ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ ସି ସି ଦିବସ ପାଳନ 

ଏନ ସି ସି ଦିବସ ପାଳନ 

ନବରଙ୍ଗପୁର:(୨୪/୧୧/୨୪)(ରବି ନାରାୟଣ ମହାନ୍ତି) ଧରାକୋଟ ବ୍ଲକର ଜାହାଡା ଉଚ୍ଚ ବିଦ୍ୟାଳୟ ରେ ଏନ ସି ସି ଦିବସ ପ୍ରଧାନ ଶିକ୍ଷକ ସତ୍ୟବାନ ଜେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଏଥିରେ ଭାରତୀୟ ସ୍ଥଳ ସେନାରେ କାର୍ଯ୍ୟରତ ପୂର୍ବତନ ଅଧିକାରୀ ତଥା ବର୍ତ୍ତମାନ ଆସିକା ଏସ ବି ଆଇ ରେ କାର୍ଯ୍ୟରତ ଅଲେଖ ବେହେରା ଯୋଗଦେଇ ଏନ ସି ସି ର ଲକ୍ଷ୍ୟ,ଆଭିମୁଖ୍ୟ ଓ ଛାତ୍ର ଛାତ୍ରୀ ମାନଙ୍କ ଶୃଙ୍ଖଳିତ ଚରିତ୍ର ଗଠନ ରେ ଭୂମିକା ସମ୍ପର୍କରେ ବୁଝାଇଥିଲେ । ବରିଷ୍ଠ ଶିକ୍ଷକ ପାଣ୍ଡବ ସ୍ୱାଇଁ ଏହାର ପରିଚାଳନା କରିଥିବା ବେଳେ ଏନ ସି ସି ଶିକ୍ଷକ ସଂଗ୍ରାମ କେଶରୀ ସ୍ୱାଇଁ ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ପରିସର ଓ ଆଖ ପାଖ ରେ ସଫେଇ କାର୍ଯ୍ୟକ୍ରମ କରି ଏହି ଦିବସକୁ ପାଳନ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

( ମ ନି ସ ) ।

Related posts

ଡାବୁଗାଁରେ ନୂତନ ବନାଞ୍ଚଳ ଅଧିକାରୀ ଙ୍କ ଯୋଗଦାନ 

Sunil Chandra Nayak

ଆସନ୍ତା ୩ରେ ରାଉରକେଲା ଦିବସ

Sunil Chandra Nayak

ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ମାନ୍ୟବର ଉପବାଚସ୍ପତିଙ୍କ ଦ୍ଵାରା ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା

masiha

Leave a Comment

error: Content is protected !!