ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ ସି ସି ଦିବସ ପାଳନ 

ଏନ ସି ସି ଦିବସ ପାଳନ 

ନବରଙ୍ଗପୁର:(୨୪/୧୧/୨୪)(ରବି ନାରାୟଣ ମହାନ୍ତି) ଧରାକୋଟ ବ୍ଲକର ଜାହାଡା ଉଚ୍ଚ ବିଦ୍ୟାଳୟ ରେ ଏନ ସି ସି ଦିବସ ପ୍ରଧାନ ଶିକ୍ଷକ ସତ୍ୟବାନ ଜେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଏଥିରେ ଭାରତୀୟ ସ୍ଥଳ ସେନାରେ କାର୍ଯ୍ୟରତ ପୂର୍ବତନ ଅଧିକାରୀ ତଥା ବର୍ତ୍ତମାନ ଆସିକା ଏସ ବି ଆଇ ରେ କାର୍ଯ୍ୟରତ ଅଲେଖ ବେହେରା ଯୋଗଦେଇ ଏନ ସି ସି ର ଲକ୍ଷ୍ୟ,ଆଭିମୁଖ୍ୟ ଓ ଛାତ୍ର ଛାତ୍ରୀ ମାନଙ୍କ ଶୃଙ୍ଖଳିତ ଚରିତ୍ର ଗଠନ ରେ ଭୂମିକା ସମ୍ପର୍କରେ ବୁଝାଇଥିଲେ । ବରିଷ୍ଠ ଶିକ୍ଷକ ପାଣ୍ଡବ ସ୍ୱାଇଁ ଏହାର ପରିଚାଳନା କରିଥିବା ବେଳେ ଏନ ସି ସି ଶିକ୍ଷକ ସଂଗ୍ରାମ କେଶରୀ ସ୍ୱାଇଁ ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ପରିସର ଓ ଆଖ ପାଖ ରେ ସଫେଇ କାର୍ଯ୍ୟକ୍ରମ କରି ଏହି ଦିବସକୁ ପାଳନ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

( ମ ନି ସ ) ।

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ,୨୧୧ ଅଭିଯୋଗ ରୁ ୧୬୨ ଗୃହ ସମ୍ବନ୍ଧିତ

masiha

ମହେଶ୍ବର ନାଥଙ୍କୁ ” ଆଦର୍ଶ ଶିକ୍ଷକ ” ସମ୍ମାନ ପ୍ରଦାନ

Sunil Chandra Nayak

କୃଷି ଆଜାଦ ବିହନ ସଂଘଠନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!