ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାତିୟ ଗୌରବ ବର୍ଷ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଓ ତାଲିମ କାର୍ଯ୍ୟକ୍ରମ 

ଜନଜାତିୟ ଗୌରବ ବର୍ଷ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଓ ତାଲିମ କାର୍ଯ୍ୟକ୍ରମ 

ଡାବୁଗାଁ, ୨୨/୧୧ (ମ.ନି.ସ.)- ଆଦିବାସୀ ସଂଗ୍ରାମୀ ବିର୍ଶା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉତ୍ସବ ଅପାଳନ ଅବସରରେ ୨୦୨୫ ମସିହାକୁ “ଜନଜାତିୟ ଗୌରବ ବର୍ଷ” ରୂପେ ପାଳନ କରିବା ନିମନ୍ତେ ଓଡିଶା ସରକାରଙ୍କ ନିର୍ଦ୍ଦେଶ ରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ୧୨ ଗୋଟି ପଞ୍ଚାୟତର ୨୪ ଟି ଗ୍ରାମ ଯଥା:- ଗୋଡେଗାଁ, ଖୁଟୁଲୁଗୁଡା, ସାନଓଲମା, ବରକିଗୁଡା, ଭାଲୁଗୁଡା, ପରସବେଡା, ମେଣ୍ଡ୍ରା, ମେଣ୍ଡ୍ରିଗୁଡା, ଗୋଦମାଗୁଡା, ଛେଳିବେଡା, ପରିଆବେଡ଼ା, ଖୁଟୁଗୁଡା, ଡ଼ଙ୍ଗରିଗୁଡା, ଡଙ୍ଗରା, କହକାଗୁଡା, କୁରୁପା, ମୁଣ୍ଡୀଗୁଡା, ମାଝିଗୁଡା, ଦରଗୁଲା, ଫୁଲଭଟ୍ଟା, ତାଳବେଡା, ସରଗୁଡା, ଝାଲିଆଗୁଡା ଓ ମେଞ୍ଜର ଗ୍ରାମରେ ସ୍ଵତନ୍ତ୍ର ଗ୍ରାମସଭା ତଥା ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏହି ଗ୍ରାମସଭାରେ ସରପଞ୍ଚ ଓ ୱାର୍ଡ ସଭ୍ୟାସଭ୍ୟ ମାନଙ୍କୁ ପ୍ରଥମେ ସ୍ଵାଗତ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ଏଥିରେ ଭାରତର ସମ୍ବିଧାନ ମୁଖବନ୍ଧ ପଠନ, ସ୍ବଚ୍ଛତା ଓ ନିଶା ସେବନ ନକରିବା ପାଇଁ ଶପଥ ଗ୍ରହଣ କରଯାଇଥିଲା, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା, ପେସା ଆଇନ, ଜଙ୍ଗଲ ଅଧିକାର ଆଇନ, ସ୍ଥାନୀୟ କରଣ ଦୀର୍ଘ ସ୍ଥାୟୀ ଓ ସଂକଳ୍ପ ବିଷୟରେ ପ୍ରଦାନ କରାଯାଇଥିଲା | ଏହାସହ ପଞ୍ଚାୟତ ଉନ୍ନୟନ ସୂଚକଙ୍କ ଓ ଗ୍ରାମପଞ୍ଚାୟତ ଉନ୍ନୟନ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା | ଶେଷରେ ପ୍ରତି ଗ୍ରାମରେ ୧୦ ଟି ଲେଖାଏଁ ବୃକ୍ଷ ରୋପଣ କରାଯାଇଥିଲା | ଏଥିରେ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟୀ, ସହକାରୀ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ଅଙ୍ଗନୱାଡି ସୁପରଭାଇଜର ରୋଜାଲିନ ପ୍ରଧାନ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ଦକ୍ଷତା ବ୍ଲକ ସହଭାଗୀ ମୋନାଲ ପରିଡା, ବିପିସି ଯୋଗେନ୍ଦ୍ର ମାଝି, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ପର୍ଶୁରାମ ମାଳୀ, ଅର୍ଜୁନ ଭତ୍ରା, ହଳଧର ଜାନୀ, ଦିବ୍ୟଶଙ୍କର ପୂଜାରୀ, ରୂପାଲୀ ମଣ୍ଡଳ, କାମିନୀ ହରିଜନ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା/ସଭ୍ୟ, ୱାର୍ଡ ସଭ୍ୟା/ସଭ୍ୟ, ଏଡିଇଓ, ଜିଆରଏସ, ଏମବିକେ, ଅଙ୍ଗନୱାଡି କର୍ମୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବନମାଳୀ ପୁର ଧାନ ମଣ୍ଡି ରେ ପୋଲିସ୍ ଓ ଚାଷୀ ଧସ୍ତାଧସ୍ତି

Sunil Chandra Nayak

ଗୁଣପୁରରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

masiha

ବାରିକ ସମାଜର ସାମ୍ବିଧାନିକ ସାଧାରଣ ସଭା

Sunil Chandra Nayak

Leave a Comment

error: Content is protected !!