ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚପ୍ରିଆ ପେକ୍ସର ତିନି ଧାନ ମଣ୍ଡି ଶୁଭାରମ୍ଭ

ଚପ୍ରିଆ ପେକ୍ସର ତିନି ଧାନ ମଣ୍ଡି ଶୁଭାରମ୍ଭ

ଜୁନାଗଡ଼ (ମ ନି ସ):କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ପେକ୍ସର ତିନି ଧାନ ମଣ୍ଡି ଆଜି ଶୁଭାରମ୍ଭ ହୋଇଯାଇଛି । ପେକ୍ସ ସଭାପତି ଭାଗ୍ୟଧର ସାହୁ ଚପ୍ରିଆ ଧାନ ମଣ୍ଡି ଶୁଭାରମ୍ଭ କରିଥିବା ବେଳେ ସାନଚେରଗାଁ ଧାନ ମଣ୍ଡି ପେକ୍ସ ଡାଇରେକ୍ଟର ଲମ୍ବୋଦର ସାହୁ, ଖଲିଆପାଲି ଧାନ ମଣ୍ଡି ଧନେଶ୍ୱର ଯାନୀ ଶୁଭାରମ୍ଭ କରିଥିଲେ। ଉକ୍ତ ଧାନ ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପେକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧବଳେଶ୍ୱର ବାଗ, ଚପ୍ରିଆ ଧାନ ମଣ୍ଡିର ତଦନ୍ତ ଅଧିକାରୀ ସୁଶାନ୍ତ ରାଉତ, ସାନ ଚେରଗାଁ ଧାନ ମଣ୍ଡି ତଦନ୍ତ ଅଧିକାରୀ ଦୁଃଖିଶ୍ୟାମ ମାଝୀ, ଖଲିଆପାଲି ଧାନ ମଣ୍ଡି ତଦନ୍ତ ଅଧିକାରୀ ଛନ୍ଦାଚରଣ ଭୋଇ,ଧାନକ୍ରୟ ଅଧିକାରୀ ଧନୁଞ୍ଜୟ ରଣା,ଆରଏମସି କର୍ମଚାରୀ ରତ୍ନାକର ହଂସ,ରୋହିତ ଭୋଇ,ଡାଇରେକ୍ଟର ହରେରାମ ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଠାରୁ ମଣ୍ଡିରେ ଧାନ କ୍ରୟ କରାଯିବ। ସପ୍ତାହକୁ ଏହି ତିନିଟି ମଣ୍ଡିରେ ଦୁଇ ଦିନ ଧରି ଧାନ କିଣାଯିବ ବୋଲି ପେକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ତାଲବନ୍ଧ ପଡାରେ ଆଗକୁ ଦୀପାବଳି ପର୍ବ ସେନେଇ ପ୍ରସ୍ତୁତି ବୈଠକ , ଆସନ୍ତା ମାସ ୧୯,୨୦,୨୧ ତିନି ଦିନ ଧରି ପାଳିତ ହେବାକୁ ଯାଉଛି ଦୀପାବଳି ପର୍ବ 

Sunil Chandra Nayak

ନିର୍ମାଣର ୨ ମାସ ନହେଉଣୁ ଦବି ଗଲାଣି ରାସ୍ତା, ନିମ୍ନମାନର କାର୍ଯ୍ୟ ଅଭିଯୋଗ

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳ ଓ ଆର୍ ଜି ଏଚ ଅଧ୍ୟକ୍ଷଙ୍କ ସହ ବିଭିନ୍ନ ସମସ୍ୟା ଉପରେ ବିଧାୟକ ଦୁର୍ଗା ତନ୍ତୀଙ୍କ ଆଲୋଚନା 

masiha

Leave a Comment

error: Content is protected !!