ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଖଣି ସହରରେ ଧନମାଳି ଫୋଟ ଭାଇରାଲ”ଖଣିବିଭାଗରେ କେହିନଥିଲା ବେଳେ କଣ ଖୋଜୁଛି ବ୍ରୋକର ?

“ଖଣି ସହରରେ ଧନମାଳି ଫୋଟ ଭାଇରାଲ”ଖଣିବିଭାଗରେ କେହିନଥିଲା ବେଳେ କଣ ଖୋଜୁଛି ବ୍ରୋକର ?

ବଡ଼ବିଲ:-କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣିବିଭାଗର ପ୍ରୟୋଗଶାଳାକୁ ମାଧ୍ୟମ କରି- ଯେତେ ପ୍ରକାରର ସବୁ ଚାନ୍ଦା ଆଦାୟ କରିବା,ପାଞ୍ଚକୋଟିର ମେସିନକୁ ବର୍ଷେ ହେଲା ଯୋଡ଼ା ପ୍ରୟୋଗଶାଳାରେ ପକାଇ ରଖିବା,ଲୁହାପଥର ମହା’ଦୁର୍ନୀତି କରିଥିବାକୁ ଚପାଇବାକୁ ଯାଇ ଆରଟିଆଇ ତଥ୍ୟ ନଦେବା,ଅସାଧୁ ଘରୋଇ ଖଣି କମ୍ପାନୀର ଦଲାଲଶ୍ରେଣୀୟ କର୍ମଚାରୀଙ୍କ ହାତରେ ଏହି ବିଭାଗକୁ ଚାନ୍ଦାଖିଆ ଡ଼ିଡ଼ିସିଏ ଦାସମାତ ସୋରେନ ଟେକିଦେଇ, ସର୍ବନାଶ କରିବାରେ ଲାଗିଛି,ହେଲେ’ବି ଜେଡିସିଏ ସୁକାନ୍ତ ମିଶ୍ର ମାସ’ମାସ ଧରି ଚୁପ କାହିଁକି?ସାବଧାନ ହୋଇଯାଅ ରାଜ୍ୟର ଖଣି ନିର୍ଦ୍ଧେଶକ ଏବଂ ସଚିବ ମହଦୋୟ,ଯୋଡ଼ା ପ୍ରୟୋଗଶାଳା ଏବେ ସମ୍ପୂର୍ଣ୍ଣ କେତେକ ଘରୋଇ ଖଣି କମ୍ପାନୀଙ୍କର ଅସାଧୁ ତଥା ଦଲାଲ ଶ୍ରେଣୀର କର୍ମଚାରୀଙ୍କର ହାତରେ ଥିବାରୁ ସରକାରଙ୍କ ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରେ ଚାନ୍ଦାଖିଆ ଡ଼ିଡ଼ିସିଏ ଦାସମାତ ସୋରେନ ବୋଲି ପ୍ରମାଣିତ କରେ ।ତଥାବି ଚାନ୍ଦାଖିଆ ଡ଼ିଡ଼ିସିଏ ସୋରେନର ମହାଦୁର୍ନୀତି ପ୍ରତି କୌଣସି ଦୃଢ କାର୍ଯାନୁଷ୍ଠାନର ଘୋର ଅଭାବ ହେତୁ,ଯୋଡ଼ା ଖଣିବିଭାଗର ପ୍ରୟୋଗଶାଳାରେ ‘ଡ଼ିଡ଼ିସିଏ’ ଦାସମାତ ସୋରେନ କେଇ ଦଲାଲକୁ ପ୍ରଶୟ ଦେଇଥିବାରୁ,କେଇ ଦଲାଲ ଶ୍ରେଣୀୟ କମ୍ପାନୀ କର୍ମଚାରୀ ସରକାରଙ୍କ ଯୋଡ଼ାସ୍ଥିତ ଖଣିବିଭାଗରେ ରାତି’ଦିନ ବେଧଡକ ପସି ଅଡ୍ଡା କରୁଥିବାରୁ,ସରକାରଙ୍କ ଖଣି ସମ୍ବନ୍ଧୀୟ ଗୁପ୍ତ ତଥ୍ୟ ଦଲାଲଙ୍କ ହାତକୁ ଗଲେ ମଧ୍ୟ ବିଭାଗରେ ନିୟୋଜିତ ମାଳ’ମାଳ ସୁରକ୍ଷାକର୍ମୀଙ୍କ ପ୍ରହରା ଏବଂ ଏକାଧିକ କ୍ୟାମେରା ରହିଥିବା ସ୍ୱତ୍ୱେ ଯୋଡ଼ା ଖଣିବିଭାଗ ପ୍ରହସନର ହାଟ ସଦୃଶ ପାଲଟିଛି।ତେବେ ତଥ୍ୟଭିତ୍ତିକ ସୂତ୍ର ଅନୁଯାୟୀ ଡ଼ିଡ଼ିସିଏ ସୋରେନ ବହୁ ମହାଦୁର୍ନୀତି’ଅନୀତି କାର୍ଯ୍ୟକଳାପରେ ଲିପ୍ତ ରହିଥିବା ସୁଦ୍ଧା,କେଇ ମୁଷ୍ଟିମେୟ ବ୍ରହ୍ମରାକ୍ଷାସ ସଦୃଶ ରାଜଧାନୀସ୍ଥିତ ଅଫିସରକୁ ମାସିକିଆ ମୋଟା ବଟି ଦେଉଥିବାରୁ ଏଯାଏ ଚାନ୍ଦାଖିଆ ସୋରେନ ବର୍ତ୍ତୀ ରହିଛି, ରାଜ୍ୟର ଅଗଣିତ ଯେତେ ଦୈନିକ ଖବର କାଗଜରେ ଖବର ପ୍ରକାଶ ପାଉଥିବା ପ୍ରମାଣ କରେ । ତେବେ ଦେଖିବାକୁ ଗଲେ, ଦଲାଲ ଶ୍ରେଣୀୟଙ୍କ ମଧ୍ୟରେ ସହରରେ ଏବେ ଶ୍ରେଷ୍ଠ ଧନମାଳୀ(କମ୍ପାନୀ ଷ୍ଟାଫ) ଖଣି’ସହରରେ ବେସ ପରିଚିତ ହାସଲ କରିଥିବା ଠାରୁ ବେଶୀ ଚାନ୍ଦାଖିଆ ଡ଼ିଡ଼ିସିଏ ଦାସମାତ ସୋରେନର ମୋନର ପ୍ରଥମ ପସନ୍ଦ ଦଲାଲ ବୋଲି ଜଣାପଡେ।ତେବେ ଯେ”ଦିନକ ପାଇଁ ଅଞ୍ଚଳର କାହାର ଦୁଃଖବେଳରେ ଠିଆ ହେଉନଥିବା ଦଲାଲ ଧନମାଳୀ, ରାତି ପହିଲାରୁ ଆରମ୍ଭ କରି, ପ୍ରକୋଷ୍ଠ ମଧ୍ୟରେ ସଂଧ୍ୟା ଯାଏ ଖଣିବିଭାଗେ ପସରା ମେଲାଇବା ବ୍ୟତୀତ ଚାନ୍ଦାଖିଆ ଯୋଡ଼ା ଡ଼ିଡ଼ିସିଏ’କୁ ପ୍ରେମଭାରରେ, ପାନ ଖଣ୍ଡେ ଦେଇ ହାଏଗ୍ରେଡ଼ ଲୁହାପଥରର ଲୋଗ୍ରେଡ଼ ରିପୋର୍ଟ ହାତରେ ଧରିକି ଯିବା ଥୟ।ହେଲେ ପ୍ରମାଣ ଭିତ୍ତିକ ଯେତେ ତଥ୍ୟ ଖଣି ସହରରେ ଭାଇରାଲ ହେବା ସୁଦ୍ଧା ଜେଡିସିଏ ସୁକାନ୍ତଙ୍କ ନୀରବତା ଉପରେ ସ୍ୱଛତାର ପତଳା ଚାଦ ଏବେ ବିପଦରେ ଉଡିବା ଭୟ ଦେଖାଯାଉ ଥିବାବେଳେ ଉକ୍ତ ବିଭାଗରେ ଲାଗିଥିବା ସଂଖ୍ୟାଧିକ କ୍ୟାମେରା କେବଳ ସରକାରଙ୍କୁ ଅଝଥା ଖର୍ଚ୍ଚକୁ ବଢ଼ାଇ, ଖୋଦ ଡ଼ିଡ଼ିସିଏ ପ୍ରକୋଷ୍ଠରେ କ୍ୟାମେରା ବିହୀନ ପ୍ରମାଣ କରେ ଯେ ଏଠି କେଇ ଖଣି ଅଫିସର ଚୋର ମୁହଁ ଟାଣ ।ହେଲେ ଯୋଡ଼ା ଖଣିବିଭାଗର ଅଫିସର ପ୍ରକୋଷ୍ଠ ମଧ୍ୟରେ କେହି ନଥିବାର ସୁଯଗର ଲାଭ ଉଠାଇ,ଖଣି ସହରର ଶ୍ରେଷ୍ଠ ବ୍ରୋକର ଧନମାଳୀ ଉକ୍ତ ସରକାରୀ ଖଣି ଅଫିସରର ପ୍ରକୋଷ୍ଠରେ ଏକୁଟିଆ ପସି,ସରକାରଙ୍କ ଖଣି ସମ୍ବନ୍ଧୀୟ ଜରୁରୀ କାଗଜ ପତ୍ରରେ ଗୁପ୍ତ ତଥ୍ୟ ପ୍ରକୋଷ୍ଠରେ ମହଜୁଦରେ କଣ କରିବା ହେଉଥିବ ଯାହା ଆଗାମୀ ସମୟ କହିବ କିନ୍ତୁ ସବୁ ଥରକ ପରି ଏଥର ମଧ୍ୟ ଜେଡିସିଏ ସୁକାନ୍ତର ମୌନବ୍ରତ ପାଳନ କରିବାର କାରଣ କଣ ବୋଲି ଖଣିବାସୀଙ୍କ ମଧ୍ୟରେ ଜୋର ଭାଇରାଲ ହୁଏ ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ସ୍ତରୀୟ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ : ସଠିକ୍ ତଥ୍ୟ ପ୍ରଦାନ କରିବା ପାଇଁ ଗୁରୁତ୍ୱାରୋପ 

ପରିତ୍ୟକ୍ତ ଘରର ଛାତ ଭୁଷୁଡି ୧ ନାବାଳକ ମୃତ, ୧ ନାବାଳକ ଆହତ 

masiha

ବାବାସାହେବ ଥିଲେ ସମଗ୍ର ବିଶ୍ବର ଆଲୋକବର୍ତ୍ତିକା ବିଶ୍ବନାଥପୁରରେ ବିଶ୍ବରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା ଓ ଭବ୍ୟ ସମାରୋହ

Sunil Chandra Nayak

Leave a Comment

error: Content is protected !!