ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ

ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ

ଭବାନୀପାଟଣା:ତା 15/11 କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଵାଧୀନତା ସଂଗ୍ରାମୀ ସହିଦ ବିର୍ସାମୁଣ୍ଡା ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନର ଅବସରରେ ଜିଲ୍ଲା ପ୍ରଶାସନ, ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗ ଆନୁକୁଲ୍ୟରେ ଶ୍ରୀ ପାୱାର ସଚିନ ପ୍ରକାଶ ଜିଲ୍ଲାପାଳ କଳାହାଣ୍ଡି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ,ମାନ୍ୟବର ମନ୍ତ୍ରୀ ସ୍ଵାଧୀନ ଦାୟିତ୍ଵ, ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର,ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଓଡିଶା ସରକାର, ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦର୍ଶନୀ ମେଳା ର ଶୁଭ ଉଦ୍ଘାଟନ କରି ଷ୍ଟଲ୍ ପରିଦର୍ଶନ କରିଥିଲେ। ସଭା ମଞ୍ଚରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଙ୍କ ଦ୍ଵାର କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ, ଭଗବାନ ବିର୍ସାମୁଣ୍ଡା ଙ୍କ ଫୋଟ ଚିତ୍ରରେ ପୂଜ୍ୟ ପୂଜା ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଜିଲ୍ଲପାଳ ପାୱାର ସଚିନ ପ୍ରକାଶ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଜନଜାତୀୟ ଗୌରବ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କର ଅଭିଭାଷଣ ରେ ଜନଜାତୀୟ ଗୌରବ ଦିବସ ପାଳନ ସମ୍ପର୍କରେ ଉଲ୍ଲେଖ କରି ନିଜ ମାଟି ମା, ଦେଶ ପାଇଁ ଇଂରେଜ ସରକାର ବିରୋଧରେ ବଳିଷ୍ଠ ନେତୃତ୍ୱ ନେଇ ଲଢେଇ କରି ଦେଶମାତୃକା ପାଇଁ ଯୁବାବସ୍ଥା ରେ ଉଲ୍ଲେଖନିୟ କାର୍ଯ୍ୟ କରି ନିଜ ଜୀବନକୁ ଉତ୍ସର୍ଗ କରି ଭାରତ ଇତିହାସରେ ସ୍ଵର୍ଣ୍ଣା କ୍ଷରରେ ଲିପିବଦ୍ଧ କରିଯାଇଥିବା ସହିଦ୍ ବିର୍ସାମୁଣ୍ଡା ଙ୍କ ଆଦର୍ଶ ଆତ୍ମଜୀବନୀ ଉପରେ ଆଲୋକପାତ କରି ଜନଜାତି ସମ୍ପ୍ରଦାୟର ବିକାଶ ଓ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ କଳାହାଣ୍ଡି ଶ୍ରୀମତୀ ମାଳବିକା ଦେବୀ, ମାନ୍ୟବର ବିଧାୟକ ଧର୍ମଗଡ଼ ଶ୍ରୀ ସୁଧୀର ପାଟଯୋଷୀ,ବି ଜି ପି ଜିଲ୍ଲା ସଭାପତି ଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗଦେଇ ଜନଜାତୀୟ ଗୌରବ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଙ୍କ ଦ୍ଵାର ଓପି ଏସ୍, ପରୀକ୍ଷାରେ ସଫଳତା ପାଇଥିବା ଜିଲ୍ଳାର ଜନଜାତି ସମ୍ପ୍ରଦାୟର ମେଧାବୀ ଯୁବକ ଯୁବତୀ ମାନଙ୍କୁ ଏବଂ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ରେ କୃତିତ୍ଵ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଯୋଗ୍ୟ ହିତାଧିକାରୀ ଙ୍କୁ ଜଙ୍ଗଲ ଜମି ପଟ୍ଟା, ପ୍ରଧାନମନ୍ତ୍ରୀ ଜନମନ ଯୋଜନା ହିତାଧିକାରୀଙ୍କୁ ଗୃହ ଆବଣ୍ଟନ,ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟାଦେଶ ମୁଖ୍ୟ ଅତିଥି ଙ୍କ ଦ୍ଵାର ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ,(ରାଜସ୍ୱ) ବଇତାରୁ ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସୁଚେତା ପାଣି, ଉପ ଜିଲ୍ଲାପାଳ ଧର୍ମଗଡ଼, ଧୀମାନ ଚାକମା, ପି ଏ ଆଇ ଟି ଡି ଏ, ରାମକୃଷ୍ଣ ଗଣ୍ଡ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଡେପୁଟି କଲେକ୍ଟର ଚନ୍ଦ୍ରଦାସ ମହାନଦୀଆ, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ମୁଜିବୁନ ନିଶା ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ଜନପ୍ରତିନିଧି,ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଶିକ୍ଷାବିତ୍ ଡକ୍ଟର ଉମେଶ ଚନ୍ଦ୍ର ଶତପଥି ପରିଚାଳନା କରିଥିଲେ ଏବଂ ଶେଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

( ମ ନି ସ ) 

Related posts

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ

masiha

ୱର୍କିଙ୍ଗ ଜର୍ଣାଲିଷ୍ଟ ୟୁନିୟନର ପ୍ରତିଷ୍ଠା ଦିବସ ପାଳିତ

masiha

ଓଡିଶା ହାଇକୋର୍ଟ ବାର ଆସୋସିଏସନର ନିର୍ଦ୍ଧେଶ କ୍ରମେ  ରାୟଗଡ ବାର ଆସୋସିଏସନ୍ ର ନିର୍ବାଚନ ଅନୁଷ୍ଠିତ 

masiha

Leave a Comment

error: Content is protected !!