ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ସଂସ୍ପର୍ଶରେ ଆସି ଦଶପୁର ଗର ଜଣେ ଯୁବକ ର ମୃତ୍ୟୁ 

ବିଦ୍ୟୁତ ସଂସ୍ପର୍ଶରେ ଆସି ଦଶପୁର ଗର ଜଣେ ଯୁବକ ର ମୃତ୍ୟୁ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଦଶପୁର ଗାଁ ରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ଯୁବକ ର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଦଶପୁର ଗାଁ ର କିଶୋର ଚନ୍ଦ୍ର ସା। ପ୍ରକାଶ ଥାଉ କି ସେ ବିଳମ୍ବିତ ରାତ୍ରିରେ ନବ ନିର୍ମିତ ଘରେ ମଟର ମାଧ୍ୟମରେ ପାଣି ଦେବା ସମୟରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଗୁରୁତର ହୋଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଦଶପୁର ଫାଣ୍ଡି ରେ ଶନିବାର ସକାଳ ୯ ଟା ରେ ଏତଲା ଦେଲା ପରେ ପୋଲିସ କେଶ ନମ୍ବର ୧୬/୨୪ ରେ ଏକ ମାମଲା ରୁଜୁ କରି ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ପି ଆଇ କଲେଜର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

masiha

ବିଦାୟ କାଳୀନ ସମ୍ବର୍ଦ୍ଧନ

Sunil Chandra Nayak

Leave a Comment

error: Content is protected !!