱାଲ, ଜିଲ୍ଲା ଯୁବ ସଭାପତି ଶିବାନନ୍ଦ ବିଷୋୟୀ, ବ୍ଲକ ସଭାପତି ବିଦ୍ୟାଧର ମଲ୍ଲିକ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ସମେତ ଜିଲ୍ଲା ଓ ବ୍ଲକର ସମସ୍ତ କର୍ମକର୍ତ୍ତା କୃତଜ୍ଞତା ଜଣେଇଛନ୍ତି lରଜନୀକାନ୍ତ ସାସମଲ ପାପଡାହାଣ୍ଡି ବ୍ଲକ ଜଣାଶୁଣା ରାଜନୈତକ ଭାବରେ ପରିଚିତ l ସେ ପୂର୍ବରୁ ଦୁଇ ଥର ବିଧାୟକ ପ୍ରତିନିଧି ଭାବେ ଥରେ ସାଂସଦ ପ୍ରତିନିଧି ଭାବେ,ସିରିସୀ ସରପଞ୍ଚ ଭାବେ ଥରେ, ସିରିସୀ ସମିତି ସଭ୍ୟ ଭାବେ ଦୁଇ ଥର, ଲେମ୍ପ ନିର୍ଦେଶକ ଭାବେ ତିନି ଥର ଦାୟିତ୍ୱ ତୁଲାଇଛନ୍ତି lଆଗାମୀ ଦିନରେ ସରକାର ଜନହିତକାରୀ ସମସ୍ତ ଯୋଜନା ଲୋକଙ୍କ ନିକଟରେ ପହଂଚାଇବା ସହ ନିଷ୍ଠାପର ଭାବେ କାମ କରିବି ବୋଲି କହିଛନ୍ତିlପ୍ରତିନିଧି ଭାବେ ମନୋନୀତ ହେବା ପରେ ରଜନୀକାନ୍ତ ସାସମଲ ଙ୍କୁ ସୂଭେଚ୍ଛାର ସୁଅ ଛୁଟିବାରେ ଲାଗିଛି. I

( ମ ନି ସ ) 

Related posts

ବହଳଦା ଏବଂ ତିରିଂ ରେ କଂଗ୍ରେସ ଦଳର ସାଂଗଠନିକ ବୈଠକ

Sunil Chandra Nayak

ଜନ ଏକ  ମଣ୍ଡଳିର ଆଲୋଚନା ବୈଠକ 

masiha

ସମ୍ବିଧାନ ହତ୍ୟା ଦିବସ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!